ETV Bharat / bharat

ଆମ ମୌଳିକ ଅଧିକାରକୁ କିଏ ରକ୍ଷା କରିବ ? - fundamental rights

ଆଜିକୁ 36 ବର୍ଷ ତଳେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, “ସାରା ଦେଶର ବିଭିନ୍ନ ଅଦାଲତ ଅଭିବ୍ୟକ୍ତି ସ୍ବାଧୀନତାକୁ ନିଶ୍ଚିତ ଭାବରେ ସୁରକ୍ଷିତ ରଖିବେ...ଏହି ସ୍ବାଧୀନତାକୁ ଗୌଣ କରିବା ଦିଗରେ ଉଦ୍ଦିଷ୍ଟ କୌଣସି ଆଇନ ବା ସରକାରୀ କାର୍ଯ୍ୟାନୁଷ୍ଠାନକୁ ଖାରଜ କରିବା ହିଁ ସେମାନଙ୍କର ପ୍ରାଥମିକ କର୍ତ୍ତବ୍ୟ” ଏବଂ ଏହା ହିଁ ଆମ ସମ୍ବିଧାନର ଭାବଧାରାକୁ ବଜାୟ ରଖେ । ବିଚାର ବିଭାଗ ବିରୋଧରେ କେତେକ ଟ୍ବିଟ୍‌ କରିଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିବା ସୁପ୍ରିମକୋର୍ଟ, ନିଜର ଆତ୍ମଘୋଷିତ ଆଦର୍ଶକୁ ହିଁ ଅମାନ୍ୟ କରିଛନ୍ତି !! ଅଧିକ ପଢନ୍ତୁ...

ଆମ ମୌଳିକ ଅଧିକାରକୁ କିଏ ରକ୍ଷା କରିବ ?
ଆମ ମୌଳିକ ଅଧିକାରକୁ କିଏ ରକ୍ଷା କରିବ ?
author img

By

Published : Sep 3, 2020, 9:15 PM IST

ହାଇଦ୍ରାବାଦ: ଆଜିକୁ 36 ବର୍ଷ ତଳେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, “ସାରା ଦେଶର ବିଭିନ୍ନ ଅଦାଲତ ଅଭିବ୍ୟକ୍ତି ସ୍ବାଧୀନତାକୁ ନିଶ୍ଚିତ ଭାବରେ ସୁରକ୍ଷିତ ରଖିବେ...ଏହି ସ୍ବାଧୀନତାକୁ ଗୌଣ କରିବା ଦିଗରେ ଉଦ୍ଦିଷ୍ଟ କୌଣସି ଆଇନ ବା ସରକାରୀ କାର୍ଯ୍ୟାନୁଷ୍ଠାନକୁ ଖାରଜ କରିବା ହିଁ ସେମାନଙ୍କର ପ୍ରାଥମିକ କର୍ତ୍ତବ୍ୟ” ଏବଂ ଏହା ହିଁ ଆମ ସମ୍ବିଧାନର ଭାବଧାରାକୁ ବଜାୟ ରଖେ । ବିଚାର ବିଭାଗ ବିରୋଧରେ କେତେକ ଟ୍ବିଟ୍‌ କରିଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିବା ସୁପ୍ରିମକୋର୍ଟ, ନିଜର ଆତ୍ମଘୋଷିତ ଆଦର୍ଶକୁ ହିଁ ଅମାନ୍ୟ କରିଛନ୍ତି !!

“ଯୁକ୍ତିଯୁକ୍ତ ସମାଲୋଚନା ଏବଂ ବ୍ୟବସ୍ଥାର ପ୍ରତିଷ୍ଠାରେ ବ୍ୟାପକ କ୍ଷତିସାଧନ ଭିତରେ ପାର୍ଥକ୍ୟ ରହିଛି”,ବୋଲି ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟ ଶତ ପ୍ରତିଶତ ସତ। ହେଲେ, “ବିଚାର ବିଭାଗର ପ୍ରତିଷ୍ଠା କ’ଣ ଏତେ ଦୁର୍ବଳ ଯେ ସମାଲୋଚନାମୂଳକ କେତେକ ଟ୍ବିଟ୍‌ରେ ଏହା ଦୋହଲିଯିବ ?”ବୋଲି ସନ୍ଦେହ ଉପୁଜିବା ସ୍ବାଭାବିକ । 1952 ମସିହାରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ନ୍ୟାୟାଧିକରଣ ସ୍ପଷ୍ଟ କରିଦେଇଥିଲେ ଯେ “ସମାଲୋଚନାକୁ ଭର୍ତ୍ସନା କରି ଅଦାଲତ ଲୋକଙ୍କ ଆସ୍ଥାଭାଜନ ହୋଇପାରିବେ ନାହିଁ”।

ଗୋଟିଏ ପଟେ ବିଚାର ବିଭାଗ ଏବଂ ଅଦାଲତଙ୍କ ମର୍ଯ୍ୟାଦା ବଜାୟ ରଖିବାର ଆବଶ୍ୟକତା, ଏବଂ ଅନ୍ୟ ପକ୍ଷରେ, ‘କେତେକ ତର୍କସମ୍ମତ କଟକଣା ସହିତ ହେଲେ ମଧ୍ୟ’ଭାରତର ସମ୍ବିଧାନ ଦ୍ବାରା ପ୍ରଦତ୍ତ ଅଭିବ୍ୟକ୍ତି ସ୍ବାଧୀନତାର ମୌଳିକ ଅଧିକାରକୁ ନିଃସର୍ତ୍ତ ସ୍ବୀକୃତି-ଏ କ୍ଷେତ୍ରରେ ଅଦାଲତମାନଙ୍କର ସଦୟ ଏବଂ ସନ୍ତୁଳିତ ବିଚାରଧାରା ହିଁ ସେମାନଙ୍କର ଆତ୍ମମର୍ଯ୍ୟାଦା ଏବଂ ଆତ୍ମସମ୍ମାନରେ ନିଶ୍ଚିତ ବୃଦ୍ଧି କରାଏ । 1978 ମସିହାର ଏକ ମାମଲାରେ ଜଷ୍ଟିସ୍‌ କ୍ରିଷ୍ଣା ଆୟାର ରାୟ ଦେଇଥିଲେ ଯେ, “ଯେତେବେଳେ ହାତୀ (ଏଠାରେ ବିଚାରବିଭାଗ) ଗୌରବାନ୍ବିତ ଭାବେ ଚାଲୁଥାଏ, କୁକୁରମାନେ ଭୁକନ୍ତି । ଏଭଳି ନିର୍ବୋଧ ସମାଲୋଚନାର ଉତ୍ତର ଆମେ ବାରମ୍ବାର ଦେବୁନାହିଁ ।” ମୁଲଗାଓଁକରଙ୍କ ନୀତି ଭାବରେ ସୁପରିଚିତ ଏହି ଉଚ୍ଚ ଆଦର୍ଶବୋଧ ଏବେ ବିଚାର ବିଭାଗର ପଥ ପ୍ରଦର୍ଶନକାରୀ ଆଲୋକ ବର୍ତ୍ତିକା ହେବା ଉଚିତ !!

ଇଂରେଜ ଶାସନ କାଳରେ ପ୍ରଥମଥର ପାଇଁ 1926 ମସିହାରେ ଅଦାଲତ ଅବମାନନା ଆଇନ ପ୍ରଣୀତ ହୋଇଥିଲା । 1949 ମସିହାରେ ଏହାକୁ ଭାରତର ସମ୍ବିଧାନରେ ସାମିଲ କରିବା ପ୍ରସ୍ତାବ ସନ୍ଦର୍ଭରେ ଭାବ ପ୍ରକାଶନର ସ୍ବାଧୀନତାର ମାନ୍ୟତାକୁ କେନ୍ଦ୍ର କରି ସମ୍ବିଧାନ ସଭାରେ ଏକ ବିତର୍କ ହୋଇଥିଲା । ଯେତେବେଳେ ନିଜେ ବିଚାରପତିମାନେ, ଉଭୟ ଦଣ୍ଡବିଧାନକାରୀ ଏବଂ ଅଭିଯୋଗକାରୀ ପୀଡ଼ିତ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି, ସେତେବେଳେ ଅବମାନନା ଆଇନର ଦୁରୁପଯୋଗ ଏବଂ ଅଭିବ୍ୟକ୍ତି ସ୍ବାଧୀନତା କ୍ଷୁଣ୍ଣ ହେବାର ଆଶଙ୍କା ରହିଥିଲେ ମଧ୍ୟ, ବିଚାର ବିଭାଗର ସୁଗମ ପରିଚାଳନା ହିଁ ସର୍ବୋଚ୍ଚ ଆଦର୍ଶ ରୂପେ ବିବେଚିତ ହୋଇଥିଲା ।

ଯଦିଓ ପ୍ରତିବାଦୀମାନଙ୍କର ଏବଂ ଅଦାଲତ ଅବମାନନା ମାମଲାରେ ‘ସତ୍ୟ’ର ସୁରକ୍ଷା ଉଦ୍ଦେଶ୍ୟରେ ଅବମାନନା ଆଇନର କ୍ଷମତା ଏବଂ ପ୍ରକ୍ରିୟାରେ କେତେକ ସଂଶୋଧନ ପ୍ରସ୍ତାବ ସହିତ 1971ରେ ଏକ ନୂତନ ଆଇନ ପ୍ରଣୟନ କରାଯାଇଥିଲା ତଥାପି, ଅଭିବ୍ୟକ୍ତି ସ୍ବାଧୀନତାକୁ କ୍ଷୁଣ୍ଣ କରିବାର ଧାରା ଅବ୍ୟାହତ ରହିଥିଲା । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ କ୍ଷମତାରେ ଥାଇ ବିଚାରପତି ଏଏସ୍ ଆନନ୍ଦ କହିଛନ୍ତି ଯେ, ଯେଉଁମାନେ ସର୍ବସାଧାରଣ ସଂସ୍ଥା (ସରକାରୀ କାର୍ଯ୍ୟାଳୟ)ର ଦାୟିତ୍ବ ତୁଲାଇବେ ସେମାନେ ସାଧାରଣ ଲୋକଙ୍କ ପ୍ରତି ଉତ୍ତରଦାୟୀ ହେବା ଉଚିତ । ଯେହେତୁ ଏଭଳି ପ୍ରସ୍ତାବଗୁଡ଼ିକର ଅବହେଳା କରାଯାଉଛି, ତେଣୁ ଅଭିବ୍ୟକ୍ତି ସ୍ବାଧୀନତାକୁ ପ୍ରତିବନ୍ଧିତ କରୁଥିବା ସମ୍ବିଧାନର 19(2) ଧାରାର ସଂଶୋଧନ ନିମନ୍ତେ ସାମ୍ବିଧାନିକ ସମୀକ୍ଷା କମିଟି ସୁପାରିସ କରିଛନ୍ତି ।

1992 ମସିହାରେ ଅଷ୍ଟ୍ରେଲିଆର ଏକ ଅଦାଲତ ରାୟ ଦେଇଥିଲେ ଯେ, ଯଦି କୌଣସି ବିଦ୍ବେଷପୂର୍ଣ୍ଣ ଉଦ୍ଦେଶ୍ୟ ନ ରଖି ଜଣେ ପ୍ରତିବାଦୀ ତାଙ୍କ ସମାଲୋଚନା କରିବାର ଅଧିକାରକୁ ସାବ୍ୟସ୍ତ କରିବା ଲାଗି ଇଚ୍ଛାପ୍ରକାଶ କରନ୍ତି, ତେବେ ତାଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ । ଅଭିବ୍ୟକ୍ତି ସ୍ବାଧୀନତାରେ ପ୍ରତିବନ୍ଧକ ବୋଲି ଦର୍ଶାଇ ବ୍ରିଟେନ 2013 ମସିହାରେ ଅବମାନନା ଆଇନକୁ ଉଚ୍ଛେଦ କରିଥିଲା ।

2016ରେ ବ୍ରିଟେନ୍‌ର ୟୁରୋପୀୟ ସଂଘ ପରିତ୍ୟାଗ ବା ‘ବ୍ରେକ୍‌ସିଟ୍‌’ସଂପର୍କରେ ରାୟ ଦେଇଥିବା ତିନି ଜଣ ବିଚାରପତିଙ୍କୁ ‘ଜନସାଧାରଣଙ୍କ ଶତ୍ରୁ’ବୋଲି ‘ଡେଲି ମେଲ୍‌’ରେ ସମାଲୋଚନା କରାଯାଇଥିଲେ ହେଁ ପରିପକ୍ବ ବିଚାରପତିମାନେ ଏହାକୁ ଅଦାଲତ ଅବମାନନା ଭାବରେ ବିଚାର କରି ନଥିଲେ । କେବଳ ବିଚାର ବିଭାଗ ପ୍ରତି ବିପଦ ସମ୍ଭାବନା କ୍ଷେତ୍ରରେ ହିଁ ଏଭଳି ଅଙ୍କୁଶ ଲଗାଇବାର ପରିପକ୍ବତା ପ୍ରଦର୍ଶନ ଦ୍ବାରା ଅଦାଲତମାନଙ୍କର ସମ୍ମାନ ବୃଦ୍ଧି ସମ୍ଭବ !

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.