ETV Bharat / bharat

ଲକଡାଉନ 2.0: ବନାନ୍ତୁ ଗୋଟିଏ ଦିନର ତାଲିକା - ଲକଡାଉନ 2.0

ପ୍ରଥମେ ଘରେ କଣ କରିବେ ତାହାର ଏକ ତାଲିକା ବନାନ୍ତୁ । ଏଥିରେ ନିଜର ଦୁର୍ବଳତା ମଧ୍ୟ ଲେଖନ୍ତୁ । ଅଧିକ ପଢନ୍ତୁ...

ଲକଡାଉନ 2.0: ବନାନ୍ତୁ ଗୋଟିଏ ଦିନର ତାଲିକା
ଲକଡାଉନ 2.0: ବନାନ୍ତୁ ଗୋଟିଏ ଦିନର ତାଲିକା
author img

By

Published : Apr 23, 2020, 9:48 AM IST

ହାଇଦ୍ରାବାଦ: ଲକଡାଉନ ଉପରେ ଲକଡାଉନ । କୋରୋନା ମୁକାବିଲା ପାଇଁ ଦ୍ବିତୀୟ ପର୍ଯ୍ୟାୟ ତାଲାବନ୍ଦୀ ଦେଶରେ ଲାଗୁ ହୋଇଛି । ଘରେ ପୁଣି ଆଉ 3 ସପ୍ତାହ ବସିବାକୁ ପଡିବ । ତେବେ କର୍ମବ୍ୟସ୍ତ ଲୋକଙ୍କ ପାଇଁ ସମୟ କାଟିବା କଷ୍ଟକର ହୋଇପଡିବ । ସବୁବେଳେ କାମରେ ବ୍ୟସ୍ତ ରହୁଥିବା ଲୋକେ ଘରେ ବସି ବସି ନିଶ୍ଚୟ ଚିଡଚିଡା ହୋଇପାରନ୍ତି ।

ଏହି ସମୟରେ ପ୍ରତିଦିନ ନିଜ ସମୟକୁ କିପରି ସଦୁପଯୋଗ କରିବେ ସେଥିପାଇଁ କିଛି ଉପାୟ ଆମେ ଆପଣଙ୍କୁ ବତାଇବୁ । କୌଣସି ବି କାମ କରିବା ପୂର୍ବରୁ ଏହି ସମସ୍ତ ଦିଗ ପ୍ରତି ଧ୍ୟାନ ରଖନ୍ତୁ । ଦେଖିବେ ଆପଣଙ୍କ ପ୍ରତିଟି ମୂହୂର୍ତ୍ତ ଖୁସି ଓ ଶାନ୍ତିରେ କଟିଯିବ । ପ୍ରତିଦିନ ସକାଳୁ ଉଠିବା ପରେ ଏହି ତାଲିକା ଅନୁସାରେ କାମ କରନ୍ତୁ । ଦେଖିବେ ଆପଣଙ୍କ ଲକଡାଉନ କିପରି କଟିଯିବ ଆପଣ ଜାଣିପାରିବେ ନାହିଁ ।

- ପ୍ରଥମେ ଘରେ କଣ କରିବେ ତାହାର ଏକ ତାଲିକା ବନାନ୍ତୁ । ଏଥିରେ ନିଜର ଦୁର୍ବଳତା ମଧ୍ୟ ଲେଖନ୍ତୁ । କିପରି ଏହାକୁ ଦୂର କରିବେ ତାହାକୁ ଧ୍ୟାନ ଦିଅନ୍ତୁ । ଏହି ସମୟରେ ଏହାକୁ ବଦଳାଇ ଦିଅନ୍ତୁ । ପରିସ୍ଥିତି ସୁଧୁରିଗଲା ପରେ ଆପଣ ଯଦି କୌଣସି ସାକ୍ଷାତକାର ବା ଅନ୍ୟ କୌଣସି କାର୍ଯ୍ୟ କରିବେ ସେତେବେଳେ ଏହା ବହୁତ ଉପକାରରେ ଆସିବ । ନିଜକୁ ଦୃଢ ମନେ କରିବେ ।

- ଏକା ରହନ୍ତୁ ନାହିଁ । ସବୁବେଳେ ଘର ଲୋକଙ୍କ ସହ ସମୟ କାଟନ୍ତୁ । ପୁଣିଥରେ ଅଫିସ ଆରମ୍ଭ ହୋଇଗଲେ ଏପରି ସମୟ ମିଳିବନି ।

- ସାଙ୍ଗସାଥୀଙ୍କୁ ଫୋନ କରନ୍ତୁ । ବିଭିନ୍ନ ବିଷୟରେ କଥା ହୁଅନ୍ତୁ । ଜୀବନର ସଫଳତା ଓ ବିଫଳତାର କାହାଣୀ ଘନିଷ୍ଠ ଲୋକଙ୍କୁ ଶୁଣାନ୍ତୁ ।

- ସୁସ୍ଥ ଖାଦ୍ୟ ଖାଆନ୍ତୁ । ସୁସ୍ଥ ମନ ପାଇଁ ସୁସ୍ଥ ଖାଦ୍ୟ ଜରୁରୀ । ତେଲ, ମସଲା, ଚର୍ବି ଜାତୀୟ ଖାଦ୍ୟଠାରୁ ଦୂରରେ ରହନ୍ତୁ । ଫଳ ଓ ପ୍ରୋଟିନଯୁକ୍ତ ଆହାର ଗ୍ରହଣ କରନ୍ତୁ ।

- ଆପଣଙ୍କ ଇଚ୍ଛା ଯେଉଁଥିରେ ସେହି କାର୍ଯ୍ୟ ଆରମ୍ଭ କରନ୍ତୁ । ନିଜର ହବିକୁ ପୁଣି ସାମନାକୁ ଆଣନ୍ତୁ ।

- କୋରୋନାକୁ ନେଇ ଡରନ୍ତୁ ନାହିଁ । ସୁସ୍ଥ ଓ ସତର୍କ ରହନ୍ତୁ । ଅନ୍ୟକୁ ସଚେତନ କରନ୍ତୁ ଏବଂ ଏହି ସମୟକୁ ଉପଭୋଗ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.