ETV Bharat / bharat

ପାଣିପାଗ ଅପଡେଟ୍‌: କେରଳ-ଓଡିଶାରେ ପ୍ରବଳ ବର୍ଷିବ, ଅରେଞ୍ଜ ଆଲର୍ଟ ଜାରି - heavy rain forecast in Kerala- Odisha

କିଛି ଦିନ ହେବ ସୃଷ୍ଟ ଲଘୁଚାପ କାରଣରୁ ଦକ୍ଷିଣ ଭାରଚତ ସମେତ ପୂର୍ବ ଓ ପଶ୍ଚିମ ଅଞ୍ଚଳରେ ବର୍ଷା ଜାରି ରହିଛି । ସମ୍ପୂର୍ଣ୍ଣ ପଢନ୍ତୁ...

ଓ୍ବେଦର ଅପଡେଟ: କେରଳ ଓଡିଶାରେ ପ୍ରବଳ ବର୍ଷିବ, ଅରେଞ୍ଜ ଆଲର୍ଟ ଜାରି

author img

By

Published : Sep 22, 2020, 2:04 PM IST

Updated : Sep 22, 2020, 2:26 PM IST

ନୂଆଦିଲ୍ଲୀ: ଉତ୍ତର ପୂର୍ବ ବଙ୍ଗୋପସାଗରରେ ନିମ୍ନ ବାୟୁ ଚାପ ସୃଷ୍ଟି ହେବା କାରଣରୁ କେରଳର 10ଟି ଜିଲ୍ଲା ପାଇଁ ଭାରତ ପାଣିପାଗ ବିଭାଗ (ଆଇଏମଡି) ଅରେଞ୍ଜ ଆଲର୍ଟ ଜାରି କରିଛି। କୋଟାୟାମ, ଏର୍ନାକୁଲମ୍, ଇଡୁକି, ଥ୍ରିସୁର, ପାଲକ୍କଡ, ମାଲାପୁରମ, କୋଝିକୋଡେ, ୱାୟନାଡ, କନ୍ନୁର ଏବଂ କାସାରାଗୋଡ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଆଇଏମଡି ତାର ବୁଲେଟିନରେ ଦର୍ଶାଯାଇଛି ଯେ, ବଙ୍ଗୋପସାଗରର ଉତ୍ତର-ପୂର୍ବ ତଥା ଏହାର ପଡୋଶୀ ଅଞ୍ଚଳରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ଫଳରେ ଏହା ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଗତ 24 ଘଣ୍ଟା ମଧ୍ୟରେ କେରଳରେ ହାରାହାରି 7 ସେମି ବର୍ଷା ହୋଇଛି। ଗତ ଦୁଇ ଦିନ ଧରି କେରଳରେ ଲଗାତାର ବର୍ଷା ହୋଇଛି। ସମ୍ପୃକ୍ତ ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ସୋମବାର ପ୍ରବଳ ବର୍ଷା ହେତୁ ଗାଲ ଉପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇଥଲା। ଆସନ୍ତା ଦୁଇ ଦିନ ମଧ୍ୟରେ ଓଡିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗର ଏହି ସୂଚନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲ୍ଲା ସଂଗ୍ରହକାରୀଙ୍କୁ ନିମ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ।

ତେବେ ଓଡିଶାର ନବରଙ୍ଗପୁର, ନୁଆପଡା, ବରଗଡ, ଝାରସୁଗୁଡା ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ଅଞ୍ଚଳ ପାଇଁ ପାଣିପାଗ କେନ୍ଦ୍ର ରେଡ ଆଲର୍ଟ ଜାରି କରିଛି ଯେଉଁଠାରେ ମଙ୍ଗଳବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

Last Updated : Sep 22, 2020, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.