ETV Bharat / bharat

ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ସ୍ବାସ୍ଥ୍ଯ ହିଁ ସମ୍ପଦ । ତେଣୁ ଏଥିପ୍ରତି ଅବହେଳା ନକରି ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ଆଉ ସୁସ୍ଥ ରୁହନ୍ତୁ ।

author img

By

Published : Jul 1, 2019, 7:37 PM IST

ପ୍ରତିକାତ୍ମକ ଫଟୋ

ଫିଟ ରହିବା ପାଇଁ ସବୁଠୁ ଜରୁରୀ ହେଉଛି ନିଜ ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆଣିବା । କିନ୍ତୁ ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ନିଜର ଧ୍ୟାନ ଭଲଭାବେ ରଖିବା ସମ୍ଭବ କଥା ନୁହେଁ । ଯଦି ଏଥିପାଇଁ ଆପଣ ନିଜ ଶରୀର ପ୍ରତି ଅବହେଳା କରନ୍ତି ତେବେ ଆପଣଙ୍କ ସ୍ଥ୍ବାସ୍ଥ୍ୟ ଆହୁରି ଖରାପ ହୋଇଯିବ । ତେବେ ଏପରି କିଛି ରୁଟିନ ଆପଣାନ୍ତୁ ଯେଉଁଥିରେ ଆପଣଙ୍କ ଦୈନନ୍ଦିନ ଜୀବନ ସ୍ବାସ୍ଥ୍ୟକର ହେବ ।

ଯଦି ଆପଣ ସକାଳୁ ଡେରିରେ ଉଠିବାର ଅଭ୍ୟାସ ରଖିଛନ୍ତି ତେବେ ଏହାକୁ ତୁରନ୍ତ ବଦଳାନ୍ତୁ । ସକାଳୁ ଶିଘ୍ର ଉଠିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ବାରା ପୁରା ଦିନ ଆପଣ ଫ୍ରେସ ଅନୁଭବ କରିବେ । ଆଉ ଶିଘ୍ର ଉଠିବା ଦ୍ବାରା ଆପଣଙ୍କ ସମସ୍ତ କାର୍ଯ୍ୟ ଅତି ସହଜରେ ହୋଇଯିବ ।

ଏହାବ୍ୟତୀତ ସକାଳୁ ଉଠିଲେ ସୂର୍ଯ୍ୟକିରଣର ମଜା ନେଇପାରିବେ । କାରଣ ଏହା ଦ୍ବାରା ଆପଣଙ୍କ ଶରୀରକୁ ଭିଟାମିନ ଡି ମିଳିଥାଏ । ଆଉ ଏହି ଭିଟାମିନ-ଡି ଅସ୍ଥିକୁ ମଜଭୁତ କରିଥାଏ । ତେଣୁ ସକାଳୁ ଉଠି କିଛି ସମୟ ପାଇଁ ସୂର୍ଯ୍ୟଙ୍କ କିରଣରେ ବସନ୍ତୁ ।

ତେବେ ଦିନ ସାରା ଭିତରେ ଆମ ଶରୀର ପାଇଁ ସକାଳର ଖାଦ୍ୟ ଅତି ଗୁରୁତ୍ବପୂର୍ଣ୍ଣ ଅଟେ । ତେଣୁ ପ୍ରୋଟିନ ଓ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହା ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇବା ସହ ଆପଣଙ୍କୁ ବହୁ ସମୟ ଧରି ଭୋକ ଲାଗିନଥାଏ । ଖାଦ୍ୟ ସହ ଦିନ ସାରା ପ୍ରଚୁର ପାଣି ପିଅନ୍ତୁ କାରଣ ପାଣି ହିଁ ଶରୀରର ସମସ୍ତ ରୋଗକୁ ଦୂର କରିଥାଏ । ତେଣୁ ଦିନ ଯାକ ଅତିକମରେ 7ରୁ 8 ଲିଟର ପାଣି ପିଇବା ଦରକାର ।

ଏହାବ୍ୟତୀତ ପ୍ରତ୍ୟକ ଦିନ ଆପଣ ଅତିକମରୁ 30 ମିନିଟ ଏକ୍ସସାଇଜ କରନ୍ତୁ ଏହା ଦ୍ବାରା ଆପଣଙ୍କ ଶରୀରକୁ ଏନର୍ଜି ମିଳିବା ସହ ଥକ୍କା ଲାଗିନଥାଏ । ଏହା ଆପଣଙ୍କୁ ଅନେକ ରୋଗ ଠାରୁ ଦୂରେଇ ରଖିଥାଏ । ତେବେ ଫିଟ ରହିବା ପାଇଁ ସବୁଠୁ ଜରୁରୀ ମନ୍ତ୍ର ହେଉଛି ରାତିରେ ଶିଘ୍ର ଶୋଇବା । ଏହା ଦ୍ବାରା ଆପଣଙ୍କ ନିଦ ପୁରା ହୋଇଥାଏ । ସକାଳୁ ଉଠିବାରେ ମଧ୍ୟ କଷ୍ଟ ଅନୁଭବ ହୋଇନଥାଏ । ଏହାବ୍ୟତୀତ ଆପଣଙ୍କ ମୁହଁରେ ଚମକ ମଧ୍ୟ ଆସିଥାଏ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.