ETV Bharat / bharat

ବିହାର ବିଧାନସଭା ନିର୍ବାଚନ: ତେଜସ୍ବୀଙ୍କୁ ରବିଶଙ୍କରଙ୍କ ଟାର୍ଗେଟ

author img

By

Published : Oct 27, 2020, 8:18 AM IST

ନୂଆ ବିହାରର ସ୍ବପ୍ନ ଦେଖାଉଥିବା ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟାର୍ଗେଟ । କାହିଁକି ଆରଜେଡି ପୋଷ୍ଟରରେ କାହିଁକି ନାହିଁ ଲାଲୁଙ୍କ ଫଟୋ ବୋଲି କଲେ ପ୍ରଶ୍ନ । ଅଧିକ ପଢନ୍ତୁ...

ବିହାର ବିଧାନସଭା ନିର୍ବାଚନ
ବିହାର ବିଧାନସଭା ନିର୍ବାଚନ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଜନତାଙ୍କ ଭୋଟ ହାତେଇ ପାଟନା ସିଂହାସନ ଦଖଲ କରିବାକୁ ପ୍ରାଣପଣେ ଉଦ୍ୟମରତ ସମସ୍ତ ଦଳ । କିଏ ବିକାଶର ଚିତ୍ର ଦେଖାଉଛି, ତ କିଏ ରୋଜଗାର । କିଏ ନିଜକୁ ଦଳର ଯୁବଚେହେରା ଭାବେ ଚିତ୍ରିତ କରି ଭୋଟ ହାତେଇବା ଲକ୍ଷ୍ୟରେ ରହିଛି, ତ କିଏ ପୁରୁଣା ଚେହେରାକୁ ଦୋହରାଇ ଲୋକଙ୍କ ଆସ୍ଥା ଭାଜନ ହେବାକୁ ଚାହୁଁଛି । ଆଉ ଏପରି ସ୍ଥିତିରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଲାଗି ରହିଛି ।

ଚଳିତ ବର୍ଷ ନିର୍ବାଚନରେ ଲାଲୁଙ୍କ ଅନୁପସ୍ଥିତିରେ ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ବୀ ଯାଦବ ଦଳର ନେତୃତ୍ବ ନେଉଛନ୍ତି । ସବୁଆଡେ ତାଙ୍କ ପୋଷ୍ଟର ଛାପି ଦଳର ପୂର୍ବ ଛବିକୁ ବଦଳାଇ ନୂଆ ଭାବେ ନିଜକୁ ଚିତ୍ରିତ କରୁଛନ୍ତି । ଯାହାକୁ ରାଜନୈତିକ ବିରୋଧୀ ମାନେ ମୁଦ୍ଦା କରିଥିବା ଦେଖାଦେଉଛି ।

ନୂଆ ବିହାରର ସ୍ଲୋଗାନ ଦେଇ ନିର୍ବାଚନ ରଣାଙ୍ଗନ ପାର ହେବାକୁ ଲକ୍ଷ୍ୟ ରଖିଥିବା ତେଜସ୍ବୀ, କାହିଁକି ନିଜ ପିତା ଲାଲୁ ପ୍ରସାଦ ଯାଦବ ଓ ମା’ ରାବଡୀ ଦେବୀଙ୍କୁ ନିଜ ପୋଷ୍ଟରରେ ରଖୁନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି । ନିଜ ପିତାମାତାଙ୍କ ଫଟୋ ରଖିବାରେ ଏତେ ଲଜ୍ୟାବୋଧ କାହିଁକି ବୋଲି ସେ ପଚାରିଛନ୍ତି ।

ପୁର୍ନିଆରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ସେ ଏହା କହିଛନ୍ତି । ଏହାସହ ଯେଉଁ ବ୍ୟକ୍ତି ନୂଆ ବିହାରର ସ୍ବପ୍ନ ଦେଖାଉଛି, ତାଙ୍କ ପୋଷ୍ଟରରେ 15 ବର୍ଷ ରାଜ କରିଥିବା ତାଙ୍କ ପିତାମାତା କାହିଁକି ନାହାଁନ୍ତି ବୋଲି ରବିଶଙ୍କର କହିଛନ୍ତି ।ଯଦି ସେମାନଙ୍କ ଫଟୋ ଆସିବ ତେବେ, ଲୋକେ ନିଶ୍ଚୟ ଜଙ୍ଗଲରାଜ ପ୍ରସଙ୍ଗ ଉଠାଇବେ ବୋଲି ଜାଣି ତେଜସ୍ବୀ ଏପରି କରିଥିବା ସେ ଦର୍ଶାଇଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ରବିଶଙ୍କର ଏନଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବାବେଳେ ଏପରି କହିଛନ୍ତି ।

ସେହିପରି ଉଭୟ ନେତା ଲାଲୁଙ୍କ ଶାସନ କାଳରେ ଚାଲିଥିବା ଜଙ୍ଗଲରାଜ ପ୍ରସଙ୍ଗ ଉଠାଇ ଆରଜେଡିକୁ ଘେରିଛନ୍ତି । ଏହା ପୁର୍ନିଆ ଲୋକଙ୍କ ଉପରେ ନିର୍ଭର କରେ ସେମାନେ କାହାକୁ ଶାସନ ଭାର ଦେବେ, ଯେ ଜଙ୍ଗଲରାଜ କରିବ ନା ଯେ ଜଙ୍ଗଲରାଜକୁ ସଫା କରିବ ବୋଲି ଉଭୟ ନେତା କହିଛନ୍ତି ।

ସୂଚନାଥାଉକି, ପୁର୍ନିଆରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ନଭେମ୍ବର 7ରେ ଭୋଟ ଗ୍ରହଣ ହେବ । ପୁର୍ନିଆ 2000 ମସିହାରୁ ବିଜେପି ଗଡ ଭାବେ ପରିଚିତ ହୋଇଆସୁଛି । ଏଠାରୁ ବିଜେପି ପ୍ରାର୍ଥୀ ଲଗାତାର ବିଜୟ ଲାଭ କରୁଛନ୍ତି ।

(ANI)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.