ETV Bharat / bharat

ଭାଷାରେ ବା କ’ଣ ଅଛି ? ତେଲୁଗୁ ଭାଷା ପାଇଁ ବିଜେପି ଓ ମମତାଙ୍କ ମଧ୍ୟରେ ଟଣାଓଟରା - ଖଡ଼ଗପୁରରେ ତେଲୁଗୁ ଭାଷା

ପଶ୍ଚିମ ବଙ୍ଗରେ ତେଲୁଗୁ ଭାଷାକୁ ଏକ ସରକାରୀ ଭାଷାର ମାନ୍ୟତା ଦେବା ଲାଗି ମମତା ବାନାର୍ଜୀଙ୍କ ସରକାର ଗତକାଲି ସ୍ଥିର କରିବା ପରେ ଖଡ଼ଗପୁରର ଗଳିକନ୍ଦିରେ ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି ।

ଭାଷାରେ ବା କ’ଣ ଅଛି ? ତେଲୁଗୁ ମିଠା ପାଇଁ ବିଜେପି ଓ ମମତାଙ୍କ ମଧ୍ୟରେ ଟଣାଓଟରା

author img

By

Published : Dec 24, 2020, 10:49 PM IST

ସତରେ କ’ଣ ଏହା ଦୀର୍ଘ ଦିନର ଏକ ଦାବି ପୂରଣ ଦିଗରେ ନିଷ୍କପଟ ପଦକ୍ଷେପ, ନା କେବଳ ଗୋଟିଏ ବର୍ଗର ଭୋଟଦାତାଙ୍କୁ ସନ୍ତୁଷ୍ଟ କରିବା ଲାଗି ଆଉ ଏକ ଉଦ୍ୟମ ?

ପଶ୍ଚିମ ବଙ୍ଗରେ ତେଲୁଗୁ ଭାଷାକୁ ଏକ ସରକାରୀ ଭାଷାର ମାନ୍ୟତା ଦେବା ଲାଗି ମମତା ବାନାର୍ଜୀଙ୍କ ସରକାର ଗତକାଲି ସ୍ଥିର କରିବା ପରେ ଖଡ଼ଗପୁରର ଗଳିକନ୍ଦିରେ ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି ।

ତେବେ, ଅନ୍ୟ ସବୁ ଜାଗାକୁ ଛାଡ଼ି କେବଳ ଖଡ଼ଗପୁରରେ କାହିଁକି ? ଏହାର ଏକମାତ୍ର କାରଣ ହେଉଛି ଯେ ଏହି ବ୍ୟସ୍ତବହୁଳ ରେଳବାଇ ସହରରେ ତେଲୁଗୁଭାଷୀ ଲୋକଙ୍କ ସଂଖ୍ୟା ବାକି ସ୍ଥାନ ତୁଳନାରେ ସବୁଠାରୁ ଅଧିକ । ମୋଟାମୋଟି ହିସାବ ଅନୁସାରେ ଏହି ସଂଖ୍ୟା ପ୍ରାୟ 1 ଲକ୍ଷ 50 ହଜାର । ସେମାନଙ୍କ ମଧ୍ୟରୁ ଭୋଟଦାତାଙ୍କ ସଂଖ୍ୟା ପ୍ରାୟ 50,000 ଏବଂ ଆଗାମୀ 2021ରେ, ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ଖଡ଼ଗପୁର ସଦର ନିର୍ବାଚନମଣ୍ଡଳୀର ଫଳାଫଳ ଉପରେ ଏହାର ଏକ ଗଭୀର ପ୍ରଭାବ ପଡ଼ିବ । ଏବଂ ଠିକ୍‌ ସେହିଠାରେ ହିଁ ଲୁଚି ରହିଛି, ତେଲୁଗୁ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବା ସକାଶେ ରାଜ୍ୟ ସରକାରଙ୍କ ଅଚାନକ ନିଷ୍ପତ୍ତିର ପ୍ରକୃତ କାରଣ ।

ପଶ୍ଚିମ ବଙ୍ଗରେ ତେଲୁଗୁ ଭାଷାକୁ ଏକ ସରକାରୀ ଭାଷା ରୂପେ ସ୍ବୀକୃତି ଦେବା ପାଇଁ ରାଜ୍ୟରେ ବସବାସ କରୁଥିବା ତେଲୁଗୁଭାଷୀ ଲୋକେ ଦୀର୍ଘ ଦିନ ହେଲା ଦାବି କରିଆସୁଥିଲେ । ବିଭିନ୍ନ ସରକାରୀ କାର୍ଯ୍ୟ କ୍ଷେତ୍ରରେ ଏହି ସ୍ବୀକୃତି ସେମାନଙ୍କ ପାଇଁ ସହାୟକ ହେବ । ସରକାରଙ୍କର ଏହି ନିଷ୍ପତ୍ତି କାରଣରୁ ଖଡ଼ଗପୁରର ତେଲୁଗୁଭାଷୀ ଲୋକଙ୍କ ମୁହଁରେ ହସ ଫୁଟିଛି ସତ, ହେଲେ ଏଥିରେ ସମସ୍ତେ ଖୁସି ନୁହନ୍ତି ।

ବିରୋଧୀ ବିଜେପି ଏହାକୁ ତୁଷ୍ଟିକରଣ ରାଜନୀତି ବୋଲି ବର୍ଣ୍ଣନା କରିବା ସହିତ ‘ଭାଷାର ଗୋଟି ଚାଳନା କରି’ ଖଡ଼ଗପୁର ସଦର ବିଧାନସଭା ଆସନରେ ଫାଇଦା ହାସଲ କରିବାକୁ ଚାହୁଁଥିବା ଶାସକ ଦଳକୁ ଆହ୍ବାନ ଦେଇଛି ।

ବାସ୍ତବରେ, ପଶ୍ଚିମବଙ୍ଗ ରାଜନୀତିରେ ଖଡ଼ଗପୁର ସଦର ବିଧାନସଭା ଆସନର ଏକ ବୈଚିତ୍ର୍ୟପୂର୍ଣ୍ଣ ଭୂମିକା ରହିଆସିଛି । ସାରା ରାଜ୍ୟରେ ଯେଉଁ ଦଳ ନିର୍ବାଚନରେ ବିଜୟୀ ହୁଏ, ସେହି ଦଳର ପ୍ରାର୍ଥୀ ଏଠାରୁ ନିର୍ବାଚିତ ହୋଇପାରନ୍ତି ନାହିଁ । କେବଳ 1951ରେ ଅନୁଷ୍ଠିତ ସ୍ବାଧୀନ ଭାରତର ପ୍ରଥମ ନିର୍ବାଚନରେ ଅବିଭକ୍ତ ଖଡ଼ଗପୁର ଆସନରୁ କଂଗ୍ରେସର ମୁହମ୍ମଦ ମମତାଜ ମୌଲାନାଙ୍କ ବିଜୟକୁ ବାଦ୍‌ ଦେଲେ ଏହି ଆସନରୁ ଶାସକ ଦଳର କେହି ହେଲେ ଆଉ ଥରେ ନିର୍ବାଚିତ ହୋଇପାରିନାହାନ୍ତି ।

ପଶ୍ଚିମବଙ୍ଗରେ କଂଗ୍ରେସ ଶାସନ ସମୟରେ ଖଡ଼ଗପୁର ସଦର ଆସନରୁ ସିପିଆଇର ନାରାୟଣ ଚୌବେଙ୍କ ରୂପରେ ବିରୋଧୀ ଦଳର ଜଣେ ନେତା ସବୁବେଳେ ବିଜୟୀ ହେଉଥିଲେ ଏବଂ ରାଜ୍ୟରେ ବାମ ସାମ୍ମୁଖ୍ୟର ଶାସନ ସମୟରେ ଏହି ଆସନରୁ କଂଗ୍ରେସର ଜ୍ଞାନ ସିଂହ ସୋହନପାଲ ନିର୍ବାଚିତ ହେଉଥିଲେ । ଏହି ପରମ୍ପରା 2016 ନିର୍ବାଚନରେ ବି ବଜାୟ ରହିଥିଲା ଏବଂ ବିଜେପିର ଦିଲୀପ ଘୋଷ ଏଠାରୁ ବିଜୟୀ ହେଲେ । କିନ୍ତୁ, 2019ର ଉପ ନିର୍ବାଚନରେ ସବୁ ହିସାବ ଭୁଲ ହୋଇଗଲା ଏବଂ ତୃଣମୂଳ କଂଗ୍ରେସ ଏଠାରେ ଏକପ୍ରକାର ଇତିହାସ ରଚିଲା । 42 ବର୍ଷରେ ପ୍ରଥମ ଥର ପାଇଁ ଖଡ଼ଗପୁର ସଦର ଆସନ ଏମିତି ଏକ ଦଳ ହାତକୁ ଗଲା, ଯେଉଁ ଦଳ କି ରାଜ୍ୟର ଶାସନ କ୍ଷମତାରେ ବି ରହିଥିଲା । ତୃଣମୂଳ କଂଗ୍ରେସ ପାଇଁ ଏହି କୃତିତ୍ବ ଅର୍ଜନ କରିଥିଲେ ପ୍ରଦୀପ ସରକାର ଏବଂ ତୃଣମୂଳ ଗଢ଼ା ହେବାର 21 ବର୍ଷ ପରେ ପ୍ରଥମ ଥର ପାଇଁ ସେ ଦଳୀୟ ପ୍ରାର୍ଥୀ ରୂପେ ଏହି ଆସନକୁ ହାତେଇ ଥିଲେ ।

ହେଲେ ବିଜେପିର ବି. ସୋମା କହନ୍ତି ଯେ, ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ମମତା ବାନାର୍ଜୀ ସରକାରଙ୍କ ଏହି ଗୋଟିଚାଳନା ଏଠାକାର ତେଲୁଗୁଭାଷୀ ଭୋଟଦାତାଙ୍କ ଉପରେ ସେତେ ବେଶୀ ପ୍ରଭାବ ପକାଇବ ନାହିଁ । ସୋମା କହନ୍ତି, “ଯଦି ଖଡ଼ଗପୁରର ତେଲୁଗୁଭାଷୀ ଲୋକଙ୍କ ଦାବି ପୂରଣ କ୍ଷେତ୍ରରେ ସେମାନେ ଏତେ ନିଷ୍ଠାପର, ତେବେ ଦଶ ବର୍ଷ ତଳେ ଯେତେବେଳେ ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିଲା, ସେତେବେଳେ ସହଜରେ ଏହା ପୂରଣ କରିପାରିଥାଆନ୍ତେ । ହଠାତ୍‌ ଏବେ କାହିଁକି ? ଏଥିପାଇଁ ଯେ, ସେମାନେ ବିଜେପିକୁ ଭୟ କରୁଛନ୍ତି । ସେମାନେ ଜାଣନ୍ତି ଯେ 2021ରେ 2019 ଉପ ନିର୍ବାଚନ ଫଳାଫଳର ପୁନରାବୃତ୍ତି ହେବ ନାହିଁ । ଏଭଳି ପଦକ୍ଷେପ ନେବା ଦ୍ବାରା ନିର୍ବାଚନରେ ଫାଇଦା ପାଇବେ ବୋଲି ଯଦି ସେମାନେ ଭାବୁଛନ୍ତି, ତେବେ ସେମାନେ ଭୁଲ କରୁଛନ୍ତି ।”

ତେଲୁଗୁ ସମିତିର ବି.ଏସ୍. ଗିରି ରାଓ ଏଥିରେ ଖୁସି ଏବଂ ସେ କହନ୍ତି ଯେ, ଏଠାକାର ତେଲୁଗୁଭାଷୀ ଲୋକେ ସରକାରଙ୍କ ନିଷ୍ପତ୍ତିକୁ କୌଣସି ପ୍ରକାର ରାଜନୀତି ସହ ଯୋଡ଼ି ଦେଖୁନାହାନ୍ତି । ସେ କହନ୍ତି, “ଏହା ଏକ ସକାରାତ୍ମକ ପଦକ୍ଷେପ ଏବଂ ବିଭିନ୍ନ କ୍ଷେତ୍ରରେ ଏହା ଆମ ପାଇଁ ସହାୟକ ହେବ । ଆମ ସମିତି ଏବଂ ଲୋକଙ୍କ ପାଇଁ ନିର୍ବାଚନୀ ଗଣିତର କୌଣସି ଅର୍ଥ ନାହିଁ ।”

ଖଡ଼ଗପୁର ସଦର ବିଧାୟକ ପ୍ରଦୀପ ସରକାର କହନ୍ତି ଯେ, ତେଲୁଗୁ ଭାଷାକୁ ସରକାରୀ ଭାଷା ରୂପେ ସ୍ବୀକୃତି ପ୍ରଦାନ କରିବା ପାଇଁ ଖଡ଼ଗପୁରର ତେଲୁଗୁଭାଷୀ ଲୋକେ ଦୀର୍ଘ ଦିନ ହେଲା ଦାବି କରିଆସୁଥିଲେ ଏବଂ “ମମତା ବାନାର୍ଜୀଙ୍କ ସରକାର ଏହାକୁ ପୂରଣ କରିଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ବହୁ ଲୋକ ଉପକୃତ ହେବେ ।” ବିରୋଧୀ ଦଳର ସବୁ ଅଭିଯୋଗକୁ ତୁଚ୍ଛା ହୋହଲ୍ଲା ବୋଲି କହି ସରକାର ଖାରଜ କରିଦିଅନ୍ତି ।

2019 ଉପ ନିର୍ବାଚନରେ ପ୍ରଦୀପ 21,000ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଏବଂ ତୃଣମୂଳ କଂଗ୍ରେସର ଭୋଟ ହାରରେ ଆଖିଦୃଶିଆ ଭାବେ 18 ପ୍ରତିଶତ ବୃଦ୍ଧି କରାଇଥିଲେ । ବିଜେପିର ପଶ୍ଚିମ ବଙ୍ଗ ସଭାପତି ତଥା ସ୍ଥାନୀୟ ସାଂସଦ ଦିଲୀପ ଘୋଷଙ୍କ ନିଜ ଦୁର୍ଗରେ ହିଁ ସେ ଏହି ସଫଳତା ହାସଲ କରିଥିଲେ । 2019ରେ ପ୍ରଦୀପ ସରକାରଙ୍କ ବିଜୟ ପଛରେ ଯେଉଁ ଅଦୃଶ୍ୟ ହାତ କାମ କରିଥିଲା ବୋଲି ଅନେକ ଭାବନ୍ତି, ତାହା ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ସାଂଗଠନିକ କ୍ଷମତା ।

2020 ଡିସେମ୍ବର ବେଳକୁ ଶୁଭେନ୍ଦୁ ଗେରୁଆ ପତାକାକୁ ଆଦରି ନେଇଛନ୍ତି ଏବଂ ଏଥର ଖଡ଼ଗପୁର ସଦର ନିର୍ବାଚନ ମଣ୍ଡଳୀରେ ମମତାଙ୍କ ପାଇଁ ଅଧିକାରୀଙ୍କ ସମର୍ଥନ ରହିବ ନାହିଁ । କେବଳ କ’ଣ ଏହି କାରଣରୁ, ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଯେ କୌଣସି ବର୍ଗର ଭୋଟ ହେଉନା କାହିଁକି, ତାହାକୁ ହାତେଇବା ଲାଗି ତୃଣମୂଳ କଂଗ୍ରେସ ସୁପ୍ରିମୋ ଯଥାସମ୍ଭବ ସବୁ ଉଦ୍ୟମ କରିବାକୁ ସ୍ଥିର କରିଛନ୍ତି ? ତେଣୁ, ନିର୍ବାଚନର ମାତ୍ର ଚାରି ମାସ ପୂର୍ବରୁ ପଶ୍ଚିମ ବଙ୍ଗରେ ତେଲୁଗୁକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି ? ଏଥର କ’ଣ ପୁଣି ଥରେ ମମତା ବିଜେପିର ଭୋଟ ବ୍ୟାଙ୍କକୁ ଭାଙ୍ଗି ସେଥିରୁ ଫାଇଦା ଉଠାଇ ପାରିବେ ? 2021 ନିର୍ବାଚନର ଭୋଟଗଣତି ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ ।

ଦୀପଙ୍କର ବୋଷ, ନ୍ୟୁଜ୍‌ କୋଅର୍ଡିନେଟର, ପଶ୍ଚିମ ବଙ୍ଗ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.