ETV Bharat / bharat

କୃଷିକ୍ଷେତ୍ରରେ ଦରକାର ବ୍ୟାପକ ସଂସ୍କାର, କୃଷି ନୀତି ନିହାତି ଜରୁରୀ - କୃଷିକ୍ଷେତ୍ରରେ ଦରକାର ବ୍ୟାପକ ସଂସ୍କାର

ଉଭୟ ଚାଷ ଓ ଚାଷୀର ବିକାଶ ପାଇଁ ସମସ୍ତ ରାଜ୍ୟ ସହ କେନ୍ଦ୍ର ସରକାର ମଧ୍ୟ ସଂସ୍କାରମୂଳକ ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡିଛି । ଲାଭକାରୀ ଫସଲ ପାଇଁ ଦେଶରେ ଏକ ନୂଆ କୃଷିନୀତି ବିକଶିତ କରିବା ଜରୁରୀ । ଅଧିକ ପଢ଼ନ୍ତୁ...

comprehensive agriculture policy, agriculture policy, କୃଷିକ୍ଷେତ୍ରରେ ଦରକାର ବ୍ୟାପକ ସଂସ୍କାର, କୃଷି ନୀତି ନିହାତି ଜରୁରୀ
ଏକ ନୂଆ କୃଷିନୀତି ବିକଶିତ କରିବା ଜରୁରୀ
author img

By

Published : May 20, 2020, 8:15 PM IST

ବ୍ୟାପକ କୃଷି ନୀତି କାହିଁ ?

ନିଜର ଉତ୍ପାଦ ପାଇଁ କୃଷକକୁ ଭଲ ସହାୟକ ମୂଲ୍ୟ ଓ ନିରନ୍ତର ଆୟ ମିଳିବା ଜରୁରୀ । ଏଥିପାଇଁ ବଜାର ସଂସ୍କାର କାର୍ଯ୍ୟକାରୀ ହେବା ଜରୁରୀ । ବଡ ଲକ୍ଷ୍ୟ ଧାଯ୍ୟ ର୍ବଦଳରେ ଏକ କାର୍ଯ୍ୟର ଯୋଜନା ପ୍ରସ୍ତୁତ ହେବା ଦରକାର, ଯାହା ଫଳରେ କୃଷି ଲକ୍ଷ୍ୟ ପୂରଣ ହୋଇପାରିବ । ଦୁଃଖର କଥା ଯେ, ବିନା ଲାଭରେ ବର୍ଷ ବର୍ଷ ଧରି ସମାଜରେ ଚଳି ଆସୁଥିବା ପ୍ରଥାରେ ସଂସ୍କାର ପାଇଁ ଏକ ବ୍ୟାପକ କୃଷି ନୀତି ପ୍ରସ୍ତୁତ କରାଯାଇପାରିନାହିଁ । କୃଷକକୁ ସୁହାଇଲା ଭଳି ଖାଦ୍ୟ ଉତ୍ପାଦନ, ଯୋଗାଣ, ବିପଣନ, ବଣ୍ଟନ ଓ ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥା ଦୃଢ ହୋଇପାରିଲେ କୃଷକର ମନୋବଳ ବୃଦ୍ଧି ହୋଇପାରିବ । କୃଷକଙ୍କୁ ଭଲ ସହାୟକ ମୂଲ୍ୟ ଦେବାପାଇଁ ତେଲେଙ୍ଗାନା ସରକାର ଏକ ବ୍ୟାପକ କୃଷି ନୀତି ପ୍ରଣୟନ କରିବାକୁ ଯାଉଥିଲା ବେଳେ କେନ୍ଦ୍ର ସରକାର ମଧ୍ୟ ଦେଶର କୃଷକ ସମ୍ପ୍ରଦାୟ ପାଇଁ ସଂସ୍କାରମୂଳକ ପଦକ୍ଷେପ ନେବା ଦରକାର।

comprehensive agriculture policy, agriculture policy, କୃଷିକ୍ଷେତ୍ରରେ ଦରକାର ବ୍ୟାପକ ସଂସ୍କାର, କୃଷି ନୀତି ନିହାତି ଜରୁରୀ
ଏକ ନୂଆ କୃଷିନୀତି ବିକଶିତ କରିବା ଜରୁରୀ

ଧାରଣା ବଦଳିବା ଜରୁରୀ

କଣ ଉତ୍ପାଦନ କରିବା, କେତେ ଉତ୍ପାଦନ କରିବା, ଲୋକଙ୍କ ଆବଶ୍ୟକତା କ’ଣ ଓ ରପ୍ତାନି ଚାହିଦା କଣ – ଏସବୁ ବିଷୟକୁ ବିଚାରକୁ ନେଇ ବ୍ୟାପକ କୃଷି ବ୍ୟବସ୍ଥା ଆରମ୍ଭ କରାଯାଇପାରିନାହିଁ । ପାରମ୍ପରିକ ଓ ସେହି ପୁରୁଣାକାଳିଆ ଚାଷବାସ ଚାହିଦା ଓ ଯୋଗାଣ ମଧ୍ୟରେ ବ୍ୟବଧାନ ସୃଷ୍ଟି କରିଛି । ଏଥିଯୋଗୁଁ ଦରରେ ବି ସ୍ଥିରତା ରହୁନାହିଁ । ଦର ଏପଟସେପଟରେ ବେପାରୀମାନଙ୍କ ସଂପୃକ୍ତି ରହୁଛି କି ନାହିଁ, ତାହା ଯାଞ୍ଚ କରିବାକୁ ନିୟାମକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଚାହିଦା ଓ ଲାଭ ଉଚ୍ଚସ୍ତରରେ ଥିଲା ବେଳେ ଦର ହ୍ରାସ ପଛରେ ଥିବା ମାକେର୍ଟ ଫୋର୍ସଗୁଡିକୁ ସରକାର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଜାତୀୟ କୃଷି ବଜାର (ଇ-ନାମ )ର ପ୍ରଚଳନ ହୋଇଥିଲେ ମଧ୍ୟ ଏହାର ଦୋଷତ୍ରୁଟି ସୁଧାରିବାକୁ ପଡିବ । ମୁଖ୍ୟ ଫସଲ ଅମଳ ଋତୁରେ ବଜାର ଦର ଅସ୍ଥିର ହୁଏ ବୋଲି ଶାସକମାନେ ଭଲ ଭାବେ ଅବଗତ ଥା’ନ୍ତି । ଅମଳ ହୋଇଥିବା ଫସଲ ଯଦି ସ୍ଥାନୀୟ ଅଞ୍ଚଳରେ ବିକ୍ରି ହୁଏ, ତାହା ହେଲେ ଖାଉଟି ଓ କୃଷକ ଉଭୟଙ୍କୁ ଲାଭ ହେବ। ସରକାର ଏହା ନିଶ୍ଚିତ କରିବା ଦରକାର । ଏହାଛଡା ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ସ୍ପେଶାଲ କ୍ଲଷ୍ଟର ଚିହ୍ନଟ କରିବାକୁ ପଡିବ । ପ୍ରକୃତ କୃଷି ବ୍ୟୟ ଆଧାରରେ ଫସଲର ଦର ଧାର୍ଯ୍ୟ କରିବା ସହ ଚାଷୀଙ୍କଠାରୁ ସିଧାସଳଖ ସ୍ଥାନୀୟ ଭାବେ କିଣିଲେ ଲାଭ ହେବ । ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ହେଲେ ମାଟିର ମାନ, ପାଣିର ଉପଲବ୍ଧି ଓ ଜଳବାୟୁ ସ୍ଥିତିକୁ ବିଚାରକୁ ନେଇ କୃଷି ପଦ୍ଧତି ପରିବର୍ତ୍ତନ ହେବା ଦରକାର । ଏ ଦିଗରେ ତେଲେଙ୍ଗାନା ସରକାର ନିୟନ୍ତ୍ରିତ ଆଭିମୁଖ୍ୟ ନେଇ ଆଗକୁ ଯିବାକୁ ଚାହାନ୍ତି । ବ୍ୟାପକ ବିଚାରବିମର୍ଷ ପରେ ହିଁ ଏକ ବ୍ୟାପକ କୃଷି ନୀତି ପ୍ରଚଳନ କରାଯିବ ବୋଲି କୁହାଯାଉଛି । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏପରି ହେଲେ ଦର ନିୟନ୍ତ୍ରଣରେ ରହିବ । ଏକ ବ୍ୟବସ୍ଥିତ କୃଷି ପଦ୍ଧତି ବିକଶିତ ହେଲା ପରେ ଭିନ୍ନ ଭିନ୍ନ ଋତୁରେ ଫସଲ ଅମଳ ବେଳେ ଚାହିଦା ଅନୁସାରେ କୃଷକଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ମିଳିପାରିବ ।

କୃଷିକ୍ଷେତ୍ରରେ ଦରକାର ବ୍ୟାପକ ସଂସ୍କାର

ବ୍ୟବହାରିକ ଦର ହିଁ ଜରୁରୀ

କୃଷକମାନଙ୍କୁ ଉଚିତ ମୂଲ୍ୟ ଦେଲେ ସେମାନେ ସେମାନଙ୍କ ପ୍ରକୃତ ଶକ୍ତି ଦେଖାଇପାରିବେ । ଯଦି ଦେଶରେ କୌଣସି ଚାଷୀ ନ ରହନ୍ତି, ତାହା ହେଲେ ଦେଶର ଭାଗ୍ୟ କଣ ହେବ, ସେ ନେଇ ଆମର ଶାସକମାନେ ଆତ୍ମଚିନ୍ତନ କରିବା ଦରକାର । କୋରୋନା ସଂକଟ ବେଳେ କୃଷି କ୍ଷେତ୍ର ହିଁ ଦେଶକୁ ବଞ୍ଚାଇ ରଖିଛି । ଦେଶର ପ୍ରତି ଜିଲ୍ଲାରେ ଅନ୍ତତଃ ୫ଟି ଲେଖାଏଁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ହେବା ଦରକାର । ଏଗୁଡିକୁ ରପ୍ତାନି ଭିତ୍ତିକ କ୍ଲଷ୍ଟରଗୁଡିକ ସହ ଲିଙ୍କ କରିବା ଆବଶ୍ୟକ । ଆମ ପାଖରେ ମ୍ୟାପିଂ ଟେକ୍ନୋଲୋଜି ଥିଲେ ମଧ୍ୟ କୃଷକଙ୍କ ପାଇଁ ଶସ୍ୟ ବୀମା ନିଶ୍ଚିତ କରିପାରୁନାହୁଁ । ତେଲେଙ୍ଗାନାରେ ନିୟନ୍ତ୍ରିତ ଶସ୍ୟ ନୀତିରେ କୃଷକମାନଙ୍କୁ ଗୁରୁତ୍ବ ଦିଆଯାଇଛି ଏବଂ ସେମାନେ ସରକାରଙ୍କ ପରାମର୍ଶ ମାନିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ବଜାରରେ ଅସ୍ଥିରତା ବେଳେ ଦର ହ୍ରାସ ହେଲେ କୃଷକଙ୍କ କଥା କିଏ ବୁଝିବ, ତାହା ହିଁ ଚିନ୍ତାର କାରଣ । ସେମାନଙ୍କ ଏହି ଚିନ୍ତା ଅମୂଳକ ନୁହେଁ । କେବଳ ସରକାରଙ୍କ ସକାରାତ୍ମକ ଆଭିମୁଖ୍ୟ ହିଁ କୃଷକମାନଙ୍କୁ ସୁରକ୍ଷା ଦେଇପାରିବ । ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ ଭାବେ ଶସ୍ୟ କିଣି ହିଁ ସରକାର ସେମାନଙ୍କ ପାଇଁ ସହାୟକ ମୂଲ୍ୟ ନିଶ୍ଚିତ କରିପାରିବେ । ଫାର୍ମର ପ୍ରଡ୍ୟୁସ ଅର୍ଗାନାଇଜେସନ-ଏଫପିଓଙ୍କ ପାଇଁ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେବାକୁ ଯୋଜନା କରୁଛନ୍ତି । କିନ୍ତୁ ସେଗୁଡିକର କାର୍ଯ୍ୟକାରିତା ଉପରେ ତଦାରଖ ବ୍ୟବସ୍ଥା ନାହିଁ । ସବୁ କୃଷକଙ୍କୁ ଶସ୍ୟ ଋଣ, ଗୁଣାତ୍ମକ ଯୌଗିକ ଉପାଦାନ ଯୋଗାଣ, କୃଷି ବ୍ୟୟ ହ୍ରାସ ଦୁଗ୍ଧ ଚାଷ ଓ କୁକୁଡା ପାଳନ ଭଳି ବ୍ୟାପକ କୃଷି ପଦ୍ଧିତ ଆପଣାଇବାକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଚାହିଦା ବୃଦ୍ଧି ଏବଂ ଉନ୍ନତ ମୂଲ୍ୟର ବ୍ୟବସ୍ଥା ଭଳି ପଦକ୍ଷେପ ନେଇପାରିଲେ ଦେଶର କୃଷି କ୍ଷେତ୍ରର ବିକାଶରେ ଏକ ନୂଆ ଅଧ୍ୟାୟ ଲେଖାଯାଇପାରିବ । ଏସବୁ ଦିଗକୁ ଯଦି ନୂଆ କୃଷିନୀତିରେ ସ୍ଥାନ ଦିଆଯାଏ, ତା’ହେଲେ ଗାଁ ଗୁଡିକ ସମୃଦ୍ଧ ହୋଇପାରିବେ । ଏଠାରେ ଗୋଟିଏ କଥା କୁହାଯାଇପାରିବ ଯେ, ଯେତେ ଯୋଜନା କାର୍ଯ୍ୟକାରୀ ହେଉ ପଛେ, ନିଜ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ପାଇବାକୁ ସମର୍ଥ ନ ହେଲେ କୃଷକଟିଏ ହାର ମାନିଥାଏ । ଏହାକୁ ଅଣଦେଖା କରିବାକୁ ଉଦ୍ୟମ ହେଲେ କିଛି ଲାଭ ହେବ ନାହିଁ । ଭଲ ଭଲ ଉପାୟ ଓ ସେଗୁଡିକର କାର୍ଯ୍ୟକାରିତା ଗୁରୁତ୍ବପୂର୍ଣ୍ଣ ସତ, କିନ୍ତୁ କୃଷକମାନଙ୍କୁ ସେଥିରୁ ସୁଫଳ କିଭଳି ମିଳିବ, ତାହା ନିଶ୍ଚିତ କରିବା ବି ଜରୁରୀ । କୃଷି କଲ୍ୟାଣକାରୀ ଯୋଜନାଗୁଡିକର ସଠିକ କାର୍ଯ୍ୟକାରିତା ଶାସକଙ୍କ ନିଷ୍ଠା ଉପରେ ହିଁ ନିର୍ଭର କରେ।

ଚିନ୍ତାଧାରା ବଦଳିବା ଜରୁରୀ

ଗୋଟିଏ ଶସ୍ୟକୁ ବର୍ଷ ବର୍ଷ ଧରି ଚାଷ କରିବା ଓ ଅନୁକୂଳ ପରିବର୍ତ୍ତନ ନ ଆଣିବା ଦ୍ବାରା କୃଷି କ୍ଷେତ୍ରରେ ଦୁର୍ବଳତା ଦେଖାଦେଇଛି । ଚିରାଚରିତ ଧାରାରେ କୃଷିକାର୍ଯ୍ୟ ମାଟିକୁ ଦୁର୍ବଳ କରିଦେଉଥିବାରୁ ଭଲ ଅମଳ ହୁଏ ନାହିଁ । ଏହାଛଡା ଏଥିଯୋଗୁଁ ଉତ୍ପାଦର ମାନ ବି ଭଲ ରହେ ନାହିଁ । ଫଳରେ କ୍ଷତି ସହିଥାଏ କୃଷକ । କିଛି ନୂଆ ଶସ୍ୟ ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ପଡିବ । ଯଦି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ କୁଟୀର ଶିଳ୍ପ ଢାଞ୍ଚାରେ ପରିଣତ କରାଯାଏ, ତା’ହେଲେ କୃଷକମାନେ ଉପକୃତ ହୋଇପାରିବେ । ଶସ୍ୟ ଉତ୍ପାଦନ ଢାଞ୍ଚାରେ ବି ପରିବର୍ତନ ହେବା ଆବଶ୍ୟକ । ଆଉ ଚାଷୀଙ୍କ ମାନସିକତା ଏବଂଚିନ୍ତାଧାରାରେ ବି । ଖରିଫ ଋତୁରେ ଯଦି ଧାନଚାଷ କରାଯାଏ, ତାହା ହେଲେ ସ୍ଥାନୀୟ ଚାହିଦାକୁ ଦେଖି ବିରି, ମୁଗ, ବାର୍ଲି, ବାଜରା, ଯଅ ଚାଷ ବି କରାଯାଇପାରିବ । ଏପରି ହେଲେ ମାଟି ଆହୁରି ଉର୍ବର ହୋଇପାରିବ ଓ ଭଲ ଆୟ ବି ହେବ। ତେବେ ଆର୍ଦ୍ର ଭୂମିର ମାଟି ଦୁଇଟି ଧାନ ଫସଲ ପାଇଁ ଅନୁକୂଳ ହୋଇଥାଏ । ତେଣୁ ଏହି ମାଟିରେ ବିକଳ୍ପ ଫସଲ କରିବା କଷ୍ଟକର । ଏ ଦିଗରେ କୃଷି ବିଜ୍ଞାନୀ ଓ ସରକାରଙ୍କ ପରାମର୍ଶ ମାନିଲେ ଭଲ । ଲାଭକାରୀ ଫସଲ ପାଇଁ ଦେଶରେ ଏକ ନୂଆ କୃଷିନୀତି ବିକଶିତ କରିବା ଜରୁରୀ ହୋଇପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.