ETV Bharat / bharat

କିରଣ ତିୱାରୀ ହେଲେ ହିନ୍ଦୁ ସମାଜବାଦୀ ପାର୍ଟିର ନୂଆ ସଭାପତି - କିରଣ ତିୱାରୀ ହେଲେ ହିନ୍ଦୁ ସମାଜବାଦୀ ପାର୍ଟିର ନୂଆ ସଭାପତି

ଅଖିଳ ଭାରତ ହିନ୍ଦୁ ମହାସଭା ନେତା କମଲେଶ ତିୱାରୀଙ୍କ ମୃତ୍ୟୁ ପରେ ହିନ୍ଦୁ ସମାଜବାଦୀ ପାର୍ଟିର ନୂଆ ସଭାପତି ହେଲେ କିରଣ ତିୱାରୀ ।

ଫାଇଲ ଫଟୋ
author img

By

Published : Oct 26, 2019, 3:10 PM IST

ଲକ୍ଷ୍ନୌ: ହିନ୍ଦୁ ସମାଜବାଦୀ ପାର୍ଟିର ନୂଆ ସଭାପତି ହେଲେ କିରଣ ତିୱାରୀ । ପୂର୍ବତନ ହିନ୍ଦୁବାଦୀ ନେତା କମଲେଶ ତିୱାରୀଙ୍କ ପତ୍ନୀ ହେଉଛନ୍ତି ସେ । ଏନେଇ ଶନିବାର କିରଣ ତିୱାରୀ ଓ ଦଳର ରାଷ୍ଟ୍ରୀୟ ମହାସଚିବ ରାଜେଶ ମଣି ତ୍ରିପାଠୀ ଗଣମାଧ୍ୟମକୁ ସମ୍ବୋଧିତ କରିବେ ।

କିରଣ ତିୱାରୀ ହେଲେ ହିନ୍ଦୁ ସମାଜବାଦୀ ପାର୍ଟିର ନୂଆ ସଭାପତି
ଫଟୋ ସୌଜନ୍ୟ: ବ୍ୟୁରୋ ଇଟିଭି

ସୂଚନାଯୋଗ୍ୟ, ଅଖିଳ ଭାରତ ହିନ୍ଦୁ ମହାସଭା ନେତା କମଲେଶ ତିୱାରୀଙ୍କୁ ଅକ୍ଟୋବର 18ରେ ଲକ୍ଷ୍ନୌ ସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଥିଲା । କମଲେଶଙ୍କ ଉପରକୁ ପ୍ରଥମେ ଗୁଳି ଚଳାଯାଇଥିଲା । କମଲେଶଙ୍କ ଦେହରେ ଗୁଳି ନବାଜିବାରୁ ସେମାନେ ଛୁରୀରେ ତାଙ୍କ ଗଳା କାଟିବା ସହ ଶରୀରରେ ଏକାଧିକ ବାର ଛୁରୀ ଭୁଷିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ହତ୍ୟାକାରୀ ଶେଖ ଅସଫାକ ହୁସେନ ଓ ପଠାନ ମୋଇନୁଦ୍ଦିନ ଅହମ୍ମଦକୁ ଗୁଜୁରାଟ ଆଣ୍ଟି ଟେରୋରିଜମ ସ୍କ୍ବାଡ(ଏଟିଏସ) ରାଜସ୍ଥାନ-ଗୁଜୁରାଟ ସୀମା ସାମୱଲାଜିରୁ ଗିରଫ କରି ପଚରାଉଚରା ଜାରି ରଖିଛି ।

Intro:Body:

कमलेश तिवारी 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.