ETV Bharat / bharat

ଶପଥ ନେବେ ମୋଦି, ଧାରଣା ଦେବେ ଦିଦି - municipality

ନିର୍ବାଚନ ପରେ ଆହୁରି ତୀବ୍ରତର ହେଉଛି ମୋଦି-ମମତା ଲଢେଇ । ମୋଦିଙ୍କ ଶପଥ ଦିନରେ ମମତାଙ୍କ ଧାରଣା ।

ଡିଜାଇନ ଫଟୋ
author img

By

Published : May 30, 2019, 9:04 AM IST

Updated : May 30, 2019, 9:14 AM IST

ନୂଆଦିଲ୍ଲୀ: ଏଠି ଶପଥ, ସେଠି ଧାରଣା । ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି । ଆଉ ସମାନ ଦିନରେ ନୌହାଟୀ ନଗରପାଳିକାରେ ଧାରଣାରେ ବସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ସମୟରେ ହିଂସା ଯୋଗୁଁ ରାଜରାସ୍ତାକୁ ଓହ୍ଲାଇଥିବା ଟିଏମସି କାର୍ଯ୍ୟକର୍ତ୍ତାଙ୍କ ସମର୍ଥନରେ ଧାରଣା ଦେବେ ଦିଦି ।

ମେ 30 । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ । ହେଲେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଧାରଣା । ଯେଉଁଠୁ ଟିଏମସିର ବହୁ କାଉନସିଲର ବିଜେପିକୁ ଡିଆଁ ମାରିଲେ, ସେଠି ହିଁ ଧାରଣାରେ ବସିବେ ମମତା । ମଙ୍ଗଳବାର ଦଳର ଦୁଇ ବିଧାୟକ, ବିଭିନ୍ନ ପୌର ପରିଷଦରୁ ବହୁ କାଉନସିଲର ଏବଂ ସିପିଆଇଏମର ଜଣେ ବିଧାୟକ ପଦ୍ମ ଧରିଥିଲେ । ଟିଏମସିକୁ ଲାଗିଥିଲା ବଡ ଝଟକା । ଲୋକସଭା ନିର୍ବାଚନରେ ମଧ୍ୟ ପଶ୍ଚିମବଙ୍ଗରୁ 18 ଆସନ ନେବାରେ ସଫଳ ହୋଇଛି ବିଜେପି । ଆଉ ଆଜି ନିର୍ବାଚନ ହିଂସା କାରଣ ଦର୍ଶାଇ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ସମର୍ଥନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଏପ୍ରକାର ନିଷ୍ପତ୍ତି ।

ମୋଦିଙ୍କୁ ବହୁମତ ମିଳିବା ପରେ କ’ଣ ରହିବ ଦିଦିଙ୍କ ଆଭିମୁଖ୍ୟ ? ସମ୍ପର୍କରେ ଆସିବ କି ସୁଧାର ? ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମାନିବାକୁ ନାରାଜ ରହୁଥିବା ମମତା ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ହଁ ମାରିଥିଲେ, ଏଭଳି କିଛି ପ୍ରଶ୍ନ ଉଙ୍କି ମାରିଥିଲା । ଉଭୟ ବିଜେପି-ଟିଏମସି ଭିତରେ ଏଥର ସମ୍ପର୍କ ଆଗ ଅପେକ୍ଷା ସୁଧାର ଆସିପାରେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ବର୍ତ୍ତମାନର ସ୍ଥିତି କିଛି ଅଲଗା କହୁଛି ।

ହଠାତ ନିଜ ନିଷ୍ପତ୍ତି ବଦଳାଇଦେଲେ ଦିଦି । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ସଫା ସଫା ମନା କଲେ ମମତା । ତାଙ୍କ କହିବା କଥା ହେଲା, ରାଜନୈତିକ ହିଂସା ଯୋଗୁଁ ପଶ୍ଚିମବଙ୍ଗରେ 54 ଲୋକଙ୍କ ମୃତ୍ୟୁ ହୋଇଥିବା ବିଜେପି ଅପପ୍ରଚାର କରୁଛି । କିନ୍ତୁ ଏହା ମିଛ । ପାରିବାରିକ ଏବଂ ବ୍ୟକ୍ତିଗତ ମାମଲାରେ ମୃତ୍ୟୁ ଘଟଣାକୁ ବିଜେପି ରାଜନୈତିକ ରଙ୍ଗ ଦେଉଛି । ତେଣୁ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ନାହିଁ ବୋଲି ମମତା ଦର୍ଶାଇଛନ୍ତି । ତେବେ ବର୍ତ୍ତମାନର ସ୍ଥିତି କହୁଛି, ମୋଦି-ଦିଦି ଲଢେଇ ଆଗକୁ ଆହୁରି ତୀବ୍ରତର ହେବ ।

Intro:Body:

fsds

Conclusion:
Last Updated : May 30, 2019, 9:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.