ETV Bharat / bharat

ରମଜାନ ପାଳନ ନେଇ WHO ର ନୂଆ ଗାଇଡଲାଇନ

ବିଶ୍ବରେ କୋରୋନା ଭାଇରସ ବିସ୍ତାର ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଶନିବାର ପବିତ୍ର ରମଜାନ ମାସ ପାଇଁ ନିର୍ଦ୍ଦେଶନାମା ଜାରି କରିଛି । ରମଜାନ ଏପ୍ରିଲ 23 ରୁ ଆରମ୍ଭ ହେବ।

author img

By

Published : Apr 19, 2020, 10:27 AM IST

WHO
WHO ଜାରି କଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ବିଶ୍ବରେ କୋରୋନା ଭାଇରସ ବିସ୍ତାର ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଶନିବାର ପବିତ୍ର ରମଜାନ ମାସ ପାଇଁ ନିର୍ଦ୍ଦେଶନାମା ଜାରି କରିଛି । ରମଜାନ ଏପ୍ରିଲ 23 ରୁ ଆରମ୍ଭ ହେବ। COVID-19 ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶରେ କଠୋର ସାମାଜିକ ଦୂରତା ଜାରି ରହିଛି। ଜନସ୍ବାସ୍ଥ୍ୟ ଉପରେ ହେଉଥିବା ପ୍ରଭାବକୁ ହ୍ରାସ କରିବା ପାଇଁ ରମଜାନରେ ଅନେକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି WHO ପରାମର୍ଶ ଦେଇଛି।

ସମଗ୍ର ବିଶ୍ବରେ 1.5 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ସାମାଜିକ ତଥା ଧାର୍ମିକ ସମାବେଶକୁ ବାତିଲ କରିବା ଆବଶ୍ୟକ ବୋଲି ବିଶ୍ବ ସଂସ୍ଥା ସୁପାରିଶ କରିଛି । ଗାଇଡଲାଇନରେ କୁହାଯାଇଛି ଯେ, କୌଣସି ଜନ ସମାବେଶ ଆୟୋଜନ କରିବାକୁ ନିଷ୍ପତ୍ତି ନେବାବେଳେ ଏହାର ବିପଦକୁ ମୂଲ୍ୟାଙ୍କନ କରାଯିବା ଆବଶ୍ୟକ। ଜାରି ରହିଥିବା ମହାମାରୀକୁ ନେଇ ବ୍ୟାପକ ଆଭିମୁଖ୍ୟ ଗ୍ରହଣ କରିବାକୁ ସାରା ବିଶ୍ବରେ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜନ ସମାବେଶ ପରିବର୍ତ୍ତେ, ଭର୍ଚୁଆଲ୍ ବିକଳ୍ପଗୁଡିକ ଗ୍ରହଣ କରାଯାଇପାରେ । ଉଦାହରଣ ସ୍ବରୂପ, ଟେଲିଭିଜନ୍, ରେଡିଓ କିମ୍ବା ଇଣ୍ଟରନେଟ୍ ଭଳି ମାଧ୍ୟମ ବ୍ୟବହାର କରନ୍ତୁ । WHO ପରାମର୍ଶ ଦେଇଛି ଯେ, ଲୋକମାନେ ସର୍ବଦା ଅତି କମରେ ଏକ ମିଟର ଦୂରତା ବଜାୟ ରଖନ୍ତୁ । ‘ଶାରୀରିକ ସମ୍ପର୍କକୁ ଏଡାଇବା ପାଇଁ, ଅଭିବାଦନ ଗ୍ରହଣ କରିବାର ଅନ୍ୟ ଉପାୟ ଗ୍ରହଣ କରାଯାଇପାରେ। ଅସୁସ୍ଥ ତଥା ବୃଦ୍ଧ ବ୍ୟକ୍ତିମାନେ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଉଚିତ୍ ଏବଂ କୌଣସି ସମାବେଶରେ ଯୋଗଦେବା ଠାରୁ ଦୂରେଇ ରହିବା ଉଚିତ୍।

ଯଦି କୌଣସି ଘଟଣାରେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଏ ତେବେ ତୁରନ୍ତ ଯୋଗାଯୋଗ କରିବା ଆବଶ୍ୟକ ବୋଲି ଏହା ମଧ୍ୟ କୁହାଯାଇଛି । ଅନୁସରଣ କରିବାକୁ ଥିବା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ଦିଆଯାଇଛି । ଯଥା ସମସ୍ତ ଉପସ୍ଥିତ ବ୍ୟକ୍ତି ମସଜିଦ ଭିତରେ ଏବଂ ବାହାରେ ହାତ ଧୋଇବା ପରି ଉପଯୁକ୍ତ ଶାରୀରିକ ସ୍ବଚ୍ଛତା ସୁନିଶ୍ଚିତ କରନ୍ତି। ଟିସୁ ଓ ଡଷ୍ଟବିନ୍ ବ୍ୟବହାର କରିବା ସହ ମସଜିଦ ପରିସରକୁ ସଫା ରଖନ୍ତୁ ।

WHO କହିଛି ଯେ ଅସହାୟ ଲୋକଙ୍କୁ ଦାନ ଦେବା ସମୟରେ ସାମାଜିକ ଦୂରତା ମଧ୍ୟ ଅଭ୍ୟାସ କରାଯିବା ଆବଶ୍ୟକ । ‘ଇଫତାର’ ଭୋଜି ଆୟୋଜନ କରିବା ପରିବର୍ତ୍ତେ ପ୍ୟାକ୍ ହୋଇଥିବା ଖାଦ୍ୟ ପରିବେଷଣ କରାଯିବା ଆବଶ୍ୟକ । ଭାଇରସ ସଂକ୍ରମିତ ବ୍ୟକ୍ତିମାନେ ଉପବାସ ରଖିବା କିମ୍ବା ଭାଙ୍ଗିବା ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ବୋଲି WHO କହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.