ETV Bharat / bharat

କୋରୋନାରେ ସ୍କୁଲ ବନ୍ଦ, ଶ୍ରେଣୀଗୃହରେ 2ଟି ନାଗ ଓ 30ଟି ଅଣ୍ଡା - 2 cobras found in classroom

ପଶ୍ଚିମବଙ୍ଗର ଜାଲପାଇଗୁରି ଜିଲ୍ଲାର ଏକ ବିଦ୍ୟାଳୟ ଶ୍ରେଣୀଗୃହରେ ଦୁଇଟି ନାଗ ସାପ ମିଳିଥିବା ସହ 30 ଟି ସାପ ଅଣ୍ଡା ମଧ୍ୟ ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶ୍ରେଣୀଗୃହରେ 2ଟି ନାଗ ଓ 30ଟି ଅଣ୍ଡା
ଶ୍ରେଣୀଗୃହରେ 2ଟି ନାଗ ଓ 30ଟି ଅଣ୍ଡା
author img

By

Published : Jul 28, 2020, 6:28 PM IST

କୋଲକାତା: ପଶ୍ଚିମବଙ୍ଗର ଜାଲପାଇଗୁରି ଜିଲ୍ଲାର ଏକ ବିଦ୍ୟାଳୟ ଶ୍ରେଣୀଗୃହରେ ଦୁଇଟି ନାଗ ସାପ ମିଳିଥିବା ଅଧିକାରୀମାନେ ସୋମବାର କହିଛନ୍ତି। କୋରୋନା ଯୋଗୁଁ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ଥିବାରୁ ସାପ ନିଜର ବଂଶ ବିସ୍ତାର କରିବା ଆରମ୍ଭ କଲେଣି । ଏଠାରେ 2ଟି ନାଗ ସାପ ସହ 30 ଟି ସାପ ଅଣ୍ଡା ମଧ୍ୟ ମିଳିଛି । ଯାହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି ।

ସୂଚନା ଅନୁସାରେ ରବିବାର ଧୁପଗୁରୀରେ ବିଦ୍ୟାଳୟର ଖେଳ ପଡ଼ିଆରେ ଖେଳିବାକୁ ଆସିଥିବା ପିଲାମାନେ ଏହି ନାଗସାପଙ୍କୁ ଦେଖିଥିଲେ ଏବଂ ସେମାନେ ତୁରନ୍ତ ଅଭିଭାବକଙ୍କୁ ଜଣାଇଥିଲେ ।

COVID-19 ମହାମାରୀ ଯୋଗୁଁ ମାର୍ଚ୍ଚ 16 ତାରିଖରୁ ସ୍କୁଲ ବନ୍ଦ ଥିବାରୁ ବିଷାକ୍ତ ସାପଗୁଡ଼ିକ ବନ୍ଦ ପଡିରହିଥିବା ଶ୍ରେଣୀଗୃହରେ ପ୍ରବେଶ କରିଥିବା ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ସ୍ଥାନୀୟ ପରିବେଶ ଏନଜିଓ ପ୍ରକୃତି ଏବଂ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନର ସଦସ୍ୟ ଘଟଣାସ୍ଥଳକୁ ଆସି ଦୁଇଟି ନାଗ ସାପଙ୍କୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ ବୋଲି ସୂତ୍ରରୁ ପ୍ରକାଶ ।

ଏହି ସାପମାନଙ୍କୁ ସ୍ଥାନୀୟ ଜଙ୍ଗଲ ବିଭାଗ ଉଦ୍ଧାର କେନ୍ଦ୍ରକୁ ନିଆଯାଇଥିଲା ଏବଂ ପରେ ଜଙ୍ଗଲରେ ଛାଡି ଦିଆଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.