ନୂଆଦିଲ୍ଲୀ: ଭାରତର ବର୍ତ୍ତମାନ ଅର୍ଥ ବ୍ୟବସ୍ଥାକୁ ନେଇ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । 'ଆର୍ଥିକ ମାନ୍ଦାବସ୍ଥା' ଭଳି ଗୋଟିଏ ଶବ୍ଦ ରହିଥିବା ବର୍ତ୍ତମାନ ଦେଶରେ ଥିବା ସରକାର ମାନିବାକୁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି ମନମୋହନ । ସେ କହିଛନ୍ତି ଯେ ଯଦି ଆପଣ ନିଜ ସମ୍ମୁଖରେ ଥିବା ସମସ୍ୟାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି, ତେବେ ହୋଇପାରେ ଆପଣ ବିଶ୍ବାସଯୋଗ୍ୟ ଉତ୍ତର ଖୋଜି ପାଉ ନାହାନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଯେ ଏହି ସମସ୍ୟା ଉପରେ ଚର୍ଚ୍ଚା ହେବାର ଆବଶ୍ୟକତା ରହିଛି, କାରଣ ଆଜି ଦେଶରେ ଏପରି ସରକାର ଅଛି ଯିଏ ମାନ୍ଦାବସ୍ଥା ଭଳି କୌଣସି ଶବ୍ଦକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହେଁ । ଏହା ଦେଶ ପାଇଁ ହିତକର ନୁହେଁ ।
1990 ଦଶକରେ ଅର୍ଥବ୍ୟବସ୍ଥାର ଉଦାରୀକରଣରେ ସମର୍ଥନ ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ପୂର୍ପତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ