ETV Bharat / bharat

କୋରୋନା ପ୍ରଭାବ, 4 ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକ୍ରି କଲେ ବାପାମା’

author img

By

Published : Oct 9, 2020, 3:57 PM IST

ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲା ପରେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ । ମେଦିନାପୁର ଜିଲ୍ଲା ହରିଜନ ପାଲୀ ଅଞ୍ଚଳରେ ଜଣେ ବାପାମା’ ଅର୍ଥ ଅଭାବରୁ ନିଜ 8 ମାସର ଶିଶୁକୁ 4ହଜାର ଟଙ୍କାରେ ବିକ୍ରି କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

4000 ଟଙ୍କାରେ ଶିଶୁ କନ୍ୟାକୁ ବିକ୍ରି କଲେ ପିତାମାତା

କୋଲକାତା: କୋରୋନା ମହାମାରୀ ସମସ୍ତଙ୍କ ଜୀବନରେ କିଛି ନା କିଛି ପ୍ରଭାବ ନିଶ୍ଚିତ ପକାଇଛି । ବିଶେଷ କରି କୋରୋନା କାରଣରୁ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ବହୁ ଗରିବ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲା ପରେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ ।

ମେଦିନାପୁର ଜିଲ୍ଲା ହରିଜନ ପାଲୀ ଅଞ୍ଚଳରେ ଜନୈକ ପିତାମାତା ଆର୍ଥିକ ଅଭାବରୁ ନିଜ 8 ମାସର ଶିଶୁକୁ 4000 ଟଙ୍କାରେ ବିକ୍ରି କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କୋରୋନା କାରଣରୁ ଗତ ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା ଲକଡାଉନ କାରଣରୁ ଗରିବ ପିତାମାତା ନିଜ ପେଟ ପୋଷିବା ତ ଦୂରର କଥା ଶିଶୁଟିକୁ ମଧ୍ୟ ଖାଇବା ଦେବାକୁ ଅସମର୍ଥ ହୋଇଥିଲେ ।

ଶେଷରେ ସେମାନେ ନିଜ 8 ମାସର ଶିଶୁ କନ୍ୟାକୁ 4000 ଟଙ୍କାରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ । ଏହି ଖବର ପାଇ ଶିଶୁଟିର ମାମୁଁ 4000 ଟଙ୍କା ଯୋଗାଡ କରି ଗୁରୁବାର ଉକ୍ତ ବ୍ୟକ୍ତିଙ୍କ ଠାରୁ ଶିଶୁକୁ ଘରକୁ ଫେରାଇ ଆଣିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.