ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏହି ବୈଠକରେ ଜାତୀୟ ନାଗରିକ ପଞ୍ଜୀକରଣ ବା ଏନଆରସିରୁ ବାଦ ପଡିଥିବା ଲୋକମାନଙ୍କୁ ତାଲିକା ସ୍ଥାନିତ କରିବାକୁ ମମତା ଗୃହମନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।
ମମତା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଯେଉଁଥିରେ 19ଲକ୍ଷ ଲୋକ ହିନ୍ଦୀ, ବଙ୍ଗଳା ଓ ଆସାମ ଭାଷାଭାଷୀ ଲୋକ ଏନଆରସିରୁ ବାଦ ପଡିଥିବା କହିଛନ୍ତି । ଏହାକୁ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି ।