କୋଲକାତା: କୋଭିଡ ୱାରିୟର୍ସଙ୍କ ମନୋବଳ ବୃଦ୍ଧି କରିବା ତଥା ଭବିଷ୍ୟତ ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ବଡ ପଦକ୍ଷେପ । ରାଜ୍ୟରେ କୋରୋନା ମହାମାରୀ ବିରୋଧରେ ଲଢୁଥିବା ଆଗଧାଡିର ଯୋଦ୍ଧାଙ୍କୁ ଅଧିକ ସହାୟତା ଯୋଗାଇବା ପାଇଁ ଆଗକୁ ଆସିଛନ୍ତି ପଶ୍ଚିମବଙ୍ଗ ସରକାର । ମୃତ ତଥା ଅକ୍ଷମ କୋଭିଡ ଯୋଦ୍ଧାଙ୍କ ସମ୍ପର୍କୀୟଙ୍କୁ ଚାକିରୀ ଦେବାକୁ ନିଷ୍ପତ୍ତି ନେଇଛି ମମତା ସରକାର ।
କୋରୋନାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ପାଲଟିବାରେ ଲାଗିଛି ପଶ୍ଚିମବଙ୍ଗ । ଏପରିସ୍ଥଳେ କାର୍ଯ୍ୟରତ ଶହ ଶହ କୋରୋନା ଯୋଦ୍ଧା ସଂକ୍ରମିତ । ମହାମାରୀ କାରଣରୁ ଡାକ୍ତର, ନର୍ସଙ୍କ ଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ, କୋରୋନା ଯୋଦ୍ଧା ଗତ କିଛି ମାସ ମଧ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସଂକ୍ରମଣ ହେତୁ ପ୍ରାଣ ହରାଇଥିବା କୋରୋନା ଯୋଦ୍ଧାଙ୍କ ପରିବାରକୁ ପଶ୍ଚିମବଙ୍ଗ ସରକାର 10 ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ପ୍ରଦାନ କରିସାରିଛନ୍ତି ।
ମାତ୍ର ଏବ ମମତା ସରକାର କୋରୋନା ୱାରିୟର୍ସ ମୃତକଙ୍କ ପରିବାର ସଦସ୍ୟ କିମ୍ବା ଆର୍ଥିକ କ୍ଷେତ୍ରରେ ଅସୁବିଧାରେ ଥିବା ଲୋକଙ୍କୁ ଚାକିରି ଯୋଗାଇଦେବେ । ସଂକ୍ରମିତ କୋଭିଡ ଯୋଦ୍ଧାମାନଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବା କାର୍ଯ୍ୟ ମଧ୍ୟ ସରକାର ଜାରି ରଖିବେ।
ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗରେ କୋଭିଡରେ 1,10,000 ରୁ ଅଧିକ ମାମଲା ରେକର୍ଡ ହୋଇଛି । ରାଜ୍ୟରେ 80 ହଜାରରୁ ଉର୍ଦ୍ଧ୍ବ ରୋଗୀ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2319 ରହିଛି ।