ETV Bharat / bharat

ଦେଖନ୍ତୁ ବଣୁଆ ଭାଲୁ ଓ ସାଧୁଙ୍କ ସମ୍ପର୍କର ଏକ ନିଆରା ଚିତ୍ର... - Love for animals

ବନ୍ୟଜନ୍ତୁ ଓ ମନୁଷ୍ୟ ମଧ୍ୟରେ ମଧୁର ସମ୍ପର୍କ । ଡାକିଲେ ଆସୁଛନ୍ତି ଆଉ ତଡିଦେଲେ ଚାଲିଯାଉଛନ୍ତି । ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାରେ ଥିବା ଏକ ଘଞ୍ଚ ଜଙ୍ଗଲରେ । ଅଧିକ ପଢନ୍ତୁ...

Wild-friend
ବଣୁଆ ଭାଲୁ ଓ ମଣିଷ ମଧ୍ୟରେ ସମ୍ପର୍କ
author img

By

Published : Feb 20, 2020, 8:07 PM IST

ଭୋପାଲ: ବନ୍ୟଜନ୍ତୁ ଓ ମନୁଷ୍ୟ ମଧ୍ୟରେ ମଧୁର ସମ୍ପର୍କ । ଡାକିଲେ ଆସୁଛନ୍ତି ଆଉ ତଡିଦେଲେ ଚାଲିଯାଉଛନ୍ତି । ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାରେ ଥିବା ଏକ ଘଞ୍ଚ ଜଙ୍ଗଲରେ । ଜଙ୍ଗଲ ମଧ୍ୟରେ ରହିଛି ରାମବାଣ ଆଶ୍ରମ । ଏହି ଆଶ୍ରମରେ ରହୁଥିବା 60 ବର୍ଷିୟ ସାଧୁ ନିଜ 2 ସହଯୋଗୀ ସହ ଦୀର୍ଘ 7 ବର୍ଷ ହେବ ଜଙ୍ଗଲ ମଧ୍ୟରେ ରହୁଛନ୍ତି ।

ବଣୁଆ ଭାଲୁ ଓ ମଣିଷ ମଧ୍ୟରେ ସମ୍ପର୍କ

ବନ୍ୟଜନ୍ତୁଙ୍କ ପ୍ରତି ସାଧୁ ବାବା ରାମଦାସଙ୍କ ଭଲପାଇବା ବିଷୟରେ ଆଖପାଖ ଅଞ୍ଚଳର ସମସ୍ତଙ୍କୁ ବେଶ୍ ଜଣା । ବାବାଙ୍କ ଗୋଟିଏ ଡାକରେ ପାଖକୁ ଚାଲିଆସନ୍ତି ବଣୁଆ ଭାଲୁ । ବାବା ରାମ ଦାସ ପୂଜା ସାରିବା ପରେ ଘଣ୍ଟ କିମ୍ବା ବାଦ୍ୟ ସାହାଯ୍ୟରେ ଡାକନ୍ତି, ଏହାପରେ ଧିରେ ଧିରେ ଆଶ୍ରମ ପାଖରେ ପହଞ୍ଚିଯାନ୍ତି ଭାଲୁ । ଏପରିକି ସେମାନଙ୍କ ନାଁ ଧରି ଡାକିଲେ ବି ସେମାନେ ଆସନ୍ତି । ଭାଲୁଙ୍କୁ ଚୁନୁ, ମୁନୁ, ଲାଲି, ଗଲୁ, ମୁନ୍ନା ନାମରେ ସେ ଡାକନ୍ତି ।

ପ୍ରତିଦିନ ବାବା ସେମାନଙ୍କୁ ଖାଇବାକୁ ଦିଅନ୍ତି । ଆଶ୍ଚର୍ଯ୍ୟର କଥା ଆଜିଯାଏଁ ସେମାନେ କେବେ କାହାର ହାନି କରିନାହାଁନ୍ତି । ଆଜିର ଦୁନିଆରେ ଯେଉଁଠି ମଣିଷ ମଣିଷ ମଧ୍ୟରେ ଭଲ ସମ୍ପର୍କ ଟିକେ ନାହିଁ, ସେହି ସମୟରେ ବନ୍ୟଜନ୍ତୁ ସହ ବାବାଙ୍କ ସମ୍ପର୍କ ଟିକେ ନିଆରା ନିଶ୍ଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.