ETV Bharat / bharat

ଚନ୍ଦ୍ରଯାନ-2: କାହିଁକି ଇସ୍ରୋକୁ ଏହାର ଆବଶ୍ୟକତା ରହିଛି ?

ଚନ୍ଦ୍ରରେ ଜଳର ସ୍ଥିତି ଓ ଚନ୍ଦ୍ରପୃଷ୍ଠର ଅଧିକ ତଥ୍ୟ ସଂଗ୍ରହ କରିବା ମିଶନ ଚନ୍ଦ୍ରାୟନ-2ର ଲକ୍ଷ୍ୟ । ତେବେ ଜାଣନ୍ତୁ କଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)କୁ ଚନ୍ଦ୍ରାୟନ-2ର ଆବଶ୍ୟକତା ପଡିଲା...

author img

By

Published : Jul 15, 2019, 10:58 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ: ଶେଷ ମୁହୂର୍ତ୍ତରେ ଅଟିକିଲା ‘ଚନ୍ଦ୍ରଯାନ-2’ର ଉତକ୍ଷେପଣ । ଯାନ୍ତ୍ରୀକ ତ୍ରୁଟି କାରଣରୁ ଏହ ଯାନର ପରବର୍ତ୍ତି ଉତକ୍ଷେପଣକୁ ପାଖପାଖି ଦୁଇମାସ ପାଇଁ ରୋକିପାରେ ଇସ୍ରୋ । ପ୍ରେରଣର ମାତ୍ର 56ମିନିଟ ପୂର୍ବରୁ ତ୍ରୁଟି ପରିଲିକ୍ଷିତ ହୋଇଥିଲା । ଭାରତର ଦ୍ବିତୀୟ ‘ଚନ୍ଦ୍ରଯାନ’ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ରକେଟ GSLV Mk-III ମାଧ୍ୟମରେ ମହାକାଶକୁ ପ୍ରେରଣ ହୋଇଥାନ୍ତା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

GSLV Mk-IIIର ସଫଳ ଉତକ୍ଷେପଣ ପରେ ଭାରତ ଆମେରିକା, ଋଷ, ଚାଇନା ପରେ ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ପୁଣି ଥରେ ପାଦ ରଖିଥାନ୍ତା । ଏପରିକି ଏହି ଉତ୍ତକ୍ଷେପଣ ପରେ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ତରୀକ୍ଷ ଯାନ ଅବତରଣ କରି ରେକର୍ଡ କରିଥାନ୍ତା । ତେବେ ଏହି ମିଶନକୁ ସ୍ଥଗିତ ରଖାଯାଇଛି ।

ତେବେ ଆସନ୍ତୁ ଜାଣିବା କଣ ପାଇଁ ଇସ୍ରୋକୁ ସବୁଠାରୁ ମହତ୍ତ୍ବକାଂକ୍ଷୀ ଚନ୍ଦ୍ରାୟନ-2ର ମିଶନ ଆରମ୍ଭ କରିବାର ଆବଶ୍ୟକତା ପଡିଲା-

ଚନ୍ଦ୍ରଯାନ-1ର ବିଫଳତା ପରେ ଏହା ଇସ୍ରୋର ସବୁଠାରୁ ବଡ ମିଶନ । 2009ରେ ମିଶାଇଲ ମ୍ୟାନ ଏ ପି ଜେ ଅବଦୁଲ କଲାମଙ୍କ ଡ୍ରିମ ପ୍ରୋଜେକ୍ଟ ଚନ୍ଦ୍ରଯାନ-1କୁ ଉତ୍ତକ୍ଷେପଣ କରାଯାଇଥିଲା । ମାତ୍ର ଏହା ପୂର୍ଣ୍ଣ ସଫଳତା ପାଇପାରିନଥିଲା । ଏହି ମହାକାଶ ଯାନର ଅବଧି ଥିଲା ଦୁଇ ବର୍ଷ, ମାତ୍ର ଏହା 10 ମାସରେ ହିଁ ଦିଗହରା ହୋଇଥିଲା । ପ୍ରଥମେ ଯାନ୍ତ୍ରୀକି ତ୍ରୁଟି, ପରେ ତାପମାତ୍ରାରେ ଅସନ୍ତୁଳନ ଏବଂ ଶେଷରେ ଇସ୍ରୋ ସହ ସମ୍ପୂର୍ଣ୍ଣ ସମ୍ପର୍କ ବିଛିନ୍ନ କରିଥିଲା ଚନ୍ଦ୍ରଯାନ-1 । ପାଖାପାଖି 90 ପ୍ରତିଶତ ସଫଳତା ଆଣିଦେଇଥିଲା ପ୍ରଥମ ଚନ୍ଦ୍ରଯାନ ଓ ଚନ୍ଦ୍ରପୃଷ୍ଠରେ ଜଳ ଖୋଜିପାଇଥିଲା । ଏପରିକି ଚନ୍ଦ୍ରଯାନ-1 ମାଧ୍ୟମରେ ଜାଣାପଡିଥିଲା ଚନ୍ଦ୍ରରେ ଜଳ ତରଳ ଅବସ୍ଥାରେ ନୁହେଁ ବରଂ ମାଟି ସହ ମୋଲିକୁଲ ହୋଇ ମିଶି ରହିଛି ।

ପ୍ରଥମ ଚନ୍ଦ୍ରମିଶନରେ ପାଖାପାଖି 386କୋଟି ଅର୍ଥ ବ୍ୟୟ କରାଯାଇଥିଲା । ପ୍ରାୟ 10 ବର୍ଷର ପରିଶ୍ରମ ପରେ ଭାରତ ଆଉ ଏକ ଚନ୍ଦ୍ରମିଶନ ପ୍ରକ୍ଷେପଣ କରିବାକୁଯାଉଛି । ଏହି ମିଶନ ପାଇଁ 978 କୋଟି ଖର୍ଚ୍ଚ କରାଯାଇଛି । ସେଥିରୁ 603 କୋଟି ଅରବିଟ, ଲ୍ୟାଣ୍ଡର, ରୋଭର, ନାଭିଗେସନ, ଗ୍ରାଉଣ୍ଡ ସପୋର୍ଟ ନେଟୱାର୍କରେ ଖର୍ଚ୍ଚ ହୋଇଛି । ତେବେ ପୂର୍ବରୁ ଆମେରିକା, ଋଷ, ଚାଇନା ଚନ୍ଦ୍ରର କେବଳ ଅନ୍ଧାକାର ଭାଗକୁ ଖୋଜି ବାହାର କରିପାରିଛନ୍ତି କିନ୍ତୁ ଚନ୍ଦ୍ରଯାନ-2, ଚନ୍ଦ୍ରର ଦକ୍ଷିଣଭାଗକୁ ଟାର୍ଗେଟ କରିବ । କାରଣ ଚନ୍ଦ୍ରର ସେହି ଭାଗ ବରଫରେ ଆଚ୍ଛାଦିତ ଓ ଇସ୍ରୋର ମୂଳ ଉଦ୍ଦେଶ୍ୟ ହେବ ସେହି ଭାଗକୁ ଆବିଷ୍କାର କରିବା । ଚନ୍ଦ୍ରରେ ଜଳର ସ୍ଥିତି ଓ ଏହା କିପରି ଭାବେ ଅଛି ସେ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ଦ୍ବିତୀୟର ମିଶନର ଲକ୍ଷ୍ୟ ।

ଏହା ଛଡା ଚନ୍ଦ୍ରର ସୃଷ୍ଟି ବିଷୟରେ ଏଯାଏଁ କିଛି ଜଣାପଡିନାହିଁ । ଚନ୍ଦ୍ରର ଉତ୍ପତି ବିଷୟରେ ଅନକେ ଥିଓରି ଥିବା ବେଳେ କେଉଁ ଥିଓରି ସତ ସେନେଇ କୌଣସି ସୂଚନା ମିଳୁପାରିନାହିଁ । ତେବେ ଚନ୍ଦ୍ରଯାନ-2ର ଉତ୍ତକ୍ଷେପଣ କରିବାର ଏହା ଏକ ମୁଖ୍ୟ କାରଣ ମଧ୍ୟ ହୋଇପାରେ । ଯଦି ଏହା ସଫଳ ହୁଏ ତେବେ ଚନ୍ଦ୍ରର ଇତିହାସ ବିଷୟରେ ଜାଣିବା ସହ ବିଶ୍ବରେ ରେକର୍ଡ ସୃଷ୍ଟି କରିବାରେ ଭାରତକୁ କେହି ଅଟକାଇପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.