ETV Bharat / bharat

ଚଳିତ ବର୍ଷ ଶେଷ ସୁଦ୍ଧା କୋରୋନା ଟିକା ପ୍ରସ୍ତୁତ ହୋଇପାରେ: WHO - ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଚଳିତବର୍ଷ ଶେଷ ସୁଦ୍ଧା କୋରୋନା ଟିକା ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶାବାଦୀ ଅଛି ।

who
ଚଳିତ ବର୍ଷ ଶେଷ ସୁଦ୍ଧା କୋରୋନା ଟିକା ପ୍ରସ୍ତୁତ ହୋଇପାରେ
author img

By

Published : Jun 19, 2020, 10:39 AM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା କୋରୋନା ଟିକା ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶାବାଦୀ ଅଛି । କୋରୋନା ଭାଇରସ ଚିକିତ୍ସା ପାଇଁ ଔଷଧ ଉପରେ ଚାଲିଥିବା ଡାକ୍ତରୀ ପରୀକ୍ଷା ପରେ ଜେନେଭାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁଏଚଓ ଶୀର୍ଷ ବୈଜ୍ଞାନିକ ଡ. ସୋମ୍ୟା ସ୍ବାମୀନାଥନ କହିଛନ୍ତି ମ୍ୟାଲେରିଆ ବିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କୋରୋନା ଭାଇରସ ସଂକ୍ରମିତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ମୃତ୍ୟୁକୁ ରୋକିବାରେ ପ୍ରଭାବଶାଳୀ ହେବ ।

ଭବିଷ୍ୟତରେ ଏହି ମାରାତ୍ମକ ଭାଇରସରୁ ରକ୍ଷା କରିବା ଟିକା ପ୍ରସଙ୍ଗରେ ସେ କହିଛନ୍ତି, ପ୍ରାୟ 10 ଜଣ ପ୍ରାର୍ଥୀ ମାନବ ପରୀକ୍ଷା ପର୍ଯ୍ୟାୟରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ତିନିଜଣ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛନ୍ତି । ଯେଉଁଠାରେ ଏକ ଟିକା ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି।

ପ୍ରଭାବଶାଳୀ ଟିକା ଉପରେ ଡବ୍ଲୁଏଚଓର ପ୍ରୟାସ ଉପରେ ଡ. ସୋମ୍ୟା ସ୍ବାମୀନାଥନ କହିଛନ୍ତି, ‘ମୁଁ ଆଶା କରୁଛି’। କିନ୍ତୁ ଟିକା ପ୍ରସ୍ତୁତ ଏକ ଜଟିଳ ପ୍ରକ୍ରିୟା ଅଟେ ଏବଂ ଏଥିରେ ଅନେକ ଅନିଶ୍ଚିତତା ରହିଛି । ତେବେ ସବୁଠାରୁ ଭଲ କଥା ହେଉଛି ଆମ ପାଖରେ ଅନେକ ବିଭିନ୍ନ ପ୍ରାର୍ଥୀ ଏବଂ ପ୍ଲାଟଫର୍ମ ଅଛି।

ଏଥିସହ ସେ କହିଛନ୍ତି, ଯଦି ଆମେ ଭାଗ୍ୟବାନ ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଜଣେ କିମ୍ବା ଦୁଇଜଣ ସଫଳ ପ୍ରାର୍ଥୀ ରହିବେ। ତେବେ ଡ. ସୋମ୍ୟା ଏହା ମଧ୍ୟ କହିଛନ୍ତି ଯେ ମ୍ୟାଲେରିଆ ବିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଲୋକଙ୍କୁ କୋରୋନା ଜୀବାଣୁ ସଂକ୍ରମଣରେ ସୁରକ୍ଷିତ ରଖିବାରେ ଏକ ଭୂମିକା ଗ୍ରହଣ କରିପାରନ୍ତି। ଏହା ଉପରେ କ୍ଲିନିକାଲ୍ ପରୀକ୍ଷା ଚାଲିଛି।

ଏହାଛଡା ସେ କହିଛନ୍ତି, ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନି ଯେ ସଂକ୍ରମଣ ଆରମ୍ଭରେ କୋରୋନା ମହାମାରୀକୁ ରୋକିବାରେ କିମ୍ବା ହ୍ରାସ କରିବାରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନର ଭୂମିକା ଅଛି କି ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.