ETV Bharat / bharat

ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷଙ୍କ କାରକୁ ପଥର ମାଡ

author img

By

Published : Nov 25, 2020, 9:57 PM IST

Updated : Nov 25, 2020, 10:08 PM IST

ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ଗାଡିକୁ ପଥର ମାଡ ହୋଇଥିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍କ ବିଜେପି ସଭାପତି ଦିଲୀପ ଘୋଷଙ୍କ କାର ଉପରେ ପଥର ମାଡ

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ଗାଡିକୁ ଆକ୍ରମଣ । ପଶ୍ଚିମବଙ୍ଗ ରାଜ୍ୟ ସଭାପତିଙ୍କ ଗାଡି ଉପରକୁ ପଥର ମାଡ ହୋଇଥିବା ନେଇ ସୂଚନା ମିଳିଛି । ଦିଲୀପଙ୍କ କାରକେଡ୍‌ରେ ପୋଲିସ ଭ୍ୟାନ ମଧ୍ୟ ରହିଥିଲା ।

ଦିଲୀପ ଘୋଷ ତୃଣମୂଳ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। 15 ଦିନ ମଧ୍ୟରେ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତିଙ୍କ ଗାଡି ଉପରେ ଏହା ହେଉଛି ଦ୍ବିତୀୟ ଆକ୍ରମଣ।

ବିଜେପି ରାଜ୍ୟ ସଭାପତି ଟ୍ବିଟ କରି କହିଛନ୍ତି ଯେ ଟିଏମସି ଗୁଣ୍ଡାମାନେ କଳା ପତାକା ଦେଖାଇ କାରକୁ ପଥର ଫିଙ୍ଗିଥିଲେ। ବିଜେପି ନେତା ଆହୁରି କହିଛନ୍ତି ଯେ ନିରାଶ ହୋଇଥିବା ଟିଏମସି ବର୍ତ୍ତମାନ ଶେଷ ଉପାୟ ଭାବରେ ରାଜନୈତିକ ଆତଙ୍କବାଦ ସୃଷ୍ଟି ଚେଷ୍ଟା କରୁଛି ।

ଅନ୍ୟପକ୍ଷେ ପଶ୍ଚିମବଙ୍ଗ ବିଜେପି ଦାୟିତ୍ବରେ ଥିବା କୈଳାସ ବିଜୟବର୍ଗିୟ ମଧ୍ୟ ଏହି ପ୍ରସଙ୍ଗରେ ଟ୍ବିଟ କରିଛନ୍ତି। ସେ କହିଛନ୍ତି ଯେ ମୁର୍ଶିଦାବାଦରେ ମୋ କାରକୁ କିଛି ଅସାମାଜିକ ଲୋକେ ଘେରି ନେଇଥିଲେ । ତେବେ ଆଜି ଦିଲୀପ ଘୋଷଙ୍କ କାର ଉପରେ ଆକ୍ରମଣ କରାଯାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କ କାର ପଛରେ ଜିଲ୍ଲାରୁ ଏସପିଙ୍କ କାର ଥିଲା।

ଏହାପୂର୍ବରୁ ବୁଧବାର ରାଜ୍ୟର ବୀରଭୂମ ଜିଲ୍ଲାର ସୁରୀ ଠାରେ ଦିଲୀପ ଘୋଷଙ୍କ ଏକ ରାଲିରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ କିଛି ଗାଡି ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ବୋଲପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ସିମୁଲିଆରେ ଏହି ଘଟଣା ଘଟିଥିଲା। ଏହି ଆକ୍ରମଣରେ ଏକ ଗାଡି ଏବଂ କିଛି ବାଇକ୍ ଭଙ୍ଗାରୁଜା କରାଯାଇଥିଲା।

Last Updated : Nov 25, 2020, 10:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.