ETV Bharat / bharat

ଦିଲ୍ଲୀ ହିଂସାକୁ ମମତାଙ୍କ ନିନ୍ଦା

author img

By

Published : Feb 25, 2020, 8:36 PM IST

ଦିଲ୍ଲୀରେ ହେଉଥିବା ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନ ଏବେ ହିଂସାତ୍ମକ ଆନ୍ଦୋଳନ ସାଜିଛି । ଏପରି ହିଂସାତ୍ମକ କାର୍ଯ୍ୟ ଭାରତରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

west-bengal-chief-minister
west-bengal-chief-minister

କୋଲକାତା: ରାଜଧାନୀ ଦିଲ୍ଲୀରେ ଜାରି ରହିଥିବା ଆନ୍ଦୋଳନକୁ ତୀବ୍ର ନିନ୍ଦା କରିଛନ୍ତି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଆମ ଦେଶରେ ହିଂସାର କୌଣସି ସ୍ଥାନ ନାହିଁ । ଦିଲ୍ଲୀରେ ଏସବୁ କ’ଣ ପାଇଁ ଏବଂ କେଉଁ ପରିସ୍ଥିତିରେ ଘଟୁଛି ତାହାର ଦୃଢ ତଦନ୍ତ ଆବଶ୍ୟକ ।

ଏପରି ଉଗ୍ର ଆନ୍ଦୋଳନକୁ ମୁଁ ଦେଖୁଛି ଏବଂ ତାହାକୁ ଦୃଢ ନିନ୍ଦା କରୁଛି । ଆମ ଦେଶର ଲୋକ ଶାନ୍ତି ଚାହାଁନ୍ତି । ଶାନ୍ତି ପ୍ରିୟ ଦେଶ ହିସାବରେ ଏପରି ଅରାଜକତା ସୃଷ୍ଟି କରିବା ଉଚିତ ନୁହେଁ ବୋଲି କହିଛନ୍ତି ମମତା ବାନାର୍ଜୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.