ETV Bharat / bharat

ଚିଦାମ୍ବରମଙ୍କ ସମୟରେ ଗିରଫ ହୋଇଥିଲେ ଶାହା, ଆଉ ଏବେ ?

ଚିଦାମ୍ବରମଙ୍କ ସମୟରେ ଗିରଫ ହୋଇଥିଲେ ଶାହା, ଆଉ ଏବେ ଶାହାଙ୍କ ସମୟରେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଛନ୍ତି ଚିଦାମ୍ବରମ । ଯଦିଓ ଘଟଣା ପଛରେ ଶାହାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ନାହିଁ, ତେବେ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଏହି ମାମଲା ଏବେ ଜୋର ଧରିଛି ବୋଲି ଚର୍ଚ୍ଚା ଚାଲିଛି ।

author img

By

Published : Aug 21, 2019, 8:37 PM IST

ଫଟୋ ସୌଜନ୍ୟ- ଡିଜାଇନ ଫଟୋ

ନୂଆଦିଲ୍ଲୀ: ଓଡିଆରେ ଏକ ଲୋକକଥା ରହିଛି, ସମୟ ଖେଳୁଛି ଚକା ଭଉଁରୀ । ସମୟର ଏହି ସାପ ଶିଡି ଖେଳରେ ସମସ୍ତେ ବନ୍ଧା । ଆଉ ଏହି ଖେଳର ଏବେ ଖେଳାଳି ପାଲଟିଛନ୍ତି ଗୃହମନ୍ତ୍ରୀ ଅମିତ୍‌ ଶାହା ଓ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି ଚିଦାମ୍ବରମ୍‌ । ତେବେ ଆପଣଙ୍କ ମନରେ ଏବେ ପ୍ରଶ୍ନ ଉଠୁଥିବ, ଏହି ପଂକ୍ତି କାହିଁକି ଏଠି ପ୍ରଯୁଜ୍ୟ । ଉତ୍ତର ଜାଣିବାକୁ ନଜର ପକାନ୍ତୁ ଆମର ଏହି ରିପୋର୍ଟ ଉପରେ...

ଘଟଣା 2010-

ଗୁଜୁରାଟର ଗୃହ ରାଜ୍ୟମନ୍ତ୍ରୀ ଥିଲେ ଅମିତ ଶାହା । ଏପଟେ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ ପି ଚିଦାମ୍ବରମ୍‌ । ସେହି ସମୟରେ ବହୁ ଚର୍ଚ୍ଚିତ ଶାହାବୁଦ୍ଦିନ ଏନକାଉଣ୍ଟର ମାମଲାରେ ଶାହାଙ୍କ ପଛରେ ଲାଗିଥିଲା ସିବିଆଇ । ଗିରଫ ହୋଇ 3 ମାସ ପାଇଁ ଜେଲ ଯାଇଥିଲେ ଶାହା । ଏଥି ସହିତ ତାଙ୍କୁ 2 ବର୍ଷ ପର୍ଯ୍ୟନ୍ତ ଗୁଜରାଟରୁ ବାହାରେ ରହିବାର ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । 2010 ଅକ୍ଟୋବର 29ରେ ଗୁଜରାଟ ହାଇକୋର୍ଟ ଶାହଙ୍କ ଜାମିନ୍‌ ମଞ୍ଜୁର କରିଥିଲେ । 2012 ପର୍ଯ୍ୟନ୍ତ ଶାହ ଗୁଜରାଟ ବାହାରେ ରହିଥିଲେ । ଏହାପରେ 2014ରେ ସିବିଆଇର ସ୍ବତନ୍ତ୍ର କୋର୍ଟ ଶାହାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲେ ।

ଘଟଣା ଏବେ ବଦଳି ଯାଇଛି-

ଆଉ ଏବେ କେନ୍ଦ୍ର ଗୃହମନ୍ତ୍ରୀ ଅଛନ୍ତି ଅମିତ ଶାହା । ସେପଟେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଛନ୍ତି ଚିଦାମ୍ବରମ । କଂଗ୍ରେସର ବରିଷ୍ଠ ନେତାଙ୍କୁ ଜେଲ ପଠାଯିବାର ସମସ୍ତ ପ୍ରସ୍ତୁତି ଚାଲିଛି । ପାଦେ ଆଗେଇଯାଇଛି ଏଥର ମାମଲା । ଚିଦାମ୍ବରମଙ୍କ ପଛରେ ଉଭୟ ସିବିଆଇ ଓ ଇଡି ଲାଗିଛନ୍ତି । ଏହି ମାମଲାର ଶୁଣାଣିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ ।

ତେବେ 2014ରେ ମୋଦି ସରକାର ଆସିବା ପରେ ଅମିତ ଶାହାଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଘୋଷଣା କରାଯାଇଥିଲା । ଏଥି ସହିତ ଏହା କଂଗ୍ରେସର ଏକ ଷଡଯନ୍ତ୍ର ଥିଲା ବୋଲି ବିଜେପି ଦାବି କରିଥିଲା । ଆଉ ଏବେ ସମାନ ପରିସ୍ଥିତ ହୋଇଛି । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବିଜେପିର ସମ୍ପୂର୍ଣ୍ଣ ହସ୍ତକ୍ଷପ ରହିଛି ବୋଲି କଂଗ୍ରେସ ଦାବି କରୁଛି । ଯଦିଓ ଘଟଣା ପଛରେ ଶାହାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ନାହିଁ, ତେବେ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଏହି ମାମଲା ଏବେ ଜୋର ଧରିଛି ବୋଲି ଚର୍ଚ୍ଚା ଚାଲିଛି ।

Intro:Body:

gg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.