ETV Bharat / bharat

ଓ୍ବେଦର ଅପଡେଟ: ଦେଶରେ ଅନେକ ସ୍ଥାନରେ ବଦଳୁଛି ପାଗ, ପ୍ରବଳ ବର୍ଷା ଆଶଙ୍କା - india rain

ସୋମବାର ଦିଲ୍ଲୀ ବ୍ୟତୀତ ଗୁଜୁରାଟ, ୟୁପି ଏବଂ ଉତ୍ତରାଖଣ୍ଡର ଅନେକ ସ୍ଥାନରେ ବର୍ଷା ସମ୍ଭାବନା । ଅଗଷ୍ଟ ମାସରେ ଦିଲ୍ଲୀରେ 236.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅଧିକ ପଢନ୍ତୁ...

ଓ୍ବେଦର ଅପଡେଟ: ଦେଶରେ ଅନେକ ସ୍ଥାନରେ ବଦଳୁଛି ପାଗ, ପ୍ରବଳ ବର୍ଷା ଆଶଙ୍କା

author img

By

Published : Aug 31, 2020, 12:16 PM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ପାଗରେ ପରିବର୍ତ୍ତନ ହୋଇଛି ଏବଂ ବର୍ଷା ହେଉଛି । ବର୍ଷା ହେତୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଅଗଷ୍ଟ 28 ପର୍ଯ୍ୟନ୍ତ 25 ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ସୋମବାର ମଧ୍ୟ ରାଜଧାନୀ ଦିଲ୍ଲୀରେ ବର୍ଷା ହେବାର ଆଶଙ୍କା ରହିଛି। ସକାଳ ଠାରୁ ମେଘୁଆ ରହିଆସିଛି। ଏଥି ସହିତ, ଦିଲ୍ଲୀ ବ୍ୟତୀତ ଗୁଜୁରାଟ, ୟୁପି ଏବଂ ଉତ୍ତରାଖଣ୍ଡର ଅନେକ ସ୍ଥାନରେ ବର୍ଷା ହୋଇପାରେ।

ସୋମବାର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା 26 ଡିଗ୍ରୀ ସେଲସିୟସ ଥିବାବେଳେ ସର୍ବାଧିକ ତାପମାତ୍ରା 33 ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ରହିଛି। ଆସନ୍ତା 6 ଦିନ ରାଜଧାନୀ ଦିଲ୍ଲୀରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅଗଷ୍ଟ ମାସରେ ଦିଲ୍ଲୀରେ ବର୍ତ୍ତାମାନ ପର୍ଯ୍ୟନ୍ତ 236.5 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ, ସାଧାରଣ ପରିମାଣ 245.7 ମିମି ବର୍ଷା 4 ପ୍ରତିଶତ ହ୍ରାସ ପାଇଛି। ଏଥି ସହିତ ଗୁରୁଗ୍ରାମରେ ପାଗ ଆଜି ମେଘୁଆ ରହିବ ଏବଂ ବର୍ଷା ହେବାର ସମ୍ଭାବନା ରହିଛି। ଏଠାରେ ସର୍ବନିମ୍ନ ତାପମାତ୍ରା 27 ° C ଥିବାବେଳେ ସର୍ବାଧିକ ତାପମାତ୍ରା 32 ° C ରହିଛି ।

ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର, ଉପ-ହିମାଳୟୀ ପଶ୍ଚିମବଙ୍ଗ ଏବଂ ସିକ୍କିମ, ଆସାମ ଏବଂ ମେଘାଳୟ, ତାମିଲନାଡୁ, ପୁଡୁଚେରୀ, କରାଇକଲ ଏବଂ କେରଳର ଅଲଗା ଅଲଗା ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ରାଜସ୍ଥାନ, ଝାଡଖଣ୍ଡ, ତାମିଲନାଡୁ, ପୁଡୁଚେରୀ, କରାଇକାଲ, କେରଳ ଏବଂ ମହେରେ ବିଭିନ୍ନ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି।

ଦକ୍ଷିଣ ପଶ୍ଚିମ ଆରବ ସାଗର ଉପରେ ପ୍ରବଳ ପବନ ଗତି କରିପାରେ । ମତ୍ସ୍ୟଜୀବୀମାନଙ୍କୁ ଏହି ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.