ETV Bharat / bharat

'ବିବାଦ ପରେ ବି ପିଏମ ମୋଦିଙ୍କ ପ୍ରସଂଶା କାହିଁକି କରୁଛି ଚୀନ ?' - india china war latest news

ଭାରତ-ଚୀନ ମଧ୍ୟରେ ଏତେ ବିବାଦ ହେବାପରେ ମଧ୍ୟ ଚୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସଂଶା କାହିଁକି କରୁଛି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ ?

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Jun 22, 2020, 8:57 PM IST

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦକୁ ନେଇ ପୁଣିଥରେ ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତ-ଚୀନ ମଧ୍ୟରେ ଏତେ ବିବାଦ ହେବାପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ଚୀନ କାହିଁକି କରୁଛି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ଟ୍ବିଟରରେ ରାହୁଲ କହିଛନ୍ତି,'ଚୀନ ଆମର ଯବାନଙ୍କୁ ହତ୍ୟା କଲା । ଆମ ଜମି ଛଡାଉଇନେଲା । ଭାରତ-ଚୀନ ମଧ୍ୟରେ ଏତେ ବିବାଦ ହେବାପରେ ମଧ୍ୟ ଚୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କାହିଁକି କରୁଛି ? '

ଏହା ପୂର୍ବରୁ ରବିବାର ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସରେଣ୍ଡର ମୋଦି ବୋଲି କହି ସମାଲୋଚନା କରିଥିଲେ । ଗତ ଶୁକ୍ରବାର ହୋଇଥିବା ସର୍ବଦଳୀୟ ବୈଠକରେ ମୋଦି କହିଥିଲେ, ଭାରତୀୟ କ୍ଷେତ୍ରରେ କେହି ପ୍ରବେଶ କରିନଥିଲେ କି କରିନାହାନ୍ତି । ଏହା ପରଠାରୁ ରାହୁଲ କ୍ରମାଗତ ଭାବରେ ମୋଦିଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ସୋମବାର ମୋଦିଙ୍କ ବୟାନକୁ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ରଖାଯାଇଥିଲା । ମୋଦିଙ୍କ କଥାକୁ ଭୁଲ ଭାବରେ ଉପସ୍ଥାପନା କରାଯାଉଛି ବୋଲି ପିଏମଓ ପକ୍ଷରୁ କୁହାଯାଇଥିଲା । ଏହା ସହିତ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନର ଯେକୌଣସି କାର୍ଯ୍ୟାନୁଷ୍ଠାନର ଜବାବ ଭାରତ ଦେବ ବୋଲି କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହି ସଂଘର୍ଷରେ ଚୀନର 43 ସୈନିକ ମୃତାହତ ହୋଇଥିବା ଜଣାପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.