ଥିରୁଅନନ୍ତପୁରମ: କେରଳ କୋଝିକୋଡ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ପାଇଛି । ତେବେ ଏୟାର ଇଣ୍ଡିଆ ବିମାନରୁ ବ୍ଲାକବକ୍ସ ବା ବିମାନ ଡାଟା ରେକର୍ଡ ଉଦ୍ଧାର ହୋଇଥିବା ଜଣାପଡିଛି । ଯାହା ତଦନ୍ତକାରୀ ଦଳଙ୍କୁ ସହାୟତା କରିବ ବୋଲି ଆଶା କରାଯାଉଛି ।
ସେପଟେ ଡିଜିସିଏ ଘଟଣାକୁ ନେଇ ପୂର୍ବ ଟିପ୍ପଣୀକୁ ଦୋହରାଇଛି । ଯାହାକୁ ନେଇ ଏବେ ବିମାନ ବନ୍ଦରର ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲାଗିଛି । ଡିଜିସିଏର ଅଭିଯୋଗ ବିମାନ ବନ୍ଦରର ରନୱେ ଟେବୁଲ ଟପ ରନୱେ ଅଟେ । ଯାହା ଦୁର୍ଘଟଣାର କାରଣ ବୋଲି କୁହାଯାଉଛି ।
ତେବେ ଏହି ଟେବୁଲ ଟପ ରନୱେ କଣ?
ଟେବୁଲ ଟପ ରନୱେ ହେଉଛି ଏହି ଏଭଳି ରନୱେ, ଯାହାକୁ କୌଣସି ବଡ ପାହାଡର ଶିଖରକୁ କାଟି ସମତଳ କରି ତାହାରି ଉପରେ ରନୱେ ନିର୍ମାଣ କରାଯାଇଥାଏ । ଯାହା ରନୱେର ଉଭୟ ପାର୍ଶ୍ବରେ ଗଭୀର ଖାତ ଥାଏ । ଫଳରେ ବିପଦ ସବୁବେଳେ ଏଠି ଲାଗି ରହିଥାଏ । ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ନିଶ୍ଚିତ । ନିୟମ ଅନୁସାରେ ଏଭଳି ରନୱେରେ ବିମାନ ଅବତରଣ ସମୟରେ ବେଗ କେତେ ରହିବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇଛି । କାରଣ ଏଭଳି ରନୱେ ଛୋଟ ଥାଏ । ଯଦି ବେଗ ନିୟନ୍ତ୍ରଣ ରହିବ ନାହିଁ ଦୁର୍ଘଟଣା ନିଶ୍ଚିତ । ଆଉ ବିମାନ ରନୱେରୁ ବାହାରକୁ ଯିବାର ଆଶଙ୍କା ରହିଛି । କିନ୍ତୁ ଗତ ଶୁକ୍ରବାର ଘଟଣା ପାଗ ହେଉ ବା ଅନ୍ୟ କୌଣସି କାରଣ ପାଇଁ ଏହା ସମ୍ଭବ ହୋଇନଥିବା ପ୍ରାଥମିକ ଆକଳନ କରାଯାଉଛି ।
କୋଝିକୋଡ ବିମାନ ବନ୍ଦରର ଟେବୁଲ ଟପ ରନୱେ ହୋଇଥିବାରୁ ଏଠାରେ ବିମାନ ଅବତରଣ ଓ ଉଡାଣକୁ ନେଇ ସାବଧାନ ଜରୁରୀ ହୋଇଥାଏ ।
ତେବେ ଏହି ଟେବୁଲ ଟୋପ ରନୱେ କେରଳ କୋଝିକୋଡ ବ୍ୟତୀତ ମାଙ୍ଗାଲୁର, ମିଜୋରାମର ଲେଙ୍ଗପୋଇ, ସିମଲା ଓ କୁଲରୁ ଏୟାର ପୋର୍ଟ ହେଉଛି ଟେବୁଲ ଟପ ରନୱେ ।
ସୂଚନା ଅନୁସାରେ କୋଝିକୋଡ ରନୱେ ର ଲମ୍ବା 28 ଶହ ମିଟର ଥିବା ବେଳେ ଭାରତର ସବୁଠାରୁ ବଡ ରନୱେ ହେଉଛି ଦିଲ୍ଲୀ । ଯାହାର ଲମ୍ବା ସାଢେ 4 ହଜାର ମିଟର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ