କଲିକତା: ତୃଣମୂଳ କଂଗ୍ରେସ ସରକାରଙ୍କୁ ଘେରିଲା ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାରକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ କରିଛି ରାଜ୍ୟ କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିଲା ଅଭିଯୋଗ କରିଛନ୍ତି ।
ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭପତି ତଥା ଲୋକସଭା ବିରୋଧୀଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ବରେ ପଶ୍ଚିମବଙ୍ଗର ତୃଣମୂଳ ସରକାରକୁ ଜୋରଦାର ବିରୋଧ କରାଯାଇଛି । ମୁଖ୍ୟତଃ ରାଜ୍ୟରେ ଦେଖାଦେଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ବେକାରୀ ସମସ୍ୟାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଂଗ୍ରେସ ସମର୍ଥକଙ୍କ ମାନେ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ବିଶେଷକରି ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡକୁ ନେଇ ମମତା ସରକାରଙ୍କୁ ଗୁଣ୍ଡାରାଜ ସରକାର ବୋଲି ବିରୋଧୀମାନେ ସାମାଲୋଚନା କରିଛନ୍ତି । ଏଠାରେ ଗଣତନ୍ତ୍ର କୌଣସି ସ୍ଥାନ ନାହିଁ ବୋଲି ବରୋଧୀ କହିଛନ୍ତି ।
ସୂଚନାଥାଉକି ପଶ୍ଚିମବଙ୍ଗରେ ଗତ 8 ତାରିଖ ଦିନ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମମତା ବାନାର୍ଜୀଙ୍କ ସରକାର ବିରୋଧରେ ଜୋରଦାର ଆନ୍ଦୋଳନ କରିଥିଲେ। ଏଥିରେ ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଯୋଗଦେଇଥିଲେ । ଏହି ବିକ୍ଷୋଭ ବେଳେ ବ୍ୟାପକ ପରିମାଣରେ ହିଂସା ସୃଷ୍ଟି ହୋଇଥିଲା ।