ETV Bharat / bharat

ଅନ୍ତର୍ଦ୍ଦେଶୀୟ ପତ୍ରରେ ବାହାଘର କାର୍ଡ - ବାହାଘର କାର୍ଡ

ଚମୌଲିର ବିକାଶଖଣ୍ଡ ଘାଟି ସ୍ଥିତ ଫାଲି ଗାଁରେ ଅନ୍ତର୍ଦ୍ଦେଶୀୟ କାର୍ଡରେ ଛପାହେଲା ବାହାଘର କାର୍ଡ ।

uttarakhand
ଅନ୍ତର୍ଦ୍ଦେଶୀୟ ପତ୍ରରେ ବାହାଘର କାର୍ଡ
author img

By

Published : Mar 10, 2020, 3:53 PM IST

ଡେରାଡୁନ: ବର୍ତ୍ତମାନ ଡିଜିଟାଲ ଯୁଗରେ ଚିଠି ଦେବା ଯେମିତି ସମ୍ପୂର୍ଣ୍ଣ ଭାବେ ଏକ ପ୍ରକାର ଠପ ହୋଇଯାଇଛି । ତେବେ ଏହି ସମସ୍ୟାରେ ଉତ୍ତରାଖଣ୍ଡର ଚମୋଲିରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ତର୍ଦ୍ଦେଶୀୟ ପତ୍ରରେ ବାହାଘର କାର୍ଡ

ଅନ୍ୟପଟେ ଯୁବପିଢୀ ମାନେ ଏପରି ବାହାଘର କାର୍ଡ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । ଯେତେବେଳେ ସେମାନେ ଜାଣିବାକୁ ପାଉଛନ୍ତି ଯେ, ଏହା କୌଣସି ଏକ ସାଧାରଣ କାର୍ଡ ନୁହେଁ । ଏହା ପୂର୍ବରୁ ଫୋନ, ଇଣ୍ଟରନେଟ ଓ ଇମେଲ ପରି କାମ ଦେଉଥିଲା । ଏହି କାର୍ଡ ମାଧ୍ୟମରେ ଜଣେ ଆଉ ଜଣଙ୍କର କୁଶଳତା ବିଷୟରେ ଜାଣିପାରୁଥିଲା । ଏହା ଜାଣିବାପରେ ବେଶ ଖୁସି ହେଉଛନ୍ତି ଯୁବପୀଢି ।

ଚମୌଲିର ବିକାଶଖଣ୍ଡ ଘାଟି ସ୍ଥିତ ଫାଲି ଗାଁରେ ରହୁଥିବା ସୁନ୍ଦରମଣୀ ମୈନ୍ଦୋଲୀ ଭାରତୀୟ ସେନାରେ ନିୟୋଜିତ ତାଙ୍କ ପୁଅ ମନୀଷ ଙ୍କ ବାହାଘର କାର୍ଡ ଏହି ଅନ୍ତର୍ଦ୍ଦେଶୀୟ କାର୍ଡରେ ଛାପିଛନ୍ତି । ସେ ନିଜର ବନ୍ଧୁ ପରିବାର ବର୍ଗଙ୍କ ପାଇଁ 1500 ଅନ୍ତର୍ଦ୍ଦେଶୀୟ ପତ୍ରରେ ବାହାଘର କାର୍ଡ ଛାପିଛନ୍ତି ।

ସୁନ୍ଦର ମଣୀ କହିଛନ୍ତିଯେ, ତାଙ୍କ ବାପା ପୂର୍ବେ ସେନାରେ ନିୟୋଜିତ ଥିଲେ । ସେହି ସମୟରେ ବାର୍ତ୍ତା ପଠାଇବା ପାଇଁ କୌଣସି ସୁବିଧା ନଥିଲା । ଆଉ ଏହି ଅନ୍ତର୍ଦ୍ଦେଶୀୟ କାର୍ଡ ମାଧ୍ୟମରେ ସମସ୍ତ ଖବର ପଠଉଥିଲେ । ଯାହାକୁ ମନେ ରଖିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ଏଥିପାଇଁ ଚମୋଲୀର ଡାକ ଅଧିକ୍ଷକ ବହୁ ସାହାର୍ଯ୍ୟ କରିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.