ETV Bharat / bharat

8ଟି ଟୀକା କ୍ଲିନିକାଲ୍ ଟ୍ରାଏଲରେ ଅଛି: ଡବ୍ଲୁଏଚଓ

କୋରୋନା ପାଇଁ ମୋଟ 8ଟି ଟୀକା କ୍ଲିନିକାଲ୍ ଟ୍ରାଏଲରେ ଥିବାବେଳେ ଅନ୍ୟ 110 ସମଗ୍ର ବିଶ୍ବର ବିକାଶର ବିଭିନ୍ନ ପର୍ଯ୍ୟାୟରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) କହିଛି ।

author img

By

Published : May 17, 2020, 3:54 PM IST

who
8ଟି ଟିକା କ୍ଲିନିକାଲ୍ ଟ୍ରାଏଲରେ ଅଛି:

ନୂଆଦିଲ୍ଲୀ: କୋରୋନା ପାଇଁ ମୋଟ 8ଟି ଟୀକା କ୍ଲିନିକାଲ୍ ଟ୍ରାଏଲରେ ଥିବାବେଳେ ଅନ୍ୟ 110 ସମଗ୍ର ବିଶ୍ବର ବିକାଶର ବିଭିନ୍ନ ପର୍ଯ୍ୟାୟରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) କହିଛି ।

ଏହି ସଂକ୍ରମଣକୁ ରୋକିବା ପାଇଁ ବିଶ୍ବର ସରକାର ମାନେ ଚେଷ୍ଟା କରୁଥିବାବେଳେ ଆମେରିକା, ଚୀନ୍ ଏବଂ ଜର୍ମାନୀ ଭଳି ଦେଶରେ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏବଂ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏହି ଭାଇରସ ମୁକାବିଲା ପାଇଁ ବିକାଶର ନେତୃତ୍ୱ ନେଉଛନ୍ତି ବୋଲି ଦକ୍ଷିଣ ଚୀନ୍ ମର୍ନିଂ ପୋଷ୍ଟ ରିପୋର୍ଟ ଦେଇଛି । ବହୁ ଦେଶ ଯଥା ଆମେରିକା ଏବଂ ଚୀନ୍ ଭଳି ଅନେକ ଦେଶ ଟିକା ପ୍ରସ୍ତୁତ କରିବାର ତାରିଖ ମଧ୍ୟ ଘୋଷଣା କରିଛନ୍ତି।

ଗତ ଶନିବାର ଚୀନ ସ୍ୱାସ୍ଥ୍ୟ ଅଧିକାରୀ ଝାଙ୍ଗ ୱେନହଙ୍ଗ କହିଛନ୍ତି ଯେ, ଆଗାମୀ 2021 ମସିହା ମାର୍ଚ୍ଚ ମାସ ସୁଦ୍ଧା କୋରୋନା ଭାଇରସ ବିରୁଦ୍ଧରେ ଏକ ସଫଳ ଟୀକା ପ୍ରସ୍ତୁତ କରାଯାଇ ଲୋକଙ୍କୁ ଦିଆଯିବ ।

ଟୀକା ବିକାଶରେ ଅନିଶ୍ଚିତତା ରହିଛି । ସବୁଠାରୁ ଭଲ କଥା ହେଉଛି ଯଦି ଲୋକମାନେ ପ୍ରସ୍ତୁତ କରୁଥିବା ଟୀକା ମଧ୍ୟରୁ ଗୋଟିଏ ପ୍ରଭାବଶାଳୀ ହୋଇ ପାରିଲା ଏବଂ ଶ୍ରୀଘ୍ର କାମ କରିବାକୁ ଲାଗିଲା । ତେବେ ଏହା ଆଗାମୀ ବର୍ଷ ମାର୍ଚ୍ଚ କିମ୍ବା ଜୁନ ମାସ ସୁଦ୍ଧା ଉପଲବ୍ଧ ହେବ ବୋଲି ଝାଙ୍ଗ ୱେନହଙ୍ଗ କହିଛନ୍ତି ।

ତେବେ ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଆମେ ଆଶା କରୁଛୁ ଚଳିତ ବର୍ଷ ଶେଷ ସୁଦ୍ଧା କୋରୋନା ଟିକା ଉପଲବ୍ଧ ହୋଇପାରିବ।

ପ୍ରକାଶ ଥାଉକି, ସମଗ୍ର ବିଶ୍ବରେ ବର୍ତ୍ତମାନ ସୁଦ୍ଧା 4.6 ମିଲିୟନ ଲୋକ କୋରୋନା ଆକ୍ରାନ୍ତ ଥିବାବେଳେ 311425 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.