କୋଲକାତା: କୋରୋନାକୁ ନେଇ ସବୁଆଡେ ଭୟାବହ ବାତାବରଣ ସୃଷ୍ଟି ହୋଇଛି । ଫଳରେ ଲକଡାଉନ କେତେକାଂଶରେ କୋହଳ ନିଷ୍ପତ୍ତି ଅନେକ ସରକାର ଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗରେ ମମତା ସରକାର ଏବେ ଏକ ନୂଆ ସଫ୍ଟୱେୟାର ଆରମ୍ଭ କରିଛନ୍ତି । ଏଥିରେ ଘରେ ରହି କାମ କରୁଥିବା କର୍ମଚାରୀଙ୍କ ରିପୋର୍ଟ ସଂଗ୍ରହ କରାଯାଉଛି ।
କୋରୋନା ସଂକ୍ରମଣର ଭୟାବହତା ଯୋଗୁଁ ଅନେକ କର୍ମଚାରୀ ଘରେ ରହି କାମ କରୁଛନ୍ତି । କିଛି କର୍ମଚାରୀଙ୍କ ଉପସ୍ଥିତିରେ ହିଁ ଅଫିସମାନ କାର୍ଯ୍ୟକାରୀ ହେଉଛି । ତେବେ ଏହି ସଫ୍ଟୱେୟାର୍ ଯଦି ସଫଳତାର ସହ କର୍ମଚାରୀଙ୍କୁ ଟ୍ରାକ୍ କରିବାରେ ସଫଳ ହୁଏ ତେବେ ଏହାକୁ ଅନ୍ୟ କାର୍ଯ୍ୟୀଳୟରେ ମଧ୍ୟ କାର୍ଯ୍ୟକାରୀ ହେବ ।