ETV Bharat / bharat

‘ରାଜ୍ୟରେ ନାହିଁ କୋରୋନାର ଚିହ୍ନ, ରାଜନୀତି ପାଇଁ ଲକଡାଉନ ଜାରି ରଖିଛନ୍ତି ଦିଦି’ - ମମତାଙ୍କୁ ଦିଲିପଙ୍କ ଟାର୍ଗେଟଟ

ସବୁବେଳେ ନିଜ ବୟାନବାଜି ପାଇଁ ଚର୍ଚ୍ଚାରେ ରହୁଥିବା ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲିପ ଘୋଷ ଏବେ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକୁ ଟାର୍ଗେଟ । ଏନେଇ ସେ ପୁଣି ଦେଇଛନ୍ତି ଏକ ଏପରି ବୟାନ ଯାହା ତାଙ୍କୁ ପୁଣି ଚର୍ଚ୍ଚାର ପରିସରକୁ ଟାଣିଛି ।

west bengal bjp, west bengla bjp chief dilip ghosh, dilip targets mamata, mamata banerjee, ପଶ୍ଚିମବଙ୍ଗ ବିଜେପି, ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲିପ ଘୋଷ, ମମତାଙ୍କୁ ଦିଲିପଙ୍କ ଟାର୍ଗେଟଟ, ମମତା ବାନାର୍ଜୀ
‘ରାଜ୍ୟରେ ନାହିଁ କୋରୋନାର ଚିହ୍ନ, ରାଜନୀତି ପାଇଁ ଲକଡାଉନ ଜାରି ରଖିଛନ୍ତି ଦିଦି’
author img

By

Published : Sep 11, 2020, 3:00 PM IST

କୋଲକାତା: ସବୁବେଳେ ନିଜ ବୟାନବାଜି ପାଇଁ ଚର୍ଚ୍ଚାରେ ରହୁଥିବା ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲିପ ଘୋଷ ଏବେ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକୁ ଟାର୍ଗେଟ । ଏନେଇ ସେ ପୁଣି ଦେଇଛନ୍ତି ଏକ ଏପରି ବୟାନ ଯାହା ତାଙ୍କୁ ପୁଣି ଚର୍ଚ୍ଚାର ପରିସରକୁ ଟାଣିଛି । ବୁଧବାର ଧନ୍ୟଖଲି ଜିଲ୍ଲାରେ ଆୟୋଜିତ ଏକ ରାଲିରେ ସେ ବୟାନ ଦେଇ କହିଛନ୍ତି କି ରାଜ୍ୟରେ କୋରୋନା ସଂକ୍ରମଣରେ ପୂର୍ଣ୍ଣଚ୍ଛେଦ ପଡି ସାରିଛି । କେବଳ ସେତିକି ନୁହେଁ, ସେ ଏହା ବି କହିଛନ୍ତି କି ବର୍ତ୍ତମାନ କେବଳ ରାଜନୀତି କରିବା ପାଇଁ ଦିଦି ଏପରି ଲକଡାଉନ ଜାରି ରଖିଛନ୍ତି । ଯାହାର ବର୍ତ୍ତମାନ ସମୟରେ କୌଣସି ଆବଶ୍ୟକତା ନାହିଁ ।

west bengal bjp, west bengla bjp chief dilip ghosh, dilip targets mamata, mamata banerjee, ପଶ୍ଚିମବଙ୍ଗ ବିଜେପି, ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲିପ ଘୋଷ, ମମତାଙ୍କୁ ଦିଲିପଙ୍କ ଟାର୍ଗେଟଟ, ମମତା ବାନାର୍ଜୀ
ଫଟୋ ସୌଜନ୍ୟ: Twitter @DilipGhoshBJP

ଏହି ବୟାନକୁ ଅଧିକ ବିସ୍ତୃତ ଭାବେ ବର୍ଣ୍ଣନା କରି ସେ କହିଛନ୍ତି କି ରାଜ୍ୟରେ ବର୍ତ୍ତମାନ କୋରୋନା ସଂକ୍ରମଣ ନିୟନ୍ତ୍ରଣାଧିନ ରହିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ବର୍ତ୍ତମାନ କୋରୋନା ସଂକ୍ରମଣ ପଶ୍ଚିମବଙ୍ଗରେ ଶେଷ ହୋଇଛି । କିନ୍ତୁ ଏହି ସମୟରେ ରାଜ୍ୟରେ ଯେପରି ବିଜେପି କୌଣସି ସଭା ସମିତି କିମ୍ବା ରାଲିର ଆୟୋଜନ ନ କରିବ, ସେଥିପାଇଁ ଖାସ କରି ଲକଡାଉନ ପରିସ୍ଥିତିକୁ ଜାରି ରଖିଛନ୍ତି ଦିଦି । ରାଜ୍ୟରେ ବିଜେପି ପ୍ରତି ଜନତାଙ୍କ ସମର୍ଥନ ଦେଖି ଦିଦି ଅଣନିଶ୍ବାସ ଅନୁଭବ କରୁଛନ୍ତି ।

ଜନତାଙ୍କୁ ରାଲିରେ ସମ୍ବୋଧନ କରି ସେ ଏହା ବି କହିଛନ୍ତି କି ବିଜେପି ଯେଉଁଠି ବି ଯାଏ, ସେଠାରେ ରାଲିରେ ପରିଣତ ହୋଇଯାଏ । ଚାହୁଁ ତାହୁଁ ଜନସମୂଦ୍ର ସୃଷ୍ଟି ହୋଇଯାଏ । ଯାହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହି ପାରୁନାହାନ୍ତି । ତେଣୁ ବିନା କାରଣରେ ଲକଡାଉନ ଜାରି ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.