ETV Bharat / bharat

ପଶ୍ଚିମବଙ୍ଗ ସରକାର ପ୍ରବାସୀଙ୍କ ପ୍ରତି ଉଦାସୀନ: ଅଧୀର ରଞ୍ଜନ ଚୌଧୁରୀ - ଲୋକସଭାର ବିରୋଧୀ ଦଳ ନେତା

ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରି କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଲକଡାଉନରେ ଫସିଥିବା ପ୍ରବାସୀ ଶ୍ରମିକ ତଥା ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ କେତେ ଟ୍ରେନ ଆବଶ୍ୟକ ବୋଲି ପ୍ରଶ୍ନ କରିଛନ୍ତି । ଅଧିକ ପଢ଼ନ୍ତୁ...

west-bengal-government-indifferent-to-the-plight-of-migrants-adhir-ranjan-chowdhury
ପଶ୍ଚିମବଙ୍ଗ ସରକାର ପ୍ରବାସୀମାନଙ୍କ ଅସୁବିଧା ପ୍ରତି ଉଦାସୀନ: ଅଧୀର ରଞ୍ଜନ ଚୌଧୁରୀ
author img

By

Published : May 11, 2020, 9:57 PM IST

କୋଲକାତା: ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ପ୍ରତି ପଶ୍ଚିମବଙ୍ଗ ସରକାର ଉଦାସୀନ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ରବିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ଫେରାଇ ଆଣିବା ପାଇଁ କେତେ ଟ୍ରେନର ବ୍ୟବସ୍ତା କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ଏକ ଭିଡିଓ ବାର୍ତ୍ତାରେ କଂଗ୍ରେସ ନେତା କହିଛନ୍ତି ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ କେନ୍ଦ୍ର ପ୍ରତିଦିନ 300 "ଶ୍ରମିକ ସ୍ପେଶାଲ" ଟ୍ରେନ୍ ଚଳାଚଳ କରୁଥିବା ଘୋଷଣା କରିଛନ୍ତି । ସେ କହିଛନ୍ତି, "ବର୍ତ୍ତମାନ ତୁମେ କୁହ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଲକଡାଉନରେ ଅଟକି ରହିଛନ୍ତି । ଫସି ରହିଥିବା ପର୍ଯ୍ୟଟକ ଏବଂ ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ କେତେ ଟ୍ରେନ୍ ଆବଶ୍ୟକ କରିବେ ?"

ଟ୍ରେନର ଉପଲବ୍ଧତା ବିଷୟରେ କୌଣସି ବାହାନା କରନ୍ତୁ ନାହିଁ । ପ୍ରବାସୀଙ୍କ ତାଲିକା ଘୋଷଣା କରନ୍ତୁ । ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି, ଯଦି ଆପଣ ପଦକ୍ଷେପ ନେବାକୁ ଅସମର୍ଥ ତେବେ ମୋତେ କୁହନ୍ତୁ, ମୁଁ ଫେରାଇ ଆଣିବା ପାଇଁ ଆବଶ୍ୟକ କରୁଥିବା ଟ୍ରେନର ବ୍ୟବସ୍ଥା କରିବି ବୋଲି କହିଛନ୍ତି ।

ରାଜ୍ୟ କଂଗ୍ରେସ ମୁଖ୍ୟ ସୋମନ୍ ମିତ୍ର କହିଛନ୍ତି କେନ୍ଦ୍ର ସରକାର କେବଳ ଆଠଟି ଟ୍ରେନ୍ ମାଗିଛନ୍ତି, କିନ୍ତୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଅଟକି ରହିଛନ୍ତି । ମିତ୍ର କହିଛନ୍ତି ଯେଉଁମାନେ ଫେରୁଛନ୍ତି ସେମାନଙ୍କ ପାଇଁ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ସୁବିଧା ଯାଞ୍ଚ କରାଯିବା ଉଚିତ ଏବଂ ଭବିଷ୍ୟତରେ ଜୀବିକା ନିର୍ବାହକୁ ରାଜ୍ୟ ସରକାର ସହାନୁଭୂତି ସହ ବିଚାର କରିବା ଉଚିତ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.