ନୂଆଦିଲ୍ଲୀ: ସଂସଦରେ ଉଠିଲା ପଶ୍ଚିମ ଓଡିଶା ଚାଷୀ ଆନ୍ଦୋଳନ ପ୍ରସଙ୍ଗ । ଗୁରୁବାର, ଲୋକସଭାରେ ବରଗଡ ସାଂସଦ ସୁରେଶ ପୂଜାରୀ ଏହି ପ୍ରସଙ୍ଗକୁ ଉଠାଇଛନ୍ତି । ପଶ୍ଚିମ ଓଡିଶାରେ କିଭଳି ଚାଷୀ ମାନେ ଧାନ କିଣାରେ ହେଉଥିବା ଟୋକନ ବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରି ବିଧାୟକ, ସାଂସଦଙ୍କ ଘର ଆଗରେ ଧାରଣା ଦେଉଛନ୍ତି ତାହା ସେ ଲୋକସଭା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏହାସହ ସେ ଏହି ଟୋକନ ବ୍ୟବସ୍ଥା ଅନ୍ୟ କୌଣସି ରାଜ୍ୟରେ ନଥିବାରୁ ଏହାକୁ ହଟାଇବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରନ୍ତୁ ବୋଲି ସେ କହିଛନ୍ତି । ସୂଚନା ଥାଉକି, କିଛି ଦିନ ହେବ ଏହି ଟୋକନ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡିଶା ଚାଷୀମାନେ ଆନ୍ଦୋଳନ କରୁଛନ୍ତି ।