ETV Bharat / bharat

ଓଡିଶା ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷିବ, ବଢୁଛି ଯମୁନା ଜଳସ୍ତର - weather update

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ କ୍ଷେତ୍ର ପାଇଁ ଏହାର ପ୍ରଭାବରେ ଅନେକ ରାଜ୍ୟରେ ବର୍ଷା ସହିତ ଆସନ୍ନ ବନ୍ୟା ଆଶଙ୍କା କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ଓ୍ବେଦର ଅପଡେଟ: ଓଡିଶା ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷିବ, ବଢୁଛି ଯମୁନା ଜଳସ୍ତର

author img

By

Published : Aug 25, 2020, 3:17 PM IST

ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ବନ୍ୟା ଆଶଙ୍କା ବୁଢୁଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି (ମଙ୍ଗଳବାର) ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଉତ୍ତର ବଙ୍ଗୋପସାଗରରେ ନିମ୍ନ ଚାପ ସୃଷ୍ଟି ହେତୁ 27 ଅଗଷ୍ଟ ସୁଦ୍ଧା ଓଡିଶାର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହା ସହିତ ପଶ୍ଚିମବଙ୍ଗ ଏବଂ ଗୁଜରାଟର କେତେକ ଅଞ୍ଚଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଚଳିତ ମାସରେ ବଙ୍ଗୋପସାଗରରେ ପଞ୍ଚମ ଥର ପାଇଁ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାପୂର୍ବରୁ ଅଗଷ୍ଟ 4, 9, 13 ଏବଂ 19 ରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା, ଯେଉଁ କାରଣରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା ଏବଂ ଗତ ସପ୍ତାହରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିଲା।

ପାଣିପାଗ ବିଭାଗ ଅନୁଯାୟୀ, ପୂର୍ବ ଏବଂ ପଶ୍ଚିମ ମିଦନାପୁର, ଦକ୍ଷିଣ 24 ପରଗନା, ଝାରଗ୍ରାମ, ହାୱଡା, ହୁଗଳି, ବାଙ୍କୁରା ଏବଂ ବିରଭୁମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମ ରାଜସ୍ଥାନ, ବିହାର, ଛତିଶଗଡ, ଝାଡଖଣ୍ଡ, ମଧ୍ୟ ମହାରାଷ୍ଟ୍ର, କୋଙ୍କଣ, ଗୋଆ, ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡୁରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।

ରାଜସ୍ଥାନର ଅନେକ ଅଞ୍ଚଳରେ ପ୍ରବଳ ମୌସୁମୀ ବର୍ଷା ରେକର୍ଡ କରାଯାଇଛି। ଏଥି ସହିତ ବିଭାଗ ପକ୍ଷରୁ ମଙ୍ଗଳବାର ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇ 'ରେଡ ଆଲର୍ଟ' ଜାରି କରିଛି। ପାଣିପାଗ ବିଭାଗ ଅନୁଯାୟୀ ପୂର୍ବ ରାଜସ୍ଥାନରେ ଏକ ନିମ୍ନ ଚାପ କ୍ଷେତ୍ର ରହିଛି, ଯାହା ବର୍ତ୍ତମାନ ପଶ୍ଚିମ ରାଜସ୍ଥାନ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି। ଏହାର ପ୍ରଭାବରେ ପୂର୍ବ ରାଜସ୍ଥାନରେ କମ ବର୍ଷା ହେବାକୁ ଥିବାବେଳେ, ରାଜସ୍ଥାନର ପଶ୍ଚିମ ଅଞ୍ଚଳରେ ଆଗାମୀ ତିନି ରୁ ଚାରି ଦିନ ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ହରିୟାଣାର ଯମୁନାନଗର ଜିଲ୍ଲାର ହଥିନିକୁଣ୍ଡ ବ୍ୟାରେଜରୁ 5800 କ୍ୟୁସେକରୁ ଅଧିକ ଜଳ ଛାଡିବା ପରେ ଦିଲ୍ଲୀର ଯମୁନା ଜଳ ସ୍ତର ବୃଦ୍ଧି ପାଇଛି। ସୋମବାର କପୁରାନେ ରେଳ ବ୍ରିଜରେ ଜଳ ସ୍ତର 204.38 ମିଟର ରେକର୍ଡ କରାଯାଇଛି। ଜଳ ସ୍ତର ସକାଳ 8ଟାରେ ରେକର୍ଡ କରାଯାଇଥିଲା ଏବଂ ଏହା 205.33 ମିଟର ବିପଦ ସଙ୍କେତ ତଳେ ଅଛି ।

ହଥିନି କୁଣ୍ଡ ବ୍ୟାରେଜରୁ 5,883 କ୍ୟୁସେକ ଜଳ ଛାଡିବା ପରେ ଜଳ ସ୍ତର ବୃଦ୍ଧି ପାଇଛି । ଜଳ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, 'ଏହି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ସେହପରି ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.