ନୂଆଦିଲ୍ଲୀ: ନିର୍ବାଚନରେ ବିପକ୍ଷଙ୍କୁ ପରାସ୍ତ କରିବା ପାଇଁ କଳବଳ କୌଶଳ ଲଗାଇବା ସହ ବାଦାନୁବାଦପୂର୍ଣ୍ଣ ମନ୍ତବ୍ୟକୁ ଅସ୍ତ୍ର କରୁଛନ୍ତି ନେତା । ମନୋବଳ ଉପରେ ପ୍ରହାର କରିବା ସହ ରାଜନୈତିକ ଦଳ ଗୁଡ଼ିକ ପରସ୍ପରଙ୍କୁ ଆରୋପ ପ୍ରତ୍ୟାରୋପ କରି ଚର୍ଚ୍ଚାରେ ରହୁଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ସମେତ ବିଜେପିର ଶତ୍ରୁଭାବାପନ୍ନ ଦଳଙ୍କର ରାର୍ଗେଟରେ ପ୍ରଧାନମନ୍ତ୍ରୀ ମୋଦି । ଦେଶରେ କଟୁ ମନ୍ତବ୍ୟର ପସାରା ମେଲି ଥିବାବେଳେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମୋଦିଙ୍କୁ ଏକ ସର୍ତ୍ତ ରଖିବା ବାହାନାରେ ଚାଲେଞ୍ଜ ଦେଇଛନ୍ତି । ଯଦି କଂଗ୍ରେସକୁ 40ରୁ ଅଧିକା ସିଟ୍ ମିଳେ, ତେବେ କଣ ମୋଦି ଫାଶୀ ଲଗାଇବେ କି ବୋଲି ସେ ପ୍ରଶ୍ମ କରିଛନ୍ତି ।
କର୍ଣ୍ଣାଟକର ଚିଞ୍ଚୌଲିରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବାସ ରାଥୋଡଙ୍କ ପ୍ରଚାର ପାଇଁ ଆୟୋଜିତ ରାଲିକୁ ସମ୍ବୋଧିତ କରି ଖଡଗେ ଏଭଳି ବିବାଦପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ମୋଦି ଯେଉଁଠିକୁ ଯାଉଛନ୍ତି, କହୁଛନ୍ତି ଯେ, କଂଗ୍ରେସକୁ ଲୋକସଭା ନିର୍ବାଚନରେ ୪୦ରୁ ଅଧିକ ସିଟ୍ ମିଳିବ ନାହିଁ । ଯଦି କଂଗ୍ରେସକୁ ୪୦ରୁ ଅଧିକ ସିଟ୍ ମିଳେ ତେବେ ମୋଦି ଦିଲ୍ଲୀର ବିଜୟ ଛକରେ ଫାଶୀ ଲଗାଇବେ କି ବୋଲି ସେ ଉପସ୍ଥିତ ଲୋକଙ୍କୁ ପ୍ରଶ୍ନ କରିବା ସହ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୪ ସିଟ୍ ମିଳିଥିଲା ।