ETV Bharat / bharat

'ଆମେରିକୀୟ ସୈନ୍ୟଙ୍କ ହତ୍ୟା ପାଇଁ ଋଷର ସୁପାରି ସମ୍ପର୍କରେ ଜାଣିନଥିଲେ ଟ୍ରମ୍ପ'

ସିଆଇଏ ନିର୍ଦ୍ଦେଶକ, ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ କର୍ମଚାରୀଙ୍କ ମୁଖ୍ୟ ସମସ୍ତେ ନିଶ୍ଚିତ କରିପାରିବେ ଯେ ଋଷର ସୁପାରି ସମ୍ପର୍କରେ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତିଙ୍କୁ କୌଣସି ସୂଚନା ଦିଆଯାଇନଥିଲା ।

author img

By

Published : Jun 28, 2020, 5:56 PM IST

ଟ୍ରମ୍ପ
ଟ୍ରମ୍ପ

ୱାଶିଂଟନ: ଆଫଗାନିସ୍ତାନରେ ଆମେରିକୀୟ ସୈନିକଙ୍କୁ ହତ୍ୟା କରିବା ପାଇଁ ଋଷ ତାଲିବାନ ଆତଙ୍କବାଦୀଙ୍କୁ ସୁପାରି ଦେଇଥିଲା । ତେବେ ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଗୁଇନ୍ଦା ସୂଚନା ପାଇଥିଲେ ବୋଲି ଚର୍ଚ୍ଚା ହେଉଥିଲା । ଯାହାକୁ ହ୍ବାଇଟ ହାଉସ ପକ୍ଷରୁ ଖଣ୍ଡନ କରାଯାଇଛି ।

ହ୍ବାଇଟ ହାଉସର ପ୍ରେସ ସଚିବ କେଏଲି ମ୍ୟାକେନାନି ଶନିବାର ଏକ ବିବୃତ୍ତିରେ କହିଛନ୍ତି, ସିଆଇଏ ନିର୍ଦ୍ଦେଶକ, ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ କର୍ମଚାରୀଙ୍କ ମୁଖ୍ୟ ସମସ୍ତେ ନିଶ୍ଚିତ କରିପାରିବେ ଯେ ଋଷର ସୁପାରି ସମ୍ପର୍କରେ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତିଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ନ୍ୟୁୟର୍କ ଟାଇମ୍ସର କାହାଣୀର ଭୁଲ ତଥ୍ୟକୁ ଦର୍ଶାଇଛି ।

ନ୍ୟୁୟର୍କ ଟାଇମ୍‌ସ ଶୁକ୍ରବାର ଏକ ଖବର ପ୍ରକାଶିତ କରିଥିଲା । ଯେଉଁଥିରେ ଦାବି କରାଯାଇଥିଲା ଯେ, ଟ୍ରମ୍ପଙ୍କୁ ଏକ ଗୁଇନ୍ଦା ସୂଚନା ଦିଆଯାଇଥିଲା । ଆମେରିକା-ତାଲିବାନ ଶାନ୍ତି ବାର୍ତ୍ତା ସମୟରେ ଋଷ ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କୁ ହତ୍ୟା କରିବା ପାଇଁ ତାଲିବାନକୁ ସୁପାରି ଦେଇପାରେ ବୋଲି ଦାବି କରାଯାଇଥିଲା । କିନ୍ତୁ ଟ୍ରମ୍ପ ଏହି ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିଲେ ବୋଲି ଖବରରେ କୁହାଯାଇଥିଲା ।

2001 ମସିହାରେ ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା ​​ଏବଂ ଦେଶର ଇତିହାସର ଏହି ଦୀର୍ଘ ଯୁଦ୍ଧରେ ଆମେରିକୀୟ ସେନାର 2400 ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଯୁଦ୍ଧର ଅସୀମତା ଉପରେ ଟ୍ରମ୍ପ ଦୀର୍ଘ ଦିନ ଧରି ଅଭିଯୋଗ କରିଆସୁଛନ୍ତି ଏବଂ ମଧ୍ୟ ଏସୀୟ ଦେଶରୁ ନିଜର ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି।

ତେବେ 135 ଦିନ ମଧ୍ୟରେ ଆଫଗାନିସ୍ତାନରେ ନିଜର ସୈନ୍ୟବାହିନୀ 8,600 ପର୍ଯ୍ୟନ୍ତ ହ୍ରାସ କରିବ ବୋଲି ଫେବୃଆରୀ ଶେଷରେ ଆମେରିକା ଏବଂ ତାଲିବାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିରେ ୱାଶିଂଟନ କହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.