ETV Bharat / bharat

ହ୍ୱାଟସଆପ୍ ୟୁଜର୍ସଙ୍କୁ ଚେତାବନୀ

author img

By

Published : Jul 14, 2020, 9:03 PM IST

ହ୍ବାଟସପ ସହ ଜଡିତ ଖବର ଏବଂ ଅପଡେଟକୁ ଟ୍ରାକ କରୁଥିବା ୱେବସାଇଟ WABetaInfo ପକ୍ଷରୁ ମଡିଫାଏଡ ଭର୍ସନ ଉପରେ ଚେତାବନୀ ଦେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ।

whatsapp users  are at high risk
WhatsApp ୟୁଜର୍ସଙ୍କୁ ଚେତାବନୀ

ନୂଆଦିଲ୍ଲୀ: ହ୍ବାଟସଆପ ୟୁଜର୍ସଙ୍କୁ ସତର୍କ ରହିବା ସହ ଚେତାବନୀ ଦେଲା WABetaInfo । ହ୍ବାଟସଆପ ବ୍ୟବହାରକାରୀଙ୍କ ଉପରେ ଡାଟା ସିକ୍ୟୁରିଟି ଏବଂ ବ୍ୟକ୍ତିଗତ ସୁରକ୍ଷା ନେଇ ବିପଦ ରହିଛି । ୟୁଜର୍ସଙ୍କୁ ହ୍ବାଟସଆପର ଫେକ୍ ବା ନକଲି ସଂସ୍କରଣ ବିଷୟରେ ଉପଭୋକ୍ତାମାନଙ୍କୁ ସଚେତନ କରାଯାଉଛି ।

ହ୍ବାଟସଆପ ସହ ଜଡିତ ଖବର ଏବଂ ଅପଡେଟକୁ ଟ୍ରାକ କରୁଥିବା ୱେବସାଇଟ WABetaInfo ପକ୍ଷରୁ ମଡିଫାଏଡ ଭର୍ସନ ଉପରେ ଚେତାବନୀ ଦେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । WABetaInfo ପକ୍ଷରୁ ଟ୍ବିଟରେ ଲେଖାଯାଇଛି ଯେ, ତଥ୍ୟ ଗୋପନୀୟତା ଓ ଉନ୍ନତ ସୁରକ୍ଷା ବ୍ୟବସ୍ଥା ପାଇଁ ହ୍ବାଟସଆପର ମୋଡିଫାଏଡ ଭର୍ସନକୁ ଏକ ଉତ୍ତମ ବିକଳ୍ପ କୁହାଯାଇପାରିବ ନାହିଁ ।

ମାତ୍ର ହ୍ବାଟସଆପର ମୋଡିଫାଏଡ ଭର୍ସନ ଆକର୍ଷଣୀୟ ହେଲେ ସୁଦ୍ଧା ତଥ୍ୟ ଗୋପନୀୟତା ଓ ବ୍ୟକ୍ତିଗତ ତଥ୍ୟ ମାମଲା ଗୋପନ ରଖିବାରେ ପୂର୍ଣ୍ଣ ସାମର୍ଥ୍ୟ ନୁହେଁ । ହ୍ବାଟସପର ମୋଡିଫାଏଡ ଭର୍ସନକୁ କମ୍ପାନୀ ପକ୍ଷରୁ ସମ୍ପୁର୍ଣ୍ଣ ଭାବେ ଯାଞ୍ଚ କରାଯାଇ ନାହିଁ । ତେବେ ଯଦି ଏଭଳି ସ୍ଥିତିରେ କେହି ୟୁଜର୍ସ ଯଦି ଏହାକୁ ବ୍ୟବହାର କଲେ, ହ୍ବାଟସପ ଆକାଉଣ୍ଟ ମଧ୍ୟ ବ୍ୟାନ ହୋଇଯିବାର ଆଶଙ୍କା ରହିଛି ।

ଅନେକ ଥର ଦେଖାଯାଏ ଯେ, ଅଧିକ ଉନ୍ନର ମାନର ଫିଚରର ଲୋଭ ଦେଖାଇ ୟୁଜର୍ସଙ୍କୁ ଓରିଜିନାଲ ଭର୍ସନ ପରିବର୍ତ୍ତେ ଫେକ ଭର୍ସନର ବ୍ୟବହାର କରନ୍ତି । ଯାହା ସିକ୍ୟୁରିଟି ଓ ପ୍ରାଇଭେସୀ କ୍ଷେତ୍ରରେ ଠିକ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.