ETV Bharat / bharat

ପଶ୍ଚିମବଙ୍ଗ ହିଂସା: ଦିନକ ପୂର୍ବରୁ ପ୍ରଚାର ବନ୍ଦ, ହଟିଲେ ମୁଖ୍ୟ ଓ ଗୃହ ସଚିବ

author img

By

Published : May 15, 2019, 8:54 PM IST

ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗ ସ୍ଥିତି ବିଗିଡିବାରେ ଲାଗିଛି । ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟରେ ନିର୍ବାଚନ ପ୍ରଚାର ସମୟ ସୀମାର 20 ଘଣ୍ଟା ପୂର୍ବରୁ ହିଁ ପ୍ରଚାର ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ମିଳିଛି । ମୁଖ୍ୟ ସଚିବ ଏବଂ ଗୃହ ସଚିବଙ୍କୁ ଛୁଟିରେ ପଠାଇ ଦେଇଛନ୍ତି ନିର୍ବାଚନ ଆୟୋଗ ।

ଫାଇଲ ଫଟୋ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ପରେ ଶକ୍ତ ହୋଇଛନ୍ତି ନିର୍ବାଚନ ଆୟୋଗ । ରାଜ୍ୟର ମୁଖ୍ୟ ସଚିବ ଏବଂ ଗୃହ ସଚିବଙ୍କୁ ଛୁଟିରେ ପଠାଇ ଦେଇଛନ୍ତି କମିଶନ । ପଶ୍ଚିମବଙ୍ଗର ଏଡିଜି ସିଆଇଡି ରାଜୀବ ସିଂହଙ୍କୁ ଗୃହ ମନ୍ତ୍ରାଳୟ ପଠାଯାଇଛି । ଏହା ସହିତ ଇତିହାସରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟ ସୀମାର 20 ଘଣ୍ଟା ପୂର୍ବରୁ ହିଁ ପ୍ରଚାର ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ମିଳିଛି । ଅର୍ଥାତ୍‌ ଶୁକ୍ରବାର ସନ୍ଧ୍ୟା 6 ଟା ପରିବର୍ତ୍ତେ ଗୁରୁବାର ରାତି 10 ଟାରେ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଉପରେ ରୋକ ଲାଗିଛି ।

ec
ଫଟୋ ସୌଜନ୍ଯ: ଏଏନଆଇ

ରାଜ୍ୟରେ ଚାଲିଥିବା ରାଜନୈତିକ ହଂସାକୁ ଆଖିରେ ରଖି ଆୟୋଗ ଧାରା 324ର ବ୍ୟବହାର କରି ଏଭଳି କରିଛନ୍ତି । ଏହା ବ୍ୟତିତ ସୋସିଆଲ ମିଡିଆରେ କୌଣସି ନିର୍ବାଚନୀ ସମ୍ବନ୍ଧୀୟ ଭିଡିଓ ଅପଲୋଡ କରିବା ଉପରେ ମଧ୍ୟ ଆୟୋଗ ପ୍ରତିବନ୍ଧକ ଲଗାଇଛନ୍ତି ।

ରାଜ୍ୟରେ 19 ମେ’ ରେ ଦମଦମ, ବାରାସାତ, ବସୀରହାଟ, ଜୟନଗର, ମଥୁରାପୁର, ଯାଧବପୁର, ଡାଇମଣ୍ଡ ହାର୍ବର, ଦକ୍ଷିଣ ଏବଂ ଉତ୍ତର କୋଲକାତାର ଆସନରେ ମତଦାନ ହେବ । କିନ୍ତୁ ରାଜ୍ୟାରେ କୌଣସି ରାଜନୈତିକ ଦଳ କାଲି ରାତି 10 ଟା ପରଠାରୁ କୌଣସି ପ୍ରକାର ରାଲି କରିପାରିବେ ନାହିଁ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.