ETV Bharat / bharat

24 ପ୍ରଗଣା ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଗାଡି ଉପରକୁ ଆକ୍ରମଣ

author img

By

Published : Jul 6, 2020, 9:08 AM IST

ପଶ୍ଚିମବଙ୍ଗ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଗାଡି ଉପରକୁ ଦୁର୍ବୃତ୍ତଙ୍କ ଆକ୍ରମଣ। ଉତ୍ତର 24 ପ୍ରଗଣାର ହଲିସାହର ଅଞ୍ଚଳରେ ରବିବାର ସନ୍ଧ୍ୟାରେ କେହି ସାଂସଦଙ୍କ ଗାଡିକୁ ଆକ୍ରମଣ କରିଛନ୍ତି।

24 ପ୍ରଗଣା ବିଜେପି ସାଂସଦଙ୍କ ଗାଡି ଉପରକୁ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଗାଡି ଉପରକୁ ଦୁର୍ବୃତ୍ତଙ୍କ ଆକ୍ରମଣ। ଉତ୍ତର 24 ପ୍ରଗଣାର ହଲିସାହର ଅଞ୍ଚଳରେ ରବିବାର ସନ୍ଧ୍ୟାରେ କେହି ସାଂସଦଙ୍କ ଗାଡିକୁ ଆକ୍ରମଣ କରିଛନ୍ତି।

ତେବେ ଭାଗ୍ୟବଶତଃ ଘଟଣା ସମୟରେ ପଶ୍ଚିମବଙ୍ଗ ବିଜେପିର ଉପାଧ୍ୟକ୍ଷ ଅର୍ଜୁନ ଉକ୍ତ କାର ଭିତରେ ନଥିବାରୁ ବଞ୍ଚିଯାଇଥିବା ବେଳେ ଆହତ ହୋଇ ନାହାଁନ୍ତି। ହଲିସାହରରେ ଟିଏମସି କ୍ୟାଡରଙ୍କ ଦ୍ୱାରା ଏହି ଆକ୍ରମଣ ହୋଇଥିବା ବିଜେପି ଅଭିଯୋଗ କରିଛି।

ଆକ୍ରମଣର କିଛି ସମୟ ପରେ ଅର୍ଜୁନ ସିଂ ଟ୍ୱିଟରକୁ ଯାଇ ହିନ୍ଦୀରେ ଲେଖିଥିଲେ "ସ୍ଥାନ ଏବଂ ସମୟ କୁହ, ଏବଂ ମୁଁ ଆସିବି। ପୁଣି ଥରେ ପୋଲିସକୁ ହାତ କରି ମୋ କାର ଉପରେ ଆକ୍ରମଣ କରାଗଲା। ହେଲେ ଏହା ହାସ୍ୟାସ୍ପଦ। ଆକ୍ରମଣ କରିବା ପୂର୍ବରୁ ମଧ୍ୟ ଯାଞ୍ଚ କରିନଥିଲେ କି କେହି ଭିତରେ ଅଛନ୍ତି ନା ନାହିଁ। "

  • अंधेरे की आड़ में हमला किया तो क्या किया?

    जगह और समय बताओ, हम ऐसे ही आ जाएंगे।
    एक बार फिर पुलिस को कवच बनाकर मेरी गाड़ी पर कायराना हमला।

    हँसी तो इस बात की है कि हमला करने से पहले गाड़ी में देख तो लेते कि कोई उसमें था भी या नहीं। @BJP4Bengal @KailashOnline @blsanthosh pic.twitter.com/Zn7rVdgivg

    — Arjun Singh (@ArjunsinghWB) July 5, 2020 " class="align-text-top noRightClick twitterSection" data=" ">

ଏହି ଆକ୍ରମଣ ପରେ ଏକ ଟିଏମସି ପାର୍ଟି ଅଫିସ ମଧ୍ୟ କେହି ଦୃବୁର୍ତ୍ତ ନିଆଁ ଲଗାଇ ଦେଇଛନ୍ତି। ଟିଏମସି ଅଭିଯୋଗ କରିଛି ଯେ ଯେଉଁମାନେ ପାର୍ଟି ଅଫିସରେ ନିଆଁ ଲଗାଇ ଦେଇଛନ୍ତି ସେମାନେ ଅର୍ଜୁନ ସିଂଙ୍କ ଲୋକ ଏବଂ ଏହା ସେମାନଙ୍କ ପ୍ରତିବାଦର ଏକ ଅଂଶ ଥିଲା ।

ଏହାପୂର୍ବରୁ ଜୁଲାଇ ୨ ରେ କୋଲକାତାର ନ୍ୟୁଟାଉନରେ ବିଜେପି ସାଂସଦ ଦିଲୀପ ଘୋଷଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଘୋଷ 'ଚାଇ ପେ ଚାର୍ଚା' ଇଭେଣ୍ଟ ଉପରେ ଏକ ଆଲୋଚନା ଆୟୋଜନ କରିବାକୁ ଯାଉଥିଲେ ଏବଂ ତାଙ୍କ ଦଳର କିଛି ସମର୍ଥକଙ୍କ ସହ ଥିଲେ। ଅଭିଯୋଗ ହୋଇଛି ଯେ କିଛି ତୃଣମୂଳ କାର୍ଯ୍ୟକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.