ଚଣ୍ଡିଗଡ: ରେସଲର ବଜରଙ୍ଗ ପୁନିଆ ଏବଂ ସଙ୍ଗୀତା ଫୋଗାଟ ଉଭୟ ବିବାହ ପୂର୍ବରୁ ଜେରଦାର୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଉଭୟ ଆସନ୍ତା 25ରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ତେବେ ବିବାହକୁ ଖାସ୍ କରିବା ପାଇଁ ବିଭିନ୍ନ ଆକର୍ଷଣୀୟ ଉପାୟ ଅବଲମ୍ବନ କରିଛନ୍ତି ଦୁହେଁ । ବିବାହରେ ଉଭୟ 8 ଫେରା ନେବେ, ସାଧାରଣତଃ 7 ଫେରା ନିଆଯାଇଥାଏ । ଆଉ ଗୋଟିଏ ଫେରା 'ବେଟି ବଚାଓ ବେଟି ପଢାଓ' ନାଁରେ ନେବେ ବୋଲି କୁହାଯାଉଛି ।
ଦ୍ରୋଣାଚାର୍ଯ୍ୟ ଆଓ୍ବାର୍ଡ ମହାବୀର ଫୋଗାଟଙ୍କ ତୃତୀୟ କନ୍ୟା ସଙ୍ଗୀତା ଫୋଗାଟ୍ ବିଶ୍ବର ଏକନମ୍ବର ରେସଲର ବଜରଙ୍ଗ ପୁନିଆଙ୍କୁ ବିବାହ କରିବାକୁ ଯାଉଛନ୍ତି । ରେସଲର ବଜରଙ୍ଗ ପୁନିଆ ଏବଂ ସଙ୍ଗୀତା ଫୋଗାଟ ସେମାନଙ୍କ ବିବାହରେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବେ | ଏଥିପାଇଁ ଦୁହେଁ ଏକାଠି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିରେ ପରିବାର ମଧ୍ୟ ସେମାନଙ୍କ ସହ ଅଛନ୍ତି । ବଜରଙ୍ଗ ପୁନିଆ ଏବଂ ସଂଗୀତ ଫୋଗାଟ ମାତ୍ର ଏକ ଟଙ୍କା ପାଇଁ ବିବାହ କରିବେ। ବଜରଙ୍ଗ ଯୌତୁକ ନ ନେବାକୁ କହିଛନ୍ତି । ଏଥି ସହିତ ସେ ସାତ ବଦଳରେ ଆଠ ଫେରା ନେବେ। ଅଷ୍ଟମ ଫେରା 'ବେଟି ବଚାଓ ବେଟି ପଢାଓ' ନାମରେ ରହିବ |
ଏହି ବିବାହ ସମାରୋହ ବଲାଲି ଗାଁରେ ଅନୁଷ୍ଠିତ ହେବ | ବିବାହରେ ବଜରଙ୍ଗ, ସଙ୍ଗୀତା ଫୋଗାଟଙ୍କୁ ବିବାହ କରିବା ପାଇଁ 20 ଜଣ ବରଯାତ୍ରୀଙ୍କ ସହ ପହଞ୍ଚିବେ | କେବଳ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହେବ।