ETV Bharat / bharat

ଝିଅ କାନ୍ଦିବାରୁ ପତ୍ନୀକୁ ଦେଲେ ଟ୍ରିପଲ ତଲାକ - madhyapradesh

ଆଇନକୁ ନାହିଁ ଖାତିର । ଟ୍ରିପଲ ତଲାକ ବିଲ ପାରିତ ହେବାପରେ ମଧ୍ୟ ଜାରି ରହିଛି ତଲାକ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 21, 2019, 9:31 PM IST

ଭୋପାଳ: ମଧ୍ୟ ପ୍ରଦେଶରେ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ଦେଇଛନ୍ତି ଟ୍ରିପଲ ତଲାକ । ଏନେଇ ମୁସଲିମ ମହିଳା ଜଣକ ଥାନାରେ ଏକ ମାମଲା ଦାୟର କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଏକ ବର୍ଷର ଝିଅ ଅଛି । ସେ ଅସୁସ୍ଥ ଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କାନ୍ଦୁଥିବାରୁ ତାଙ୍କ ସ୍ବାମୀଙ୍କ ନିଦରେ ବ୍ୟାଘାତ ଘଟିଥିଲା । ଏଥିଯୋଗୁଁ ସେ ରାଗିଯାଇ ତାଙ୍କୁ ଟ୍ରିପଲ ତଲାକ ଦେଇଛନ୍ତି ।

ଅଜମା ଅଂସାରୀ ବଡବାନୀ ଜିଲ୍ଲାର ସେନ୍ଧଓ୍ବା ସହରରେ ନିଜ ବାପ ଘରେ ରହୁଛନ୍ତି । ଅଗଷ୍ଟ 4 ତାରିଖ ଦିନ ତାଙ୍କ ଝିଅର ଦେହ ଅସୁସ୍ଥ ଥିଲା ଯେଉଁଥିପାଇଁ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାନ୍ଦୁଥିଲା । ତାଙ୍କ ସ୍ବାମୀ ଶୋଇ ନପାରି ରାଗିଯାଇ ଅଜମାଙ୍କ ସହିତ ତାଙ୍କ ଝିଅକୁ ମାରିଦେବେ ବୋଲି ଧମକ ଦେଇଥିଲେ । ପାଟି ଶୁଣି ତାଙ୍କ ଶଶ୍ବୁର ଓ ଦେଢଶୂର ଆସିଥିଲେ । ଏହାପରେ ସମସ୍ତେ ଅଜମାଙ୍କୁ ମାରପିଟ କରିଥିଲେ । ଆଉ ଝିଅକୁ ବେଡ ଉପରୁ ତଳକୁ ଫୋପାଡି ଦେଇଥିଲେ । ଏହାପରେ ସମସ୍ତଙ୍କ ଉପସ୍ଥିତିରେ ଅଜାମଙ୍କ ସ୍ବାମୀ ତାଙ୍କୁ ଟ୍ରିପଲ ତଲାକ ଦେଇ ଘରୁ ବାହାରି ଯିବାକୁ କହିଥିଲେ । ଏହାସହ ତାଙ୍କ ମାଆଙ୍କ ପାଖକୁ ଫୋନ କରି ନେଇଯିବାକୁ ମଧ୍ୟ କହିଥିଲେ ।

ଏହାପରେ ଅଜମା ନିଜ ପରିବାରଲୋକଙ୍କ ସହ ଆସି ସ୍ବାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ସହ ଝିଅ ଜନ୍ମ କରିଥିବାରୁ ତାଙ୍କୁ ଅତ୍ୟାଚାର କରୁଥିବାନେଇ ବଡବାନୀ ଥାନାରେ ଏତଲା ଦେଇଛନ୍ତି । ଏନେଇ ବଡବାନୀ ଥାନା ଅଧିକାରୀ ସୁନିଲ ଗୁପ୍ତା କହିଛନ୍ତି ଯେ, ଇନ୍ଦୋର ମହିଳାଙ୍କ ଶାଶୁଘର ହୋଇଥିବାରୁ ଏଘଟଣା ସମ୍ପର୍କରେ ଆମେ ଇନ୍ଦୋର ପୋଲିସକୁ ଖବର କରିଦେଇଛୁ । ଏନେଇ ଇନ୍ଦୋର ପୋଲିସ ଏହାର ତଦନ୍ତ ଜାରି ରଖିଛି ।

ସଂସଦରେ ଟ୍ରିପଲ ତଲାକ ବିଲ ପାରିତ ହେବା ପରେ ରାଷ୍ଟ୍ରପତି ଏହକୁ ମଞ୍ଜୁରୀ ଦେଇଥିଲେ ତାପରେ ଏହା ଆଇନରେ ପରିଣତ ହୋଇଥିଲା । ଟ୍ରିପଲ ତଲାକ ଦେଉଥିବା ବ୍ୟକ୍ତିକୁ 3 ବର୍ଷର ଜେଲ ଦଣ୍ଡ ଭୋଗିବାର ନିୟମ ରହିଛି । ତଥାପି ଜାରି ରହିଛି ଟ୍ରିପଲ ତଲାକ ।

Intro:Body:

gg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.