ହାଇଦ୍ରାବାଦ: ନୋଭେଲ୍ କୋରୋନା ଭାଇରସକୁ ପ୍ରଥମେ ଚୀନ୍ର ୟୁହାନ୍ ସହରରେ ଚିହ୍ନଟ କରାଯାଇଥିଲା । ୨୦୧୯ ଶେଷ ବେଳକୁ ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ସିଣ୍ଡ୍ରମ (ସାର୍ସ) ଫ୍ୟାମିଲି ସହ ସାମଞ୍ଜସ୍ୟ ରଖୁଥିବା ଏହି ଭାଇରସ୍ର ନାଁ ଦିଆଯାଇଥିଲା କରୋନା ଭାଇରସ୍ ଡିଜିଜ୍ ୨୦୧୯ ସଂକ୍ଷେପରେ କୋଭିଡ୍-୧୯ । ଜ୍ବର ,କାଶ, ଏବଂ ନିଃଶ୍ଵାସ ନେବାରେ କଷ୍ଟ ପ୍ରଭୃତି ଏହି ରୋଗୀର ଲକ୍ଷ୍ୟଗୁଡ଼ିକ ଭିତରେ ଅନ୍ତର୍ଭୁକ୍ତ । ଅଧିକ ଉତ୍କଟ ରୋଗୀଙ୍କ କ୍ଷେତ୍ରରେ ଏହି ପ୍ରକାର ସଂକ୍ରମଣ ନିମୋନିଆ ଏବଂ ଶ୍ଵାସରୁଦ୍ଧ ଆଦି ସମସ୍ୟା ଦେଖାଯାଏ । ବେଳେବେଳେ ଏହା ମୃତ୍ୟୁ ମଧ୍ୟ ଆଣିଥାଏ । ଦ୍ଵିତୀୟରେ ଅଧିକାଂଶ ଲୋକ ଯେଉଁମାନେ କୋଭିଡ୍-୧୯ରେ ଆକ୍ରାନ୍ତ ସେମାନେ ନିଃଶ୍ଵାସ ନେବାରେ ହାଲ୍କା କଷ୍ଟ ଅନୁଭବ କରନ୍ତି ଆଉ ବିନା କୌଣସି ସ୍ଵତନ୍ତ୍ର ଚିକିତ୍ସାରେ ଭଲ ହୋଇଯାଆନ୍ତି । ବୃଦ୍ଧ ବ୍ୟକ୍ତି ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଯେମିତି ମଧୁମେହ, ଶ୍ଵାସ ରୋଗ, କ୍ୟାନ୍ସର ପ୍ରଭୃତି ସେମାନଙ୍କ କ୍ଷେତ୍ରରେ ଅବସ୍ଥା ଉତ୍କଟ ହୋଇଥାଏ । ଏଣୁ ଏହିଭଳି ସମ୍ବେଦନଶୀଳ ରୋଗୀଙ୍କୁ ସଂକ୍ରମଣରୁ ଦୂରରେ ରଖିବା ହିଁ ସବୁଠାରୁ ଗୁରୁତ୍ଵପୁର୍ଣ୍ଣ ବୋଲି ଗ୍ରହଣ କରାଯାଉଛି ।
ଏହି ଭୂତାଣୁ କିପରି ସଂକ୍ରମଣ ସୃଷ୍ଟି କରେ?
ପ୍ରଥମତଃ ଯେତେବେଳେ ଜଣେ ପୀଡ଼ିତ ରୋଗୀ ଛିଙ୍କେ ବା କାଶେ ତାହାର ନାକ ଏବଂ ପାଟିରୁ ଯେଉଁ ଲାଳ ବା କଫ ବାହାରେ ତାହା ଅନ୍ୟ କୌଣସି ସୁସ୍ଥ ବ୍ୟକ୍ତି ସଂସ୍ପର୍ଶରେ ଆସିଲେ ସେ ସଂକ୍ରମିତ ହୋଇଥାଏ । ଅଥବା ସଂକ୍ରମିତ ବ୍ୟକ୍ତି ଛୁଇଁଥିବା ଜିନିଷପତ୍ର, ଆସବାବକୁ ସୁସ୍ଥ ଲୋକ ଛୁଇଁଲେ ଭୁତାଣୁ ସମ୍ପୃକ୍ତ ଜିନିଷପତ୍ରରୁ ସୁସ୍ଥରୋଗୀର ହାତରେ ପହଞ୍ଚେ । ପୁଣି ସେହି ହାତକୁ ସମ୍ପୃକ୍ତ ବ୍ୟକ୍ତି ଆଖି ନାକ ପାଟି ଛୁଇଁଲେ ତାହା ରୋଗୀ ଶରୀରରେ ପ୍ରବେଶ କରି ତାହାଙ୍କୁ ଆକ୍ରାନ୍ତ କରିଥାଏ । ଏଣୁ ଆମକୁ କିଛି ଛୋଟ ଛୋଟ ନିୟମବୁ ଅନୁସରଣ କରିବାକୁ ହେବ। ପ୍ରଥମେ କାଶିଲା ବା ଛିଙ୍କିବା ସମୟରେ କହୁଣିକୁ ମୁହଁରେ ଘୋଡ଼ାଇବା । ଏହିସବୁ ଜିନିଷପତ୍ର ଉପରେ ଘଣ୍ଟା ଘଣ୍ଟା ବଞ୍ଚିପାରନ୍ତି । କିନ୍ତୁ ସାଧାରଣ ବିଶୋଧନ ଦ୍ଵାରା ସେମାନେ ମରି ଯାଇଥାଆନ୍ତି ।
ଯେଉଁ ଭୁତାଣୁ କୋଭିଡ୍ ୧୯ ସଂକ୍ରମଣ ସୃଷ୍ଟି କରିଥାଏ, ତାହା ରୋଗୀ ଶରୀରରେ ଜଣାପଡ଼େ ନାହିଁ କିନ୍ତୁ ବହୁତ କ୍ଷୀପ୍ରଗତିରେ ସୁସ୍ଥ ଲୋକର ଶରୀରରେ ପ୍ରବେଶ କରିପାରେ । ପୁଣି କିଛି ଭୌଗୋଳିକ ଅଞ୍ଚଳରେ ଏହା ତିଷ୍ଠି ରହିପାରେ । ଏହି ଭୁତାଣୁ ରୋଗୀର ଗ୍ୟାଷ୍ଟ୍ରୋଇଣ୍ଟେିନ୍ଷ୍ଟିନାଲ ସିଷ୍ଟମ୍ରେ ରହି ମଳରେ ନିର୍ଗତ ହୋଇପାରେ । କିନ୍ତୁ ତାହା କିପରି ସୁସ୍ଥ ଲୋକର ମୁହଁକୁ ଯାଏ ଏବଂ ସଂକ୍ରମିତ କରେ ତାହା ଉପରେ ଅଧିକ ଗବେଷଣା ଜାରି ରହିଛି । ସିଡିସି ନିକଟରେ କହିଛନ୍ତି ଯେ, ଯେଉଁ ମା’ ଭୁତାଣୁ ସଂକ୍ରମିତ ତାଙ୍କୁ ନବଜାତ ଶିଶୁଠୁ ଅଲଗା ରଖିବାକୁ ହେବ। ଏହାଦ୍ଵାରା ଶିଶୁକୁ ସଂକ୍ରମଣ ହେବା ଆଶଙ୍କା କମ୍ ହୋଇପାରେ । ପୁଣି ଜଣେ ରୋଗୀ ଲକ୍ଷଣ ପ୍ରକାଶ କରିବା ପୂର୍ବରୁ ମଧ୍ୟ ନିଜ ଦେହରେ ଥିବା ଭୁତାଣୁକୁ ଅନ୍ୟ ଶରୀରକୁ ସଂକ୍ରମିତ କରାଇପାରେ ।
ଲକ୍ଷଣ କେବେ ପ୍ରକାଶ ପାଏ ?
କୌଣସି ବି ବ୍ୟକ୍ତିକୁ ଭୂତାଣୁ ଆକ୍ରମଣ କରିବାର୨ରୁ ୧୪ ଦିନ ଭିତରେକତେବେଳେ ବି ସଂକ୍ରମଣ ପ୍ରକାଶ ପାଇପାରେ । ଏହି ସଂକ୍ରମଣକୁ ଆମେ ନିୟମିତ ଭାବେ ସାବୁନ୍ ଓ ପାଣିରେ ହାତ ଧୋଇବା ଦ୍ଵାରା, ସଂକ୍ରମିତଙ୍କଠାରୁ ସବୁବେଳେ ୧ ମିଟର ବା ୩ ଫୁଟ ଦୂରତା ଅବଲମ୍ବନ କରିବା ଦ୍ଵାରା ନିୟନ୍ତ୍ରିତ କରିହେବ। ଏଣୁ ଆମକୁ ଆମ ନାକ ଓ ପାଟିକୁ ଘୋଡ଼ାଇ ରଖିବା ଦରକାର। କାଶିବା ବା ଛିଙ୍କିବା ସମୟରେ କହୁଣିରେ ଛିଙ୍କିବା ଆବଶ୍ୟକ । ପୁଣି ଯେଉଁ ଟିସୁକୁ ଆମେ ଛିଙ୍କିବା ସମୟରେ ନାକ ପାଟିକୁ ଘୋଡ଼ାଇ ଥାଉ ତାହାକୁ ସଙ୍ଗେ ସଙ୍ଗେ ଫୋପାଡ଼ିବା ଆବଶ୍ୟକ । ଯେଉଁ ହାତରେ ଆମେ ଛିଙ୍କିଥିଲୁ ବା କାଶ ଓ ଛିଙ୍କ ସମୟରେ ବ୍ୟବହାର କରିଥିଲୁ ସେହି ହାତକୁ ନାକ, ପାଟି ଓ ଆଖିରେ ଛୁଇଁବା ଅନୁଚିତ ।
ଭାରତ ପାଇଁ ଶିକ୍ଷା:
ଯଦିଓ ଇଟାଲୀ ବିଶ୍ଵର ଏକ ବିତ୍ତଶାଳୀ ଓ ଉନ୍ନତ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ ରାଷ୍ଟ୍ର ଭାବେ ପରିଚିତ କିନ୍ତୁ ସେଠାରେ ସବୁଠାରୁ ଅଧିକ ସଂକ୍ରମଣଜନିତ ମୃତ୍ୟୁ ହାର ରେକର୍ଡ଼ କରାଯାଇଛି । ଏହି ରାଷ୍ଟ୍ରର ବିଭିନ୍ନ ରାଷ୍ଟ୍ରରେ ରେକର୍ଡ଼ କରାଯାଇଥିବା କୋଭିଡ୍ ରୋଗୀଙ୍କ ସଂଖ୍ୟା ଏବଂ ସେମାନଙ୍କ ମୃତ୍ୟୁ ସମ୍ପର୍କରେ ବିଭିନ୍ନ ଭିନ୍ନ ସଂଖ୍ୟା ରହିଛି । ଯେଉଁ ରାଜ୍ୟରେ ଅଧିକ ନମୁନା ପରୀକ୍ଷଣ ହୋଇଛି ତାହା ନିଶ୍ଚିତ କରିଛି ଯେ, ସେ ରାଜ୍ୟର ସଂକ୍ରମିତ ରୋଗୀଙ୍କ ସଂଖ୍ୟା ହସ୍ପିଟାଲ୍ର ବୋଝକୁ ବଢ଼ାଇ ନାହାନ୍ତି । ଲୋକଙ୍କୁ ଘରେ ରହିବାକୁ ଉତ୍ସାହିତ କରାଯାଇଛି । ଏହାଦ୍ଵାରା ହସ୍ପିଟାଲ୍ଗୁଡ଼ିକ ସଂକ୍ରମଣର ହଟ୍ସ୍ପଟ ହେବାରୁ ବର୍ତ୍ତିବା ସହ ଏହି ପ୍ରକାର ଜଟିଳ ଅବସ୍ଥାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଛି ।
ଦକ୍ଷିଣ କୋରିଆର ସଂକ୍ରମଣକୁ ମୁକାବିଲା କରିବା ପଛରେ ଯେ କେବଳ ସରକାରୀ ଉଦ୍ୟମ ରହିଛି ତାହା ନୁହେଁ, ଏଠାରେ ସାଧାରଣ ଲୋକଙ୍କ ସଂଗଠନ ପ୍ରାୟ ୨ ଲକ୍ଷ ଲୋକଙ୍କୁ ପରୀକ୍ଷା କରାଇ ପଜିଟିଭ୍ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଉପଲବ୍ଧ କରାଇଛି । ପୁଣି ୬ ଘଣ୍ଟା ଭିତରେ ରିପୋର୍ଟ ଉପସ୍ଥାପନ କରିପାରିଛି । ଏହାବାଦ୍ ଏହି ଦେଶରେ ଯେତିକି ଲୋକ ଦିନକୁ ନବ ସଂକ୍ରମିତ ହୋଇଛନ୍ତି ତା’ଠୁ ଅଧିକ ଲୋକଙ୍କୁ ସୁସ୍ଥ କରାଯାଇପାରିଛି । ଏଠାରେ ସରକାର ଜନସାଧାରଣଙ୍କ ସଂଗଠନ ସହାୟତାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନକୁ ଉପଯୋଗ କରିବାରେ ସମର୍ଥ ହୋଇପାରିଛି । ସରକାର ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ କରିବା, ତାଙ୍କୁ ଟ୍ରାକ୍ କରିବା, ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ଆବଶ୍ୟକ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାରେ ସମର୍ଥ ହୋଇପାରିଛି । ବହୁ ପୂର୍ବରୁ ସତର୍କତା ସ୍ଵରୂପ ଏହା ସୋଶାଲ୍ ଡିଷ୍ଟାନ୍ସିଂ ପ୍ରକ୍ରିୟାକୁ ଗ୍ରହଣ କରିଥିଲା ।
ଭାରତ ସରକାର ସାରା ଦେଶରେ ଲକ୍ଡାଉନ୍ ଆଦେଶ ଦେଇ ଏକ ଭଳ ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ଏହା କେବଳ ଆଦେଶରେ ରହିଗଲା ପରି ଅନୁଭବ ହେଉଛି । କାରଣ ଯେତେବେଳେ ଏହି ଆଦେଶ ଦିଆଯାଇଛି ସେହି ସମୟରେ ଏହାର ତାତ୍କ୍ଷଣିକ ପ୍ରଭାବ ଦାଦନ, ଦିନମଜୁରିଆ ଓ ଦରିଦ୍ର୍ୟ ଲୋକଙ୍କ ଉପରେ କ’ଣ ପଡ଼ିବ ତାହାକୁ ଆକଳନ କରାଯାଇ ନଥିଲା । ଫଳରେ ଲକ୍ଷ ଲକ୍ଷ ଲୋକଙ୍କୁ ରାଜରାସ୍ତାରେ ସହରରୁ ଗାଁ ମୁହେଁ ହେଉଥିବା ଲକ୍ଷ୍ୟ କରାଯାଇଥିଲା । ଏହି ପ୍ରକାର ଗାଁ ମୁହାଁ ଶ୍ରମିକ ଯଦି କୌଣସି ପ୍ରକାରେ ଭୁତାଣୁ ସଂକ୍ରମିତ ହୁଏ ତେବେ ସେ ଗାଁକୁ ମଧ୍ୟ ଭୁତାଣୁ ସଂକ୍ରମିତ କରିପାରେ । ଏଣୁ ଭାରତର ଗ୍ରାମାଞ୍ଚଳ ମଧ୍ୟ ସଂକ୍ରମିତ ହୋଇପାରେ । ଏଣୁ ଭାରତ ସେମାନଙ୍କ ରହିବା, ଖାଇବା ପାଇଁ ଆବଶ୍ୟକ ସୁବିଧା ତୁରନ୍ତ ଉପଲବ୍ଧ କରାଇବା ଦରକାର। ଏହା ସହ ସେମାନଙ୍କୁ ନଗଦ ଅର୍ଥ ସହାୟତା ମଧ୍ୟ ଦେବା ଆବଶ୍ୟକ । ସେମାନଙ୍କ ଭିତରେ କିଏ ସଂକ୍ରମିତ କି ନୁହେଁ ତାହା ଚିହ୍ନଟ କରିବା ଉଚିତ । ସମ୍ପ୍ରତି ଭାରତ ସଂକ୍ରମଣର ଦ୍ଵିତୀୟ ପର୍ଯ୍ୟୟାରେ ରହିଛି । ଏହା ଦର୍ଶାଉଛି ଯେ, ଯେଉଁ ସଂକ୍ରମଣ ହୋଇଛି ତାହା ସ୍ଥାନୀୟ କାରକ ବା ତାଙ୍କ ସଂକ୍ରମିତ ରୋଗୀଙ୍କ ନିକଟ ସମ୍ପର୍କୀୟଙ୍କଠାରୁ ତାଙ୍କ ଶରୀରରେ ପ୍ରବେଶ କରିଛି ।
ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ଯେ, ଏଠାରେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ । ଏଣୁ ଆତଙ୍କିତ ହେବା ବଦଳରେ ଆମକୁ ସଚେତନତା ସୃଷ୍ଟି କରିବା ଦରକାର । ଶ୍ଵାସ ସଂକ୍ରମଣ କିପରି ହୁଏ , କରୋନା ସଂକ୍ରମିତ ହେଲେ କିପରି ଶ୍ଵାସ କ୍ରିୟାରେ ପରିବର୍ତ୍ତନ ଆସେ ତାହା ଜଣାଇବାକୁ ହେବ। ଏବେ ଆମ ପାଖରେ ଏହି ପ୍ରକାର ସଂକ୍ରମଣକୁ ଦୂରରେ ରଖିବାର ଗୋଟିଏ ମାତ୍ର ଅସ୍ତ୍ର ରହିଛି ତାହା ହେଲା ସୋଶାଲ୍ ଡିଷ୍ଟାନ୍ସିଂ । ଲୋକେ କୌଣସି ସ୍ଥାନରେ ଜମା ହେବା ଉଚିତ ନୁହେଁ । ସ୍ଵାସ୍ଥ୍ୟକର୍ମୀଙ୍କୁ ପର୍ଯ୍ୟାପ୍ତ ପିପିଇ ପ୍ରଦାନ କରିବା ଦରକାର । ଏହାଦ୍ଵାରା ସେମାନେ ସେବାକରୁଥିବା ରୋଗୀଠୁ ସଂକ୍ରମିତ ହେବେ ନାହିଁ କି ଭୁତାଣୁର ବାହକ ହବେ ନାହିଁ । ନିକଟରେ ଗୃହମନ୍ତ୍ରଣାଳୟ ସମସ୍ତଙ୍କୁ ମୁହଁ ଓ ପାଟି ଘୋଡ଼ାଇବା ଲାଗି ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ଏହି ମାସ୍କ ଯେ, ମେଡିକାଲ୍ ସପ୍ରୁ ସଂଗ୍ରହ କରିବେ ତା’ ନୁହେଁ ଘରେ ସାଧାରଣ କପଡ଼ାରେ ତିଆରି ମାସ୍କ ବ୍ୟବହାର ପାଇଁ ଅନୁମୋଦନ କରାଯାଇଛି ।
ଏହା ମାହାମାରୀକୁ ରୋକିବାରେ ସହାୟକ ହେବ। ଯେଉଁ ଲୋକମାନେ ଗୃହଆବଦ୍ଧ ହୋଇ ରହିଛନ୍ତି ସେମାନେ ସରକାରୀ ନୀତି ନିୟମାବଳୀକୁ ମାନିବା ଜରୁରୀ । ଏଣୁ ଏହି ଜଟିଳ ପରିସ୍ଥିତିରେ ଦୃଢ଼ ନିୟମାବଳୀ ଏବଂ ଏହାକୁ ପାଳନ କରିବାର ପ୍ରତିବଦ୍ଧତାହିଁ ସଂକ୍ରମଣକୁ ରୋକିପାରିବ । ଗୋଟିଏ ବିଷୟ ଏଥିରୁ ଭାରତ ଶିକ୍ଷା କରିବା ଉଚିତ ତାହା ହେଲା ଏହାକୁ ଜନସ୍ଵାସ୍ଥ୍ୟ କ୍ଷେତ୍ରରେ ଅଧିକ ଖର୍ଚ କରିବାକୁ ହେବ। ଭବିଷ୍ୟତରେ ଏପରି ସମସ୍ୟାକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ । ଯଦିଓ ସରକାର ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକ୍ୟୁପ୍ମେଣ୍ଟ (ପିପିଇ) ଯୋଗାଇବାରେ ହେଳା କରିବେ ନାହିଁ ବୋଲି ଆଶ୍ଵାସନା ଦେଇଛନ୍ତି କିନ୍ତୁ ପିପିଇର ଘୋର ଅଭାବ ଆମକୁ ବେଶୀଦିନ ଏହି ମହାମାରୀ ବିରୁଦ୍ଧରେ ଲଢ଼ିବାର ଶକ୍ତି ଯୋଗାଇବ ନାହିଁ ।
ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ସଚେତନତା । ଏହି ପ୍ରକାର ମହାମାରୀକୁ ରୋକିବାର ସବୁଠାରୁ ବଡ଼ ପ୍ରସ୍ତୁତି ହେଉଛି ଲୋକଙ୍କୁ ସଚେତନ କରାଇବା । ଏଥିଲାଗି ସରକାର ଜନସ୍ଵାସ୍ଥ୍ୟରେ ଅଧିକରୁ ଅଧିକ ଖର୍ଚ କରିବା ଦରକାର । ଏବେ ଜିଡିପିର ମାତ୍ର ୨ ପ୍ରତିଶତ ଖର୍ଚ କରାଯାଉଛି, ପୁଣି ତାହା ଆରୋଗ୍ୟ ସେବା ପାଇଁ ଉଦ୍ଦିଷ୍ଟ। ସରକାର ଏବେ ସେ ଖର୍ଚ୍ଚ ଆବଣ୍ଟନରେ ଆହୁରି ବୃଦ୍ଧି କରିବା ଆବଶ୍ୟକ । କିନ୍ତୁ ଏବେ ସବୁଠାରୁ ଜରୁରୀ ପ୍ରଶ୍ନ ହେଉଛି, ଆପଣ ଦିନକୁ କେତେଥର ହାତ ଧୋଉଛନ୍ତି? ଆପଣ ମାସ୍କ ପିନ୍ଧୁଛନ୍ତି କି?
ଲେଖକଙ୍କ ବାବଦରେ: ଡ. ଗିରିଧର ଆର ବାବୁ, ପବ୍ଲିକ୍ ହେଲ୍ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ଆଇଆଇପିଏଚ୍, ବାଙ୍ଗାଲୋରରେ ଲାଇଫ୍ କୋର୍ସ ଏପିଡେମିଲୋଜିରେ ପ୍ରଫେସର ଓ ମୁଖ୍ୟ ଭାବେ କାର୍ଯ୍ୟରତ। ସେ ଓ୍ବେଲକ୍ମ୍ ଷ୍ଟ-ଡିବିଟି ଇଣ୍ଡିଆ ଆଲିଆନ୍ସର ଜଣେ ଇଣ୍ଟରମେଡିଏଟ୍ ଫେଲୋ ଏବଂ ଏମ୍ଏଏଏସ୍ଟିଏଚ୍ଆଇ କୋହର୍ଟର ପିଆଇ। ସେ ରୋଗ ନିରୀକ୍ଷଣ ଏବଂ ସଂକ୍ରମଣ ବାବଦରେ ଦଶନ୍ଧି ଧରି ଗବେଷଣା ଅନୁଭୂତି ଧାରଣ କରିଛନ୍ତି ।