ETV Bharat / bharat

ମୃତ ଶରୀରର ସମ୍ମାନ କିଏ ରକ୍ଷା କରିବ ?

ଭାରତୀୟ ସମ୍ବିଧାନର ଧାରା 21 ଅନୁଯାୟୀ ଭାରତରେ କେବଳ ଜୀବନ୍ତ ମଣିଷ ପାଇଁ ନୁହେଁ ବରଂ ତାର ମୃତ୍ୟୁ ପରେ ମଧ୍ୟ ମର ଶରୀର ପାଇଁ ଏଠାରେ ସ୍ଥାନ ରହିଛି । ଧାରା 21ର ବିବରଣୀରେ ଲେଖା ରହିଥିବା ‘ବ୍ୟକ୍ତି’ ମୃତ ବ୍ୟକ୍ତିଙ୍କୁ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଗ୍ରହଣ କରେ । ଏଥିରେ ଏହା ମଧ୍ୟ ଉଲ୍ଲେଖ ରହିଛି କି ନିଜ ଜୀବନ ପ୍ରତି ସମସ୍ତ ଅଧିକାର ଯଥା ମାନବ ସମ୍ମାନ ସହ ବଞ୍ଚିବାର ଅଧିକାର, ପରମ୍ପରା ଓ ଧର୍ମ ଭାବେ ମୃତ୍ୟୁ ପରେ ବି ଶରୀରରକୁ ଜୀବିତ ରହିଥିବା ଅବସ୍ଥା ସମତୁଲ୍ୟ ସମ୍ମାନ ମିଳିବାର ଅଧିକାର ରହିଛି ।

dead bodies' dignity, law to protect dignity even after deceased, indian penal code, indian constitution, ଭାରତୀୟ ସମ୍ବିଧାନ, ଭାରତୀୟ ସମ୍ବିଧାନରେ ମୃତକଙ୍କ ସମ୍ମାନ ପାଇଁ ଆଇନ, ମୃତକଙ୍କ ସମ୍ମାନ ପାଇଁ ଆଇନ, ମୃତ୍ୟୁ ପରେ ବି ସମ୍ମାନ ରକ୍ଷା ପାଇଁ ଆଇନ, ଭାରତୀୟ ଦଣ୍ଡ ସଂହିତା
ମୃତ ଶରୀରର ସମ୍ମାନ କିଏ ରକ୍ଷା କରିବ ?
author img

By

Published : Jun 27, 2020, 6:14 AM IST

ହାଇଦ୍ରାବାଦ: ଭାରତରେ ପ୍ରତ୍ୟେକ ନାଗରିକଙ୍କ ଆତ୍ମସମ୍ମାନ ଓ ସମାନତା ପ୍ରତି ରହିଛି ସମାନ ଅଧିକାର । ହେଲେ ବାସ୍ତବରେ ମହାମାରୀ ସମୟରେ ଏହା କେତେ ଲାଗୁ ହେଉଛି ? ବର୍ତ୍ତମାନ ସମୟରେ ମୃତଦେହଗୁଡିକୁ ସଠିକ୍‌ ଭାବେ ସତ୍କାର ମଧ୍ୟ କରାଯାଉନଥିବା ଦେଖାଯାଉଛି । ଥରେ କି ଦୁଇ ଥର ନୁହେଁ ବାରମ୍ବାର ମର ଶରୀର ପ୍ରତି ଅସମ୍ମାନ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ସେ କୋଲକାତାରେ 13 ଜଣଙ୍କ ମର ଶରୀରକୁ କେଏମସି ଦ୍ବାରା ଅମାନବୀୟ ଢଙ୍ଗରେ ଘୋଷାଡିବା ଘଟଣା ହେଉ କି ପଣ୍ଡିଚେରୀରେ କୋରୋନା ମୃତକଙ୍କ ଶରୀରକୁ ସ୍ବାସ୍ଥ୍ୟକର୍ମୀ ଫୋପାଡିବା ଘଟଣା । ମୃତ୍ୟୁ ପରେ ବି ଭାରତୀୟ ନାଗରିକଙ୍କ ମର ଶରୀର ସମ୍ମାନର ଅଧିକାରୀ ଥିବା ବେଳେ ଏହି ସମସ୍ତ ଘଟଣା ଏଥିରେ ବ୍ୟତିକ୍ରମ ସୃଷ୍ଟି କରିଛି ।

ଭାରତୀୟ ସମ୍ବିଧାନର ଧାରା 21 ଅନୁଯାୟୀ ଭାରତରେ କେବଳ ଜୀବନ୍ତ ମଣିଷ ପାଇଁ ନୁହେଁ ବରଂ ତାର ମୃତ୍ୟୁ ପରେ ମଧ୍ୟ ମର ଶରୀର ପାଇଁ ଏଠାରେ ସ୍ଥାନ ରହିଛି । ଧାରା 21ର ବିବରଣୀରେ ଲେଖା ରହିଥିବା ‘ବ୍ୟକ୍ତି’ ମୃତ ବ୍ୟକ୍ତିଙ୍କୁ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଗ୍ରହଣ କରେ । ଏଥିରେ ଏହା ମଧ୍ୟ ଉଲ୍ଲେଖ ରହିଛି କି ନିଜ ଜୀବନ ପ୍ରତି ସମସ୍ତ ଅଧିକାର ଯଥା ମାନବ ସମ୍ମାନ ସହ ବଞ୍ଚିବାର ଅଧିକାର, ପରମ୍ପରା ଓ ଧର୍ମ ଭାବେ ମୃତ୍ୟୁ ପରେ ବି ଶରୀରରକୁ ଜୀବିତ ରହିଥିବା ଅବସ୍ଥା ସମତୁଲ୍ୟ ସମ୍ମାନ ମିଳିବାର ଅଧିକାର ରହିଛି । ଏନେଇ ସମସ୍ତ ରାଜ୍ୟଗୁଡିକରେ ଏହାର ସୁପରିଚାଳନା ପାଇଁ କର୍ତ୍ତବ୍ୟ ଦିଆଯାଇଛି ।

କ’ଣ କୁହେ ଧାରା 21 ?

ଯେକୌଣସି ପରିସ୍ଥିତି ବା ଆଇନରେ ଜୀବିତ ବ୍ୟକ୍ତିକୁ ସମ୍ମାନର ସମସ୍ତ ଅଧିକାର ରହିଛି । ହେଲେ ମୃତ ବ୍ୟକ୍ତିଙ୍କୁ ସମ୍ମାନର ଅଧିକାର ହେବା ପାଇଁ 2ଟି ବିଭାଗରେ ବିଭକ୍ତ କରାଯାଇଛି ।

1- ମର ଶରୀରର ସତ୍କାର:

ଲୋକଙ୍କ ମଙ୍ଗଳକାରୀ ଚିନ୍ତା କରୁଥିବା ଓ ସେମାନଙ୍କ ଅଧିକାରର ରକ୍ଷା କରୁଥିବା ରାଜ୍ୟ ଭାବେ ଧାରା 21 ଅନୁଯାୟୀ ଜଣେ ବ୍ୟକ୍ତିକୁ ମୃତ୍ୟୁ ପରେ ବି ଏହାର ପ୍ରାପ୍ୟ ସମ୍ମାନ ଦେବା ସମ୍ପୃକ୍ତ ରାଜ୍ୟର କର୍ତ୍ତବ୍ୟ । ଏହି କର୍ତ୍ତବ୍ୟ ଅନୁଯାୟୀ ମୃତକଙ୍କ ଶରୀରକୁ ସମ୍ମାନନୀୟ ଓ ବ୍ୟବସ୍ଥିତ ଢଙ୍ଗରେ ତାଙ୍କର ଧାର୍ମିକ ବିଶ୍ବାସ ଅନୁଯାୟୀ ସତ୍କାର ମିଳିବା ଦରକାର । ଏଥିରେ ମୃତକଙ୍କୁ ଶେଷ କ୍ରିୟା ପାଇଁ ସମସ୍ତ ପ୍ରଯୁଜ୍ୟ ସାମଗ୍ରୀକୁ ମଧ୍ୟ ଯୋଗାଇବାର ଅଧିକାର ରହିଛି । ସେପଟେ ଥରେ ଅନ୍ତିମ କ୍ରିୟା ଶେଷ ହେବା ପରେ ମୃତକଙ୍କ ଅବଶିଷ୍ଟାଂଶ ବା ପୋତାଯାଇଥିଲେ ତାଙ୍କ କବରକୁ ଖୋଳି ବାହାର କରିବା ଏକ ଅପରାଧ ବୋଲି କୁହାଯାଇଛି । କିନ୍ତୁ ଯଦି ସମ୍ପୃକ୍ତ ବ୍ୟକ୍ତି ସାମାଜିକ ସହାୟତା ପାଇଁ ନିଜ ମର ଶରୀରର ବ୍ୟବହାରକୁ ନେଇ କୌଣସି ପ୍ରତିଶୃତି ଦେଇଥାଆନ୍ତି ବା ସେ କୌଣସି ତଦନ୍ତର ଅଂଶ ଥାଆନ୍ତି ତେବେ ତାଙ୍କ ମର ଶରୀରକୁ ଆଇନ ଅନୁଯାୟୀ କବରରୁ ବାହାରକୁ କଢାଯାଇପାରେ କିମ୍ବା ଦାନ କରାଯାଇପାରେ ।

2- ମୃତଦେହ ପ୍ରତି ଅସମ୍ମାନ ବା ଅପରାଧ:

ମୃତଦେହ ପ୍ରତି ହୋଇପାରିବା ସବୁଠାରୁ କୁତ୍ସିତ ଅପରାଧ ହେଉଛି ଏହା ସହ ଯୌନ ସମ୍ପର୍କ ସ୍ଥାପନ କିମ୍ବା ମୃତଦେହ ପ୍ରତି ଆକର୍ଷଣ । ଭାରତୀୟ ଦଣ୍ଡ ସଂହିତାର ସେକ୍ସନ 377(ଅପ୍ରାକୃତିକ ଅପରାଧ) ଅଧିନରେ ଏହାକୁ ଦଣ୍ଡନୀୟ ଅପରାଧ କୁହାଯାଇଛି । ସେପଟେ ସୁପ୍ରିମକୋର୍ଟ ଏନେଇ ନଭତେଜ ସିଂ ଜୋହର ମାମଲାରେ ଏକ ଐତିହାସିକ ରାୟ ଶୁଣାଇଥିଲେ । ଏହି ରାୟ ଅନୁଯାୟୀ ସେକ୍ସନ 377କୁ ସମଲିଙ୍ଗୀ ସମ୍ପର୍କ ପାଇଁ ପ୍ରଣୟନ କରିବା ଆଇନ ଅସଙ୍ଗତ । ଏନେଇ ସମ୍ବିଧାନରେ କୌଣସି ବିବରଣୀ ନାହିଁ । ତେଣୁ ଏହି ସେକ୍ସନ ଅନୁଯାୟୀ ପ୍ରକୃତି ବିରୋଧରେ ଯାଇ ମୃତଦେହ ସହ ଯୌନ ସମ୍ପର୍କ ରଖିବା ବା ଯୌନ ପୀପାସା ପୂରଣ କରିବା ପାଇଁ ମତ ଶରୀରର ବ୍ୟବହାର କରିବାକୁ ଦଣ୍ଡନୀୟ ଅପରାଧ ବୋଲି ସ୍ପଷ୍ଟ କରାଯାଇଛି ।

କେବଳ ହିନ୍ଦୁ ଧର୍ମ ନୁହେଁ ବରଂ‌ ଖ୍ରୀଷ୍ଟ ଧର୍ମରେ ମଧ୍ୟ ‘ରେଷ୍ଟ ଇନ ପିସ୍‌’ ଲେଖାଯାଇ ମୃତଦେହକୁ ସସମ୍ମାନେ ବିଶ୍ରାମ ନେବା ପାଇଁ କୁହାଯାଇଛି । ଏନେଇ ୱିଲିୟମ ହେନରି ଫ୍ରାନ୍ସିସ ବସେଭିଙ୍କ ଲେଖନୀରୁ ପ୍ରକାଶ ‘ବରିଆଲ ଅଫ ଦି ଡେଡ’ରେ ଲେଖା ରହିଛି କି ଇତିହାସରୁ ଆଜି ଯାଏଁ ଯେତେ ବି ଘଟଣା ଘଟିଛି ସେଥିରୁ ସ୍ପଷ୍ଟ ହୋଇଛି କି ସଂସ୍କୃତିର ବିବିଧତାରେ କେବଳ ଗୋଟିଏ ସମାନ ପରମ୍ପରା ରହିଛି । ସେ ହେଉଛି ମୃତ୍ୟୁ ପରେ ମର ଶରୀରକୁ ମଧ୍ୟ ସମ୍ମାନ ପ୍ରଦର୍ଶନ । ତାଙ୍କପ ଲେଖନୀ ଏତେ ଶକ୍ତିଶାଳୀ ଥିଲା କି ଏହା ପରବର୍ତ୍ତୀ ସମୟରେ ଶତ୍ରୁର ମୃତଦେହକୁ ମଧ୍ୟ ସମ୍ମାନ ଦେବା ପାଇଁ ଲୋକଙ୍କୁ ବାଧ୍ୟ କରିଥିଲା ।

ଏହାଛଡା ପ୍ରାକୃତିକ ଦୈବିପାକରେ ଦେଖାଯାଇଛି କି ଏକକାଳୀନ ଶହ ଶହ ବା ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ସତ୍କାର ପାଇଁ ଏକକାଳୀନ ବ୍ୟବସ୍ଥା ହୋଇଥାଏ । ବ୍ୟକ୍ତିଗତ ଭାବେ ଜଣ ଜଣଙ୍କୁ ଚିହ୍ନଟ କରି ସେମାନଙ୍କ ବିଶ୍ବାସ ଅନୁଯାୟୀ ସତ୍କାର କରିବା ଅପେକ୍ଷା ସାମୂହିକ ଶବସତ୍କାର କରାଯିବାର ନଜିର ରହିଛି । ହେଲେ ବାସ୍ତବରେ ସମ୍ବିଧାନ ଅନୁଯାୟୀ ଏକାଧିକ ସଂଖ୍ୟାରେ ମୃତ୍ୟୁ ହେବା ସତ୍ତ୍ବେ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ସମ୍ମାନ ଦେବାର ଆବଶ୍ୟକତା ରହିଛି । ଏନେଇ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ସମ୍ମାନ ପ୍ରଦାନ କରି ସେମାନଙ୍କ ପରିବାର ଓ ଧର୍ମର ବିଶ୍ବାସ ଅନୁଯାୟୀ ସତ୍କାର କରାଇବାର ଆବଶ୍ୟକତା ରହିଛି । ଏନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନାରେ ସ୍ବତନ୍ତ୍ର ଗାଇଡଲାଇନ ମଧ୍ୟ ରହିଛି ।

ଜାତୀୟ ବିପର୍ଯ୍ୟୟ ପରିଚାଳନା ଗାଇଡଲାଇନ:

  1. ମୃତକଙ୍କ ଶରୀରର ଯଥାର୍ଥ ଉଦ୍ଧାର ଓ ସୁରକ୍ଷା ।
  2. ମୃତକଙ୍କ ଶରୀରର ଧାର୍ମିକ, ସାଂସ୍କୃତିକ, ସାମାଜିକ ଓ ଜାତିଗତ ବିଶ୍ବାସ ସମେତ ପାରିପାର୍ଶ୍ବିକ ଆବଶ୍ୟକତା ଅନୁଯାୟୀ ସସମ୍ମାନ ସତ୍କାର ।
  3. ପ୍ରକୃତ ସୂଚନା ପରିଚାଳନା ଦ୍ବାରା ମୃତକଙ୍କ ପରିଚୟ ଓ ସମ୍ପର୍କୀୟଙ୍କ ସନ୍ଧାନ କରିବା । ଏଥିସହ ଗଣମାଧ୍ୟମର ସହାୟତାରେ ଏହାର ବିସ୍ତୃତ ପ୍ରଚାର ।

ଆଇନ ଅନୁଯାୟୀ କୌଣସି ଅଜଣା ମୃତକଙ୍କ ସତ୍କାର ସମ୍ପୃକ୍ତ ରାଜ୍ୟର ଦାୟିତ୍ବ ନୁହେଁ । ହେଲେ କୋର୍ଟରେ ଏନେଇ ବାରମ୍ବାର ଦର୍ଶାଯାଇଥିବା ଦେଖାଯାଇଛି ।

ଆମ ଆଇନ ଅନୁଯାୟୀ ମୃତକଙ୍କ ପ୍ରାପ୍ୟ ସମ୍ମାନ:

ଭାରତୀୟ ଦଣ୍ଡ ସଂହିତାର ସେକ୍ସନ 297:

ଏହି ଆଇନ ଅନୁଯାୟୀ କୌଣସି ବି ପରିସ୍ଥିତିରେ ମୃତକଙ୍କ ଶରୀର ସହ ଅପମାନଜନକ କାର୍ଯ୍ୟକଳାପ ଦଣ୍ଡନୀୟ । କେବଳ ସେତିକି ନୁହେଁ ସତ୍କାରର ଆୟୋଜନକୁ ନଷ୍ଟ କରିବା କିମ୍ବା ମର ଶରୀରର ପ୍ରତି କ୍ଷତି ପହଞ୍ଚାଇଥିଲେ ମଧ୍ୟ ଏହା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ଫାଇନ କିମ୍ବା ଏକ ବର୍ଷର ଜେଲ କିମ୍ବା ଉଭୟର ଦଣ୍ଡବିଧାନ କରାଯାଇପାରେ ।

ଅନ୍ତର୍ଜାତୀୟସ୍ତରରେ ମୃତକଙ୍କ ସମ୍ମାନ ପାଇଁ ଲାଗୁ ଆଇନ:

  • ଜେନେଭି କନଭେନ୍ସନ 1949: ଏହି ଚୁକ୍ତିନାମାର ଧାରା 16 ଅନୁଯାୟୀ ସାମରିକ ଅନୁମତି ଆଧାରରେ ଉଭୟ ପକ୍ଷ ମୃତକଙ୍କ ଶରୀରକୁ ବିନା କୌଣସି କ୍ଷତି ପହଞ୍ଚାଇ ସୁରକ୍ଷିତ ରଖିବେ ।
  • ଅଷ୍ଟ୍ରେଲିଆର ପ୍ରତିରକ୍ଷା ବିଭାଗ ନିୟମାବଳୀ, 1994 ଅନୁଯାୟୀ ମୃତକଙ୍କ ଅବଶିଷ୍ଟାଂଶକୁ (ସେ ଯୁଦ୍ଧରେ ନିହତ ହୁଅନ୍ତୁ ବା ନହୁଅନ୍ତୁ) ସମ୍ମାନ ପ୍ରଦାନ କରାଯିବ । ସେମାନଙ୍କ ବ୍ୟକ୍ତିଗତ ବିଶ୍ବାସ ଓ ପାରିବାରିକ, ଧାର୍ମିକ ଓ ପରମ୍ପାରାଗତ ବିଶ୍ବାସ ଅନୁଯାୟୀ ସମ୍ମାନ ପ୍ରଦାନ କରାଯାଇ ସତ୍କାର କରାଯିବ ।
  • ୟୁକେ ମିଲିଟାରୀ ନିୟମାବଳୀ 1958 ଅନୁଯାୟୀ ମୃତକଙ୍କ ଶରୀରରକୁ ସମସ୍ତ ପ୍ରକାର ଅପବ୍ୟବହାର ଓ ଅପମାନରୁ ସୁରକ୍ଷା ପ୍ରଦାନ କରିବା ।
  • ମାନବ ଅଧିକାର ନେଇ ଜାତିସଂଘ କମିଶନର 2005ରେ ପ୍ରଣୀତ ନିୟମ ଅନୁଯାୟୀ ଫରେନସିକ ବିଜ୍ଞାନ ଉପରେ ମର ଶରୀର ପ୍ରତି ଦର୍ଶାଯାଇଥିବା ବ୍ୟବହାର ନିୟମ ଲାଗୁ ହୋଇ ନପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.