ଭୁବନେଶ୍ବର: ଗରିବଙ୍କୁ ସୁବିଧାରେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ମୋଦି ସରକାର ଦ୍ବାରା ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଏବେ ବିଦେଶରେ ଖ୍ୟାତି ଅର୍ଜନ କରିଛି । ୱାର୍ଡ ହେଲ୍ଥ ଅରଗାନାଇଜେସନ (ଐଫଧ) ପ୍ରଶଂସାର ପାତ୍ର ହୋଇଛି ଆୟୁଷ୍ମାନ ଯୋଜନା । ଏହା ବିଶ୍ବର ସର୍ବଶ୍ରେଷ୍ଠ ସାର୍ବଭୌମିକ ଯୋଜନା ମଧ୍ୟରେ ସ୍ଥାନ ପାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ସୂଚନା ଦେଇଛନ୍ତି ।
ପୁଣେର 65 ବର୍ଷିୟ ଶ୍ରମିକ ବୋଲୁ ରାମଭବ ଓମ୍ବଲେଙ୍କୁ ଦୀର୍ଘ 10 ବର୍ଷ ହେବ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଦେଉଥିଲା । ତାଙ୍କ ପରିବାରର ବାର୍ଷିକ ଆୟର 10 ଗୁଣ ଟଙ୍କା ଚିକିତ୍ସାରେ ଖର୍ଚ୍ଚ ହେବ ବୋଲି ଡାକ୍ତରୀ ପରୀକ୍ଷା ପରେ ସେ ଜାଣିବାକୁ ପାଇଥିଲେ । କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ତାଙ୍କର ମାଗଣା ଚିକିତ୍ସା କରାଯାଇଥିଲା । ଅପରେଶନ ପରେ ସେ ସମ୍ପୁର୍ଣ୍ଣ ଠିକ୍ ହୋଇଯାଇଥିଲେ । ତେବେ ଡବ୍ଲୁଏଚ୍ଓ ଏହାର ପ୍ରଶଂସା କରି ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛି ।