ETV Bharat / bharat

ଜାଣନ୍ତୁ କଣ ନାଗରିକତା ସଂଶୋଧନ ବିଲ; କଣ ରହିଛି ଏହାର ସପକ୍ଷରେ-ବିପକ୍ଷରେ - lok sabha modi government north east

ଦେଶରେ ଉଭୟ ସଦନରେ ପାସ ହୋଇଛି ନାଗରିକତା ସଂଶୋଧନ ବିଲ। ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହି ବିଲ ଆଇନରେ ପରିଣତ ହେବ।

PHOTO
ଜାଣନ୍ତୁ କଣ ନାଗରିକ ସଂଶୋଧନ ବିଲ
author img

By

Published : Dec 12, 2019, 12:01 AM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା(ଏନଆରସି) କୁ ନେଇ ଏବେ ପୂର୍ବତ୍ତୋର ରାଜ୍ୟରେ ବିବାଦ ଥମିନଥିବା ବେଳେ କେନ୍ଦ୍ର ସରକାର ସିଏବିକୁ ଆଣିଛନ୍ତି । ସିଏବି ବୁଧବାର ରାଜ୍ୟସଭାରେ ସୋମବାର ଲୋକସଭାରେ ପାରିତ ମଧ୍ୟ ହୋଇଯାଇଛି । ବିଲରେ ବ୍ୟାପକ ସଂଶୋଧନ ସହ ଅନେକ କିଛି ପରିବର୍ତ୍ତନ ହୋଇଛି । ବିଶେଷ ଭାବେ ଶରଣାର୍ଥୀଙ୍କୁ ଏଣିକି ଭାରତୀୟ ନାଗରିକତା ମିଳିବ।

ନାଗରିକତା ସଂଶୋଧନ ବିଲ କଣ?

ଯେଉଁ ବିଲ ସଂସଦରେ ପାସ ହୋଇଛି ଏହା ନାଗରିକତା ଅଧିନିୟମ 1995ର ପରିବର୍ତ୍ତନ କରିବ। ଏହାର ଅନ୍ତର୍ଗତ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନ ସମେତ ଆଖପାଖର କେତେକ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଧର୍ମାବଲମ୍ବୀଙ୍କୁ ଭାରତର ନାଗରିକତା ମିଳିବ।

କେମିତି ଭାରତୀୟ ନାଗରିକତା ମିଳିବା ସହଜ ହେବ

ଏହି ବିଲ ସଂଶୋଧନ ହେବାପରେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ଅଣ ମୁସଲିମ ଶରଣାର୍ଥୀ ଯେଉଁମାନେ ଭାରତ ଆସିବେ ସେମାନଙ୍କୁ ଭାରତର ନାଗରିକତା ମିଳିବା ସହଜ ହେବ । ନାଗରିକତା ପାଇବା ପାଇଁ ଶରଣାର୍ଥୀଙ୍କୁ ଅତିକମରେ ଭାରତରେ 6 ବର୍ଷ ରହିବାକୁ ପଡିବ । ପୂର୍ବରୁ 11 ବର୍ଷ ରହିବାକୁ ପଡୁଥିଲା।

ବିଲକୁ ବିରୋଧୀ କାହିଁକି ବିରୋଧ କରୁଥିଲେ

ଏହି ବିଲକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରୁଥିଲେ । ଯେଉଁଥିରେ ମୁଖ୍ୟ ବିରୋଧ ଥିଲା ଧର୍ମକୁ ନେଇ। ବିଲରେ ମୁସଲମାନଙ୍କୁ ଛାଡି ଅନ୍ୟ ଧର୍ମର ଲୋକଙ୍କୁ ଅତି ସହଜରେ ନାଗରିକତା ଦେବାପାଇଁ ବ୍ୟବସ୍ଥା ହୋଇଛି । ବିରୋଧୀ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଥିଲେ । ସେମାନଙ୍କ ଅଭିଯୋଗ ଥିଲା ସରକାର ଧର୍ମକୁ ନେଇ ଭାଗଭାଗ କରୁଛନ୍ତି ।

ଏନଡିଏରୁ ମଧ୍ୟ ହେଉଥିଲା ବିରୋଧ

ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଚ ଥିଲା ଏନଡିଏର ସହଯୋଗୀ ଦଳ ଏହାକୁ ବିରୋଧ କରୁଥିଲେ । ପୂର୍ବତର ରାଜ୍ୟ ଆସାମରେ ବିଜେପିର ସହଯୋଗୀ ଥିବା ଆସାମ ଗଣ ପରିଷଦ ସିଏବିକୁ ସିଧା ସଳଖ ବିରୋଧ କରୁଥିଲା । ଦଳ ଅଭିଯୋଗ କରିଥିଲା ବିଲ ଆଣିବା ପୂର୍ବରୁ ବିଜେପି ତାଙ୍କ ସହ ଆଲୋଚନା କରିନଥିଲା । ଆସାମ ଗଣ ପରିଷଦ ବିଜେପିର ସହଯୋଗୀ ଅଛି ଉକ୍ତ ରାଜ୍ୟରେ।

ପୂର୍ବତ୍ତୋର ରାଜ୍ୟରେ ବିରୋଧ କାହିଁକି

ନିକଟରେ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟ୍ରର(ଏନଆରସି) କୁ ନେଇ ପୂର୍ବତର ରାଜ୍ୟରେ ବହୁମାତ୍ରାରେ ବିରୋଧ ହେଉଥିଲା । ଏନଆରସି ପରେ ପରେ ସିଏବିକୁ ସରକାର ଆଣିଛନ୍ତି । ଯେଉଁଥିପାଇଁ ବିରୋଧ ହେଉଛି ପୂର୍ବତ୍ତୋର ରାଜ୍ୟରେ । ନର୍ଥ ଇଷ୍ଟ ଷ୍ଟୁଡେଣ୍ଟ ଆର୍ଗାନାଇଜେସନ ନେତେୃତ୍ବରେ ଏହି ବିରୋଧ ହେଉଥିଲା ।

ବିଜେପିକୁ କଣ ରାଜନୈତିକ ଫାଇଦା ମିଳିବ ସିଏବିରୁ

ଆସାମ, ବେଙ୍ଗଲ ରାଜ୍ୟରେ ଶରଣାର୍ଥୀ ବହୁଳ ମାତ୍ରାରେ ଅଛନ୍ତି । ଆସାମରେ ବିଧାନସଭା ନିର୍ବାଚନ ଓ ଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏହାକୁ ନେଇ ବଡ ମୁଦ୍ଦା କରିଥିଲା । ଯାହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା । 2021ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅଛି। ଏହି ପ୍ରସଙ୍ଗକୁ ନେଇ ବିଜେପି ବଡ ଯୋଜନା କରି ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.