କୋଲକାତା: ଛୋଟ ଛୋଟ ପିଲାଙ୍କୁ ଅକ୍ଷର ସହ ପରିଚିତ କରିବାକୁ ବହିରେ ଶବ୍ଦ ସହତ ଚିତ୍ର ଦର୍ଶାଯାଇଥାଏ । ପିଲାଙ୍କୁ ଅକ୍ଷର ଓ ଶବ୍ଦ ସହଜ ଉପାୟରେ ଶିଖାଇବାକୁ ଏହି ପ୍ରଣାଳୀ ଅନେକ ପୁସ୍ତକରେ ଦେଖିବାକୁ ମିଳିଛି । ଶିକ୍ଷାର ଏହି ସରଳୀକରଣ ଏବେ ସମସ୍ୟା ସୃଷ୍ଟି କରିଛି । ସାମାନ୍ୟ ଅସାବଧାନତା ଏହି ସରଳ ଶିକ୍ଷାକୁ ଜଟିଳ କରିପକାଇଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ପ୍ରାଇମେରୀ ସ୍କୁଲରେ ପାଠପଢୁ ଥିବା ଅଭିଭାବକ ମାନେ ପ୍ରତିବାଦ କରିବେ ଲାଗିଛନ୍ତି ।
ବହିରେ ‘ୟୁ’ ଫର ’ଅଗଲି’ ଶବ୍ଦ ଓ ତାକୁ ନେଇ ଦର୍ଶା ଯାଇଥିବା ଚିତ୍ର ଏବେ ପ୍ରତିବାଦର ରୂପ ନେଇଛି । କାରଣ ପୁସ୍ତକରେ ‘ଅଗଲି’ ପାଇଁ ଏକ କଳା ରଙ୍ଗର ଲୋକଙ୍କ ଚିତ୍ର ରହିଛି । ପିଲାଙ୍କୁ ଅକ୍ଷର ଓ ଶବ୍ଦ ସହଜ ଉପାୟରେ ଶିଖାଇବାକୁ ଯାଇ ଏହା ଏବେ ବର୍ଣ୍ଣ ବୈଷମ୍ୟକୁ ସୃଷ୍ଟି କରୁଛି । ଏହି ବହିଟି ପୂର୍ବ ବର୍ଦ୍ଧମାନ ଜିଲ୍ଲାର ସରକାରୀ ସହବନ୍ଧିତ ପ୍ରି-ପ୍ରାଇମେରୀ ଡିପାର୍ଟମେଣ୍ଟ ଦ୍ବାରା ଛପା ଯାଇଛି ।
ପିଲାଙ୍କୁ ଅକ୍ଷର ଚିହ୍ନାଇବାକୁ ଯାଇ କଳା ଲୋକଙ୍କ ପ୍ରତି ଘୃଣା ଭାବ ସୃଷ୍ଟି କରିଛି । ତେଣୁ ବର୍ଣ୍ଣବୈଷମ୍ୟ ସୃଷ୍ଟି କରୁଥିବା ଏହି ଚିତ୍ରକୁ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି ଅଭିଭାବକ । ପିଲାଙ୍କ କୋମଳରେ ଏଭଳି ଖରାପ ଚିନ୍ତା ସୃଷ୍ଟି କରିବା ପୂର୍ବରୁ ସମସ୍ତ ଦିଗରୁ ଦୃଷ୍ଟି ଦେବାର ଥିଲା । ତେଣୁ ଏଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
କୋଲକାତା ବାଙ୍ଗବାସିର ଜଣେ ସ୍କୁଲ ଶିକ୍ଷକ କହିଛନ୍ତି, ତାଙ୍କ ଉକ୍ତ ସରକାରୀ ସ୍କୁଲରେ ଅଧ୍ୟୟନ କରୁଛି । ସେ ଏହି ବିଷୟ ତାକୁ ପଠାଇବା ସମୟରେ ଏହାକୁ ଦେଖିଥିଲେ । କୃଷ୍ଣକାୟଙ୍କୁ ଅସୁନ୍ଦର କହିବା ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଆମେରିକାରେ ଜଣେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡାଙ୍କୁ ପୋଲିସ ହେପାଜତରେ ହତ୍ୟା କରାଯାଇଥିଲା । 4 ଜଣ ଗୋରା ପୋଲିସଙ୍କ ମଧ୍ୟରେ ଜଣେ ଜର୍ଜ ଫ୍ଲୋଏଡଙ୍କ ବେକ ଉପରେ ଦୀର୍ଘ ସମୟରେ ଧରି ଆଣ୍ଠୁ ଚାପି ରଖିବା ଦ୍ବାରା ସେ ଶେଷରେ ଅଣନିଶ୍ବାସ ହୋଇ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ ଆମେରିକାରେ ଗତ କିଛି ଦିନ ଧରି ବିଦ୍ରୋହର ନିଆଁ ଜଳିଥିଲା। କଳା-ଗୋରା ଭେଦଭାବକୁ ନେଇ ଆମେରିକାର ପ୍ରାୟ 40ରୁ ଊର୍ଦ୍ଧ୍ବ ସହରରେ ପ୍ରତିବାଦ କରାଯାଇଥିଲା । ଆମେରିକାରେ ଏବେ ବି ଗୋରା-କଳାର ଭେଦଭାବ ରହିଆସିଛି ।