ETV Bharat / bharat

ଲକଡାଉନ ପ୍ରସଙ୍ଗରେ ମମତାଙ୍କ ସର୍ବଦଳୀୟ ବୈଠକ

author img

By

Published : Jun 24, 2020, 3:48 PM IST

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋରୋନାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି। ରାଜ୍ୟ ସଚିବାଳୟ ନବନ୍ନାରେ ମଧ୍ୟାହ୍ନ 12 ଟାରେ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ମମତା ଡାକିଛନ୍ତି ସର୍ବଦଳୀୟ ବୈଠକ, କୋରୋନା, ଲକଡାଉନ ଉପରେ ହେବ ଚର୍ଚ୍ଚା

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋରୋନାକୁ ନେଇ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ରାଜ୍ୟ ସଚିବାଳୟ ନବନ୍ନାରେ ମଧ୍ୟାହ୍ନ 12 ଟାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଧାନସଭା ବାଚସ୍ପତି ବିମାନ୍ ବାନାର୍ଜୀ ଏବଂ ସମସ୍ତ ରାଜନୈତିକ ଦଳର ନେତାମାନେ ଏଥିରେ ସାମିଲ ହୋଇଥିଲେ ।

ସୂଚନା ଅନୁଯାୟୀ, ଏହି ବୈଠକରେ କୋରୋନାକୁ ନେଇ ଆଲୋଚନା ସହିତ ଲକଡାଉନ୍ ଉପରେ ମଧ୍ୟ ଆଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଲକଡାଉନ ପ୍ରସଙ୍ଗରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଡକାଯାଇନଥିଲା । ଫଳରେ ମମତା ବାନାର୍ଜୀ ସେହି ବୈଠକରେ ଯୋଗ ଦେଇନଥିଲେ ।

ତେବେ କୋରୋନା ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ବଙ୍ଗଳା ସରକାର ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟରେ କୋରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ମୃତକଙ୍କ ସଂଖ୍ୟା 569 ରେ ପହଞ୍ଚିଛି। ରାଜ୍ୟରେ ଏପର୍ଯ୍ୟନ୍ତ 14,358 ସଂକ୍ରମଣ ମାମଲା ରିପୋର୍ଟ ହୋଇଛି, ସେଥିମଧ୍ୟରୁ 5102 ଟି ସକ୍ରିୟ ଅଛି। ଏଥି ସହିତ 8,687 ଜଣ ଆରୋଗ୍ୟ ଲାଭ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.