ETV Bharat / bharat

2019 ରେଜଲ୍ଟ: କ’ଣ କୁହନ୍ତି ଜ୍ୟୋତିଷ ? - ନିର୍ବାଚନ

ଏକଜିଟ ପୋଲ ଏନଡିଏ ସରକାର ଗଠନ ନେଇ ଦୃଢୋକ୍ତି ବାଢୁଥିବାବେଳେ ଏହାକୁ ନେଇ ସ୍ପଷ୍ଟୋକ୍ତି ଦେଇଛନ୍ତି କାଶୀର ଜ୍ୟୋତିଷ ଗଣ । ନିର୍ବାଚନ ଫଳାଫଳକୁ ନେଇ କାଶୀର କିଛି ପଣ୍ଡିତଙ୍କ ଭବିଷ୍ୟବାଣୀକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

ଡିଜାଇନ ଫଟୋ
author img

By

Published : May 23, 2019, 3:28 PM IST

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ନିର୍ଣ୍ଣାୟକ ଦିନ । କିଏ ମାରିବ ବାଜି, ଆଉ ଦଖଲ କରିବ ଦିଲ୍ଲୀର ଗାଦି । ଏହାକୁ ନେଇ ଆଗୁଆ ଏକଜିଟ ପୋଲରେ ପୁଣି କେନ୍ଦ୍ରରେ ମୋଦି ସରକାର ଗଠନ କରିବେ ବୋଲି ଆକଳନ କରାଯାଇଛି । ତେବେ ଏହାକୁ ନେଇ କାଶୀର ଜ୍ୟୋତିଷଗଙ୍କ କଣ ରହିଛି ରାୟ । ନିର୍ବାଚନ ଫଳାଫଳକୁ ନେଇ କାଶୀର କିଛି ପଣ୍ଡିତଙ୍କ ଭବିଷ୍ୟବାଣୀ ଉପରେ ଏବେ ଚର୍ଚ୍ଚା ଚାଲିଛି ।

ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀର କିଛି ଜ୍ୟୋତିଷଙ୍କ କହିବା କଥା, ଗ୍ରହ ନକ୍ଷତ୍ରର ଚଳନା ଅନୁସାରେ, ଶନି, ରାହୁ ଏବଂ ଗୁରୁ ମିଳି ଏକଜିଟ ପୋଲ ଗଣନାକୁ ମଧ୍ୟ ଭୁଲ ପ୍ରମାଣିତ କରିପାରେ । କାରଣ ଏକଜିଟ ପୋଲ ମତରେ, କେନ୍ଦ୍ରରେ ଏନଡିଏ ସରକାର ଗଠନ କରିବ ଯଦିଓ କିନ୍ତୁ ବହୁମତ ସାବ୍ୟସ୍ତ କରିପାରିବନି ।

ସପା-ବିଏସପିଙ୍କ ବଡ ଭୂମିକା:

କାଶୀର ପଣ୍ଡିତ ଋଷି ଦ୍ବିବେଦଙ୍କ ମତରେ, ଗ୍ରହଙ୍କ ସ୍ଥିତି କାରଣରୁ ଲୋକତନ୍ତ୍ରରେ ଅସ୍ଥିରତା ଦେଖାଯାଇପାରେ । ଯାହା ସିଧାସଳଖ ନିର୍ବାଚନ ପରିଣାମ ଉପରେ ପଡିପାରେ । ସେ କହିଛନ୍ତି, NDA 220ରୁ 240 ସିଟ ପାଇବାକୁ ଥିବାବେଳେ ବିଜେପି ପାଖରେ ଏକାକୀ 140ରୁ 160 ସିଟ ଅଧିକାର କରିବ । ଯେତେବେଳେ କି UPA ଖାତାକୁ 110ରୁ 140 ସିଟ ଯିବ ବୋଲି ଭବ୍ୟଷବାଣୀ କରିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଗଠନ କରିବାରେ ମହାଗଠବନ୍ଧନରେ SP ଓ BSPର ମହତ୍ବପୂର୍ଣ୍ଣ ଭୂମିକା ରହିପାରେ ।

କଂଗ୍ରେସ ପାଇଁ ଏଥର ବି ଦିଲ୍ଲୀ ଦୂର:

ଅନ୍ୟପଟେ ପଣ୍ଡିତ ଦିପକ ମାଲଦିପ କହିଛନ୍ତି ଯେ, କଂଗ୍ରେସ ପାଇଁ ଚଳିତବର୍ଷ 2019 ମଧ୍ୟ ଦିଲ୍ଲୀ ଗାଦି ଅଧିକାର କରିବା ସହଜାସାଧ୍ଯ ହେବନି । ଏପରିକି ମୋଦିଙ୍କ ପାଇଁ ମଧ୍ୟ ସରକାର ଗଠନ କରିବାକୁ ଅନ୍ୟଦଳର ସହଯୋଗ ଦରକାର ପଡିପାରେ ବୋଲି ପଣ୍ଡିତ ଜଣକ ଭବିଷ୍ୟବାଣୀ କରିଛନ୍ତି । ଏହାସହ ପଶ୍ଚିମବଙ୍ଗ, ମେଘାଳୟ, ମିଜୋରାମ, ଆନ୍ଧ୍ରପ୍ରଦେଶ, କେରଳର ଆଞ୍ଚଳିକ ଦଳ ଗୁଡିକ ସରକାର ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.