ETV Bharat / bharat

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମମତା

author img

By

Published : Sep 19, 2019, 9:07 AM IST

Updated : Sep 19, 2019, 2:52 PM IST

ମୋଦିଙ୍କ ପରେ ଗୁରୁବାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୃହମନ୍ତ୍ରୀଙ୍କୁ ଭେଟିବା ସହ ଏକ ଚିଠି ଦେଇଛନ୍ତି ସେ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କେନ୍ଦ୍ରୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶାହାଙ୍କୁ ଭେଟିବାକୁ ମମତା ସମୟ ମାଗିଥିବା ଜଣା ପଡିଛି । ଏହା ପୂର୍ବରୁ ମମତା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 7 ଲୋକକଲ୍ୟାଣ ମାର୍ଗରେ ସାକ୍ଷାତ କରିଥିଲେ ।

ଶାହାଙ୍କୁ ଭେଟି ମମତା ଏକ ଚିଠି ଦେଇଛନ୍ତି । ମମତା ଚିଠିରେ ଲେଖିଛନ୍ତି ଯେ 19 ଲକ୍ଷ ଲୋକ ଏନଆରସିରୁ ବାଦ ପଡିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ହିନ୍ଦୀ ଓ ବେଙ୍ଗଲୀ ଭାଷାଭାଷୀ ଲୋକ ଅଛନ୍ତି । ଅନେକ ପ୍ରକୃତ ଭୋଟର ମଧ୍ୟ ଏଥିରୁ ବାଦ ପଡିଛନ୍ତି । ଏ ସବୁକୁ ଦୃଷ୍ଟିକୁ ନେବାକୁ ସେ ଗୃହମନ୍ତ୍ରୀଙ୍କୁ ଜଣାଇଛନ୍ତି ।

2019 ଲୋକସଭା ନିର୍ବାଚନ ପରେ ଏହା ମୋଦି ଓ ମମତାଙ୍କ ପ୍ରଥମ ସାକ୍ଷାତକାର ଥିଲା । ବର୍ତ୍ତମାନ କ୍ଷମତାସୀନ ଅନେକ ନେତା ଓ କୋଲକାତା ପୋଲିସର ପୂର୍ବ କମିଶନର ରାଜୀବ କୁମାର ସାରଦା ଘୋଟଲା ମାମଲାରେ ସିବିଆଇ ଯାଞ୍ଚ ଘେରରେ ରହିଛନ୍ତି । ଏପରି ବଦଳୁଥିବା ରାଜନୈତିକ ପରିସ୍ଥିତି ଓ ଘଟଣାକ୍ରମକୁ ଲକ୍ଷ କରି ମୋଦି ଓ ଶାହଙ୍କ ସହ ମମତାଙ୍କ ସାକ୍ଷାତକୁ ନେଇ ଅନେକ କିଛି ଉଦ୍ଦେଶ୍ୟ ଥାଇପାରେ।

Intro:Body:

BLANK

Conclusion:
Last Updated : Sep 19, 2019, 2:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.