ETV Bharat / bharat

ମଜବୁତ ହେବ ସ୍ବାସ୍ଥ୍ୟସେବା, ସୂଲଭ ମୁଲ୍ୟରେ ମିଳିବ କ୍ୟାନସର ଔଷଧ

ସ୍ବାସ୍ଥ୍ୟସେବାକୁ ଉନ୍ନତମାନର କରିବା ପାଇଁ ଅଣ୍ଟା ଭିଡିଛି ବିଶ୍ବ ସ୍ବାସ୍ଥ୍ୟସେବା ସଙ୍ଗଠନ । ଉନ୍ନତ ମାନର ଔଷଧ ସାଙ୍ଗକୁ ସୁଲଭ ଦରରେ ଔଷଧ ଯୋଗାଇ ଦେବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସେବା ସଙ୍ଗଠନ ଔଷଧର ସୂଚୀ ଜାରି କରିଛି ।

author img

By

Published : Jul 10, 2019, 1:04 AM IST

Updated : Jul 10, 2019, 4:44 PM IST

ଡିଜାଇନ ଫଟୋ

ଆହୁରି ମଜବୁତ ହେବ ସ୍ବାସ୍ଥ୍ଯସେବା । ଏଣିକି ସୁବିଧାରେ ଓ ସୁଲଭ ମୂଲ୍ୟରେ ମିଳିବ ଦୁର୍ଲଭ ଔଷଧ । ସ୍ବାସ୍ଥ୍ୟସେବାକୁ ସୁଦୃଢ କରିବାକୁ ଆଗକୁ ଆସିଛି ବିଶ୍ବ ସ୍ବାସ୍ଥ୍ୟସେବା ସଙ୍ଗଠନ । ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ବିଶ୍ବ ସ୍ବାସ୍ଥ୍ୟସେବା ସଙ୍ଗଠନ(WHO) ପକ୍ଷରୁ କେତେକ ଔଷଧର ତାଲିକା ଜାରି କରାଯାଇଛି । ଯାହାକି ଗୁରୁତ୍ବପୂର୍ଣ୍ଣ ମେଡିସିନ ଉତ୍ପାଦନ କରିବାରେ ଦେଶମାନଙ୍କୁ ସାହାଯ୍ୟ କରିବ ।

ବିଶେଷ କରି, କ୍ୟାନସର ରୋଗର ମୁକାବିଲା ପାଇଁ ସ୍ମାର୍ଟ ସମାଧାନ, ସ୍ମାର୍ଟ ପ୍ରାଥମିକତା ଏବଂ ରୋଗୀଙ୍କ ନିକଟକୁ ଏହି ସମସ୍ତ ସୁବିଧା କିଭଳି ଭାବେ ପହଞ୍ଚାଯିବ ବିଶ୍ବ ସ୍ବାସ୍ଥ୍ୟସେବା ସଙ୍ଗଠନ ଏହା ଉପରେ ଫୋକସ୍‌ କରିଛି । ତେବେ ଏନେଇ WHOର ମହାନିର୍ଦ୍ଦେଶକ ଡ଼ଃ ଟେଡ୍ରସ ଏଣ୍ଡାନାମ କୁହନ୍ତି, ବିଶ୍ବ ସ୍ବାସ୍ଥ୍ୟସେବା ସଙ୍ଗଠନ ତରଫରୁ ସାରା ବିଶ୍ବର 150ରୁ ଊର୍ଦ୍ଧ୍ବ ଦେଶକୁ ମେଡିସିନ କ୍ଷେତ୍ରରେ ଗାଇଡ୍ କରିବା ସହ ସୁଲଭ ଦରର ମେଡିସିନ ସୂଚୀ ଜାରି କରାଯାଉଛି । ସେହିପରି କ୍ୟାନସର ରୋଗୀଙ୍କୁ ମଧ୍ୟ କମ୍ ମୂଲ୍ୟରେ ଭଲ ମେଡିସିନ୍ ପହଞ୍ଚାଇବା ପାଇଁ WHO ମେଡିସିନ ସୂଚୀ ଜାରି କରିଛି । ସେହି ଔଷଧକୁ କ୍ୟାନସର ରୋଗୀ ବ୍ୟବହାର କଲେ ତାହା ତାଙ୍କ ପାଇଁ ଫଳପ୍ରଦ ହୋଇ ପାରିବ ।

WHO ତରଫରୁ ଜାରି କରାଯାଇଥିବା କିଛି ଔଷଧ ସୂଚୀ :

କର୍କଟ ଉପଚାର ପାଇଁ ଔଷଧ :

ସାରା ବିଶ୍ବରେ କ୍ୟାନସର ରୋଗ କାୟା ବିସ୍ତାର କରିବାରେ ଲାଗିଛି । ଏଥିରୁ ମୁକ୍ତି ପାଇବା ବେଶ୍ କାଠିକର ପାଠ । ବଜାରରେ କ୍ୟାନସର ବା କର୍କଟ ରୋଗରୁ ମୁକ୍ତି ପାଇଁ ଭଳିକି ଭଳି ଔଷଧ ଉପଲବ୍ଧ ରହିଛି । ତେବେ ବର୍ତ୍ତମାନ କର୍କଟ ପାଇଁ WHO ପକ୍ଷରୁ ଆଉ 5ଟି ନୂଆ ଔଷଧ ଉପଲବ୍ଧ କରାଯାଇଛି । ଯାହା କର୍କଟ ରୋଗରୁ ଉପଶମ ପାଇଁ ମହୌଷଧି ଭଳି କାମ କରିବ ।

ଆଣ୍ଟିବାୟୋଟିକ୍ସ :

ସାଧାରଣତଃ ସଂକ୍ରମଣ ରୋଗ କିମ୍ବା ଅନ୍ୟାନ୍ୟ ରୋଗରୁ ଶୀଘ୍ର ଉପଶମ ପାଇଁ ଆମେ ଆଣ୍ଟିବାୟୋଟିକ୍ସକୁ ମେଡିସିନ ଭାବେ ବ୍ୟବହାର କରିଥାଉ । WHO ପକ୍ଷରୁ ମଧ୍ୟ ଆଣ୍ଟିବାୟୋଟିକ୍ସ ବ୍ୟବହାର ପାଇଁ କୁହାଯାଇଛି । ତେବେ ଅତ୍ୟାବଶ୍ୟକ ଔଷଧ କମିଟି ତରଫରୁ ଉନ୍ନତ ଧରଣର 3ଟି ଆଣ୍ଟିବାୟୋଟିକ୍ସକୁ ଯୋଡିବା ପାଇଁ ଅନୁରୋଧ କରିଛି ।

ଅତ୍ୟାବଶ୍ୟକୀୟ ଡାଏଗ୍ନୋଷ୍ଟିକ୍ସ ଲିଷ୍ଟ :

ପ୍ରଥମ ଥର ପାଇଁ 2018ରେ ଅତ୍ୟାବଶ୍ୟକୀୟ ରୋଗ ଚିହ୍ନଟ (ଡାଏଗ୍ନୋଷ୍ଟିକ) ତାଲିକା ପ୍ରକାଶ ପାଇଥିଲା । ଏହି ତାଲିକାରେ ମୁଖ୍ୟତଃ ଏଚଆଇଭି, ମ୍ୟାଲେରିଆ, ଯକ୍ଷ୍ମା ଏବଂ ହେପାଟାଇଟିସ୍ ଭଳି ମାରାତ୍ମକ ରୋଗର ନାମ ପ୍ରକାଶ ପାଇଥିଲା । ତେବେ ଚଳିତ ବର୍ଷର ତାଲିକାରେ ଉଭୟ ସଂକ୍ରମଣ ଓ ଅଣ ସଂକ୍ରମଣ ରୋଗର ପରୀକ୍ଷଣର ତାଲିକା ପ୍ରକାଶ ପାଇଛି ।

କର୍କଟ :

ସାଧାରଣତଃ କ୍ୟାନସର ଭଳି ମାରାତ୍ମକ ରୋଗର ପରୀକ୍ଷଣ ବିଳମ୍ବରେ ହେବା କାରଣରୁ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡିଥାନ୍ତି । ବିଶେଷ କରି ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ତେଣୁ WHO ବର୍ତ୍ତମାନ 12ଟି ଟେଷ୍ଟକୁ ତାଲିକାରେ ଯୋଡିଛି । ଏହି ପରୀକ୍ଷଣ ସାଧାରଣ ପରୀକ୍ଷାଗାର ବଦଳରେ ସ୍ବତନ୍ତ୍ର ପରୀକ୍ଷାଗାରରେ କରାଯିବ ।

ସଂକ୍ରାମକ ରୋଗ :

ଏହି ତାଲିକାରେ ସଂକ୍ରାମକ ରୋଗ ଯଥା ଡେଙ୍ଗୁ, ଜିକା, ଲିଶମୋନିୟାସିସ ରୋଗକୁ ମଧ୍ୟକୁ ଫୋକସ୍ କରାଯାଇଛି ।

ସାଧାରଣ ରୋଗ :

ସେହିପରି ଏହି ତାଲିକାରେ ସାଧାରଣ ରୋଗର ପରୀକ୍ଷଣ ମଧ୍ୟ ଯୋଡା ଯାଇଛି । ଉଦାହରଣ ସ୍ବରୂପ ଆମୋନିଆ ଓ ଥାଏରଏଡ୍ ପରୀକ୍ଷଣ ।

ଦେଶର ବିକାଶ ନିର୍ଭର କରେ ସୁସ୍ଥ ସମାଜ ଉପରେ । କିନ୍ତୁ ଆଜିର ସମାଜରେ ସମସ୍ତେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ମାନବ ସମାଜକୁ ସୁସ୍ଥ ରଖିବାକୁ ଭଲ ଲାଇଫ ଷ୍ଟାଇଲ ଉପରେ ଧ୍ୟାନ ରଖିବାକୁ ପଡିବ । ଆଉ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ସୁବିଧାରେ ଓ ସୁଲଭ ଦରରେ ଔଷଧ ଯୋଗାଇ ଦେବା ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି ବିଶ୍ବ ସ୍ବାସ୍ଥ୍ୟସେବା ସଙ୍ଗଠନ ।

Intro: ସାକ୍ଷୀ ଙ୍କୁ ମିଳିବ ସୁରକ୍ଷା ,ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷୀ ରହୁଥିବା ବ୍ୟକ୍ତି ଙ୍କୁ ଦିଆଯିବ ସୁରକ୍ଷା ।ଏଥିପାଇଁ ରାଜ୍ୟ ସରକାର ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର ।କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ସାକ୍ଷୀ ସୁରକ୍ଷା ଯୋଜନା କୁ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାଶିତ ଅଞ୍ଚଳରେ ଲାଗୁ ପାଇଁ ଦିଆଯାଇଥିଲା ନିର୍ଦ୍ଦେଶ ।ଗତବର୍ଷ ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ ।Body:ଏହି ନିର୍ଦେଶ କର୍ମେ ରାଜ୍ୟ ସରକାର ଜୁଲାଇ ୬ତାରିଖରେ ରାଜ୍ୟ ସରକାର ଗେଜେଟ୍ ନୋଟିଫିକେସନ ଜରିଆରେ ଏହି ଯୋଜନା କୁ କାର୍ଯ୍ୟକାରୀ କରିଛନ୍ତି ।ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟ ଙ୍କୁ ଜଣାଯାଇଛି ।ଏହି ଯୋଜନା ଅନୁଯାୟୀ ସାକ୍ଷୀଙ୍କୁ ତଦନ୍ତ ଠାରୁ ଆରମ୍ଭ କରି କୋର୍ଟ ରେ ସାକ୍ଷ ପ୍ରମାଣ ପର୍ଯ୍ୟନ୍ତ ସାକ୍ଷୀ ମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ।ସାକ୍ଷୀ ମାନଙ୍କ ଉପରେ କଣ ବିପଦ ରହିଛି ସେନେଇ ଜିଲ୍ଲା ପୋଲିସ ମୁଖ୍ୟ ଏକ ଥ୍ରେଟ୍ ଆନାଲିସିସ୍ ରିପୋର୍ଟ ପ୍ରସ୍ତୁତ କରିବେ ।ଏଥିରେ ସାକ୍ଷୀଙ୍କ ପରିଚୟ ଗୋପନ ରଖାଯିବ ।ଏହା ସହ ଦରକାର ପଡିଲେ ସାକ୍ଷୀଙ୍କୁ ସ୍ତାନାନ୍ତରଣ
କରାଯିବ
Conclusion:ଏହା ସହ ରେର୍କଡ ପତ୍ର କୁ ସୁରକ୍ଷା ଦେବା ପାଇଁ ମଧ୍ୟ ଏହି ଆଇନ୍ ରେ ବ୍ୟବସ୍ଥା ରହିଛି ।
ସିସିଟିଭି ଓ ଆଲାରାମର ବ୍ୟବସ୍ଥା କରାଯିବା ।ଏହା ସହ ସାକ୍ଷୀ ମାନଙ୍କୁ ତିନି ପ୍ରକାରର ସୁରକ୍ଷା ଯୋଗାଇ ଦିଆଯିବ ।
Last Updated : Jul 10, 2019, 4:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.