ETV Bharat / bharat

ସନ୍ଦେହରେ ଆଇସିଏମଆରର କରୋନା ଟେଷ୍ଟିଂ କିଟ୍ - କୋଲକାତା

ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ନିମ୍ନମାନର ପରୀକ୍ଷା କିଟ୍ ଯୋଗାଉଥିବାରୁ ରାଜ୍ୟରେ କୋରୋନା ପରୀକ୍ଷଣ ବିଳମ୍ବ ହେଉଛି ବୋଲି ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ବିଭାଗ ଅଭିଯୋଗ ଆଣିଛନ୍ତି ।

icmr
ଆଇସିଏମଆର ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ
author img

By

Published : Apr 20, 2020, 5:07 PM IST

କୋଲକାତା: ଆଇସିଏମଆର ବିରୋଧରେ ଅଭିଯୋଗ ଆଣିଲା ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ବିଭାଗ । ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ନିମ୍ନମାନର ପରୀକ୍ଷା କିଟ୍ ଯୋଗାଉଥିବାରୁ ରାଜ୍ୟରେ କୋରୋନା ପରୀକ୍ଷଣ ବିଳମ୍ବ ହେଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛିି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ରକ୍ତ ନମୂନା ପରୀକ୍ଷା କରିବାରେ ବିଳମ୍ବ ହେଉଛି। ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏକ ବିଭ୍ରାନ୍ତିକର ରିପୋର୍ଟ ଏହା ସ୍ପଷ୍ଟ କରିଛି ଯେ, ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଆଇସିଏମଆର-ଏନଆଇସିଇଡି ଦ୍ବାରା ଯୋଗାଯାଇଥିବା ପରୀକ୍ଷଣ କିଟ୍ ବହୁ ସଂଖ୍ୟକ ଭୁଲ ଫଳାଫଳ ପ୍ରଦାନ କରୁଛି । ଏଣୁ ଏହି ପରୀକ୍ଷା ଗୁଡିକୁ ପୁନଃ କରିବାର ଆବଶ୍ୟକ ରହିଛି।

ଏହି ସମସ୍ୟା ଉପରେ ଆଇସିଏମଆର ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଭାଗ ଅନ୍ୟ ଏକ ଟ୍ବିଟ ଜରିଆରେ କହିଛି । ସ୍ୱାସ୍ଥ୍ୟ ବିଭାଗ ଏହା ମଧ୍ୟ କହିଛନ୍ତି ଯେ, ଏହା ପୂର୍ବରୁ ପୁନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ସିଧାସଳଖ ଟେଷ୍ଟ କିଟ୍ ଯୋଗାଇ ଦିଆଯାଉଥିଲା । ଯେଉଁଥିରେ କୌଣସି ସମସ୍ୟା ନଥିଲା ।

ଅନ୍ୟ ଏକ ଟ୍ବିଟରେ କୁହାଯାଇଛି ଯେ, କେବଳ ରାଜ୍ୟର ସରକାରୀ ଲ୍ୟାବ ନୁହେଁ ଦେଶର ଅନ୍ୟ ଲ୍ୟାବରେ ବି ଏହି ସମସ୍ୟାର ଦେଖାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.