ETV Bharat / bharat

ଆସନ୍ତାକାଲି ଅଭିନନ୍ଦନଙ୍କୁ ମିଳିବ ‘ବୀର ଚକ୍ର’

author img

By

Published : Aug 14, 2019, 12:20 PM IST

Updated : Aug 14, 2019, 3:09 PM IST

ସ୍ବାଧୀନତା ଦିବସ ଅବସରରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମିଳିବ ବୀର ଚକ୍ର ସମ୍ମାନ । ଯୁଦ୍ଧ ସେବା ମେଡାଲ ସମ୍ମାନରେ ସମ୍ମାନିତ ହେବେ ସ୍କ୍ବାଡାର୍ଣ୍ଣ ଲିଡର ମିଣ୍ଟି ଅଗ୍ରଓ୍ବାଲ । ବାଲାକୋଟ ଏୟାର ଷ୍ଟ୍ରାଇକ କରିଥିବା 5 ଜଣ ପାଇଲଟଙ୍କୁ ମଧ୍ୟ ବାୟୁସେନା ମେଡାଲ ପ୍ରଦାନ କରାଯିବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଗୁରୁବାର ସ୍ବାଧୀନତା ଦିବସ ଅବସରରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ତୃତୀୟ ଶ୍ରେଷ୍ଠ ଯୁଦ୍ଧକାଳୀନ ସାମରିକ ସମ୍ମାନ ବୀର ଚକ୍ର ସମ୍ମାନିତ କରାଯିବ ।

ଅଭିନନ୍ଦନ ବର୍ଦ୍ଧମାନଙ୍କ ପାଇଁ 'ବୀର ଚକ୍ର' ଉପାଧି ସୁପାରିଶ କରିଥିଲା ଭାରତୀୟ ବାୟୁସେନା। ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଆକାଶ ମାର୍ଗରେ ଧ୍ବଂସ କରିବାରେ ସମର୍ଥ ହୋଇଥିବାରୁ ଅଭିନନ୍ଦନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

ସୁରକ୍ଷା ଦୃଷ୍ଟିରୁ ଅଭିନନ୍ଦନ ବର୍ତ୍ତମାନଙ୍କୁ କାଶ୍ମୀରରୁ ପାକିସ୍ତାନ ସୀମାବର୍ତ୍ତୀ ପଶ୍ଚିମାଞ୍ଚଳରେ ନିୟୋଜିତ କରାଯାଇଛି।

ସେହିପରି ଭାରତୀୟ ବାୟୁସେନାର ସ୍କ୍ବାଡର୍ଣ୍ଣ ଲିଡର ମିଣ୍ଟି ଅଗ୍ରଓ୍ବାଲଙ୍କୁ ଯୁଦ୍ଧ ସେବା ମେଡାଲ ସମ୍ମାନରେ ସମ୍ମାନିତ କରାଯିବ । ମିଣ୍ଟି 27 ଫେବୃଆରୀ ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ଫାଇଟର କଣ୍ଟ୍ରୋଲର ଭାବେ ମୁଖ୍ୟ ଭୁମିକା ଅର୍ଜନ କରିଥିଲେ । ଏଥିସହ ବାଲାକୋଟ ଏୟାର ଷ୍ଟ୍ରାଇକ କରିଥିବା 5 ଜଣ ପାଇଲଟଙ୍କୁ ବାୟୁସେନା ମେଡାଲ ପ୍ରଦାନ କରାଯିବ । ସ୍ବତନ୍ତ୍ରତା ଦିବସ ଅବସରରେ ଓ୍ବିଙ୍ଗ କମାଣ୍ଡର ଅମିତ ରଞ୍ଜନ, ସ୍କ୍ବାଡର୍ଣ୍ଣ ଲିଡର ରାହୁଲ ବସୋୟା, ପଙ୍କଜ ଭୁଜଡେ, ବିକେଏନ ରେଡ୍ଡୀ ଓ ଶଶାଙ୍କ ସିଂହଙ୍କୁ ବାୟୁସେନା ପଦକ ପ୍ରଦାନ କରାଯିବ । ଏହି ସମସ୍ତ ବାୟୁସେନା ଅଫିସର ମିରାଜ 2000ର ପାଇଲଟ ଥିଲେ ।

Intro:Body:

BLANK

Conclusion:
Last Updated : Aug 14, 2019, 3:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.